ବିଜେଡି ପଂଚାୟତ ସଭାପତିଙ୍କ ନାମ ଘୋଷଣା।
ଝରିଗାଁ,୧୭l୭(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ୨୩ଟି ପଂଚାୟତର ବିଜେଡି ପଂଚାୟତ ସଭାପତି ମାନଙ୍କ ନାମ ଘୋଷିତ ହୋଇଛି।ଜିଲ୍ଲା ରିଟର୍ଣ୍ଣିଙ୍ଗ ଅଫିସର ଏନେଇ ଏକ ଚିଠି ବିଜେଡି ର ବ୍ଲକ ସଭାପତି ଟିକଚନ୍ଦ ମାଝୀଙ୍କ ନିକଟକୁ ପ୍ରେରଣ କରିଛନ୍ତି।ଝରିଗାଁ ପଂଚାୟତ ସଭାପତି ଭାବେ ବଂଶୀଧର ପନକାଙ୍କ ନାମ ଘୋଷଣା ହୋଇଥିବା ବେଳେ ଗୁରୁସିଙ୍ଗା ପଂଚାୟତ ସଭାପତି ଭାବେ ପିଲାଦାଶ ପନକା, ତେଲନଦୀ ପଂଚାୟତ ସଭାପତି ଭାବେ ତ୍ରିଲୋଚନ ଗୌଡ଼,ଭିକ୍ଷା ପଂଚାୟତ ସଭାପତି ଭାବେ ଜୟ ଭତରା, ଏକମ୍ବା ପଂଚାୟତ ସଭାପତି ଭାବେ ହରିଶ୍ଚନ୍ଦ୍ର ଗୋପାଳ,ବେଲଗାଁ ପଂଚାୟତ ସଭାପତି ଭାବେ ଅଭିରାମ ନାୟକ, ବଣୁଆଗୁଡା ପଂଚାୟତ ସଭାପତି ଭାବେ ଜଗବନ୍ଧୁ ଠାକୁର, ଚିତାବେଡା ପଂଚାୟତ ସଭାପତି ଭାବେ ଲକ୍ଷ୍ମୀଧର ଚଲାନ,କୁଟ୍ରିଛାପର ପଂଚାୟତ ସଭାପତି ଭାବେ ଭଗବାନ ଗୌଡ଼, ଭାଲୁକନାଡି ପଂଚାୟତ ସଭାପତି ଭାବେ ଇଶରାମ ଭରତିଆ, ଫୁଫୁଗାଁ ପଂଚାୟତ ସଭାପତି ଭାବେ ଟଙ୍କଧର ଭତରା, ପାଳିଆ ପଂଚାୟତ ସଭାପତି ଭାବେ ପିତାମ୍ବର ମାଝୀ, ଚଚା ପଂଚାୟତ ସଭାପତି ଭାବେ ଶୁକଲରାମ ପୂଜାରୀ, ଚକଳାପଦର ପଂଚାୟତ ସଭାପତି ଭାବେ ଲିଙ୍ଗରାଜ ଜାନୀ, ଇଚ୍ଛାପୁର ପଂଚାୟତ ସଭାପତି ଭାବେ ଧନିରାମ ଭତରା, ଧାମନାଗୁଡା ପଂଚାୟତ ସଭାପତି ଭାବେ ମହେନ୍ଦ୍ର ପନକା, ବଡ଼ଟେମରା ପଂଚାୟତ ସଭାପତି ଭାବେ ନୀଳାମ୍ବର ମୁଦୁଲି, ଡ଼ଙ୍ଗରିଗୁଡା ପଂଚାୟତ ସଭାପତି ଭାବେ ମହାଦେବ ଭତରା, ରତାଖଣ୍ଡିଗୁଡା ପଂଚାୟତ ସଭାପତି ଭାବେ ସଂଗ୍ରାମ ଭତରା, ଚାଟିଗୁଡା ପଂଚାୟତ ସଭାପତି ଭାବେ ସଦା ପୂଜାରୀ, ବକଡାବେଡା ପଂଚାୟତ ସଭାପତି ଭାବେ ମୁନିରାମ ଭତରା, ଧୋଡ୍ରା ପଂଚାୟତ ସଭାପତି ଭାବେ ମାଧବ ଭତରା ଓ କାନାକୋଟ ପଂଚାୟତ ସଭାପତି ଭାବେ ଜଗ ଭତରାଙ୍କ ନାମ ଘୋଷଣା କରାଯାଇଛି।ଝରିଗାଁ ବ୍ଲକ ୨୩ ପଂଚାୟତର ସମସ୍ତ ନୂତନ ପଂଚାୟତ ସଭାପତି ମାନଙ୍କୁ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ପ୍ରଦୀପ ମାଝୀ, ଝରିଗାଁ ବ୍ଲକ ବରିଷ୍ଟ ବିଜେଡି ନେତା ପ୍ରିୟ ରଞ୍ଜନ ଦାସ, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?
Like
0
Dislike
0
Love
1
Funny
0
Wow
1
Sad
0
Angry
0
Comments (0)