ବେଲେଟ୍ ମାଧ୍ୟମରେ ଜିଲ୍ଲା ପ୍ରେସ କ୍ଳବର କର୍ମକର୍ତା ଚୟନ ।

Jan 28, 2026 - 21:34
0 109
ବେଲେଟ୍ ମାଧ୍ୟମରେ ଜିଲ୍ଲା ପ୍ରେସ କ୍ଳବର କର୍ମକର୍ତା ଚୟନ ।

ଫୁଲବାଣୀ,୨୮l୧(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ପ୍ରେସ କ୍ଳବ ପାଇଁ ନୂତନ କର୍ମକର୍ତା ଚୟନ କରାଯାଇଛି ।ନିର୍ବାଚନ ଜରିଆରେ ନୂତନ ବର୍ଷ ପାଇଁ ନୂତନ କର୍ମକର୍ତା ମାନଙ୍କୁ ଚୟନ କରାଯାଇଛି ।ନିର୍ବାଚିତ ସଦସ୍ୟ ମାନେ ଦୁଇ ବର୍ଷ ପାଇଁ ଜିଲ୍ଲା ପ୍ରେସ କ୍ଳବର ଦାୟିତ୍ୱ ତୁଲେଇବେ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି ।ପ୍ରେସ କ୍ଳବର ୪୦ଜଣ ସଦସ୍ୟ ମାନଙ୍କ ମଧ୍ୟରୁ ୩୮ଜଣ ସଦସ୍ୟ ମତଦାନ ଜରିଆରେ ନିଜ ନିଜ ମତ ଦେଇ କ୍ଳବର ସଭାପତି,ଉପ ସଭାପତି, କାର୍ଯ୍ୟକାରୀ ସଭାପତି, ସମ୍ପାଦକ,ସହ ସମ୍ପାଦକ, ଆଦି ଚୟନ କରାଯାଇଥିବା ଦେଖିବାକୁ ମିଳିଛି ସଭାପତି ପାଇଁ ସୁନୀଲ ପଟ୍ଟନାୟକ ଓ ଶିବାନନ୍ଦ ପଟ୍ଟନାୟକ ଠିଆ ହୋଇଥିବା ବେଳେ ସମ୍ପାଦକ ପାଇଁ ତ୍ରିନାଥ ସାହୁ ଓ ରଞ୍ଜନ ଦାସ ଠିଆ ହୋଇଥିଲେ ।ସେହିପରି ସହ ସମ୍ପାଦକ ପାଇଁ ରମେଶ ପ୍ରଧାନ ଓ ଜୟସେନ ପରିଡା ଓ ଉପସଭାପତି ଭାବେ ସୁଜିତ ବେହେରା, ବୈଦନାଥ ନାୟକଓ ପ୍ରସାନ୍ତ ପଣ୍ଡା ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦୀତା ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ପାଇଁ ପ୍ରଶାନ୍ତ ବେହେରା ଓ ସତ୍ୟନାରାୟଣ ବେହେରା ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦୀତା ହୋଇଥିଲା । ତେବେ ଏହି ନିର୍ବାଚନ ପ୍ରକ୍ରିୟା ସକାଳ ୧୧ଘଟିକା ରୁ ଆରମ୍ଭ ହୋଇ ଅପରାହ୍ନ ୨ ଘଣ୍ଟା ୩୦ ମିନିଟ ରେ ଶେଷ ହୋଇଥିଲା ।ତେବେ ଆଜିର ଏହି ନିର୍ବାଚନରେ ସୁନୀଲ ପଟ୍ଟନାୟକ, ତ୍ରିନାଥ ସାହୁ, ପ୍ରଶାନ୍ତ ବେହେରା ରମେଶ ପ୍ରଧାନ, ଓ ସୁଜିତ ବେହେରା, ନିଜ ନିଜ ପ୍ରତିଦ୍ବନ୍ଦୀ ମାନଙ୍କ ଠାରୁ ଅଧିକ ଭୋଟ ପାଇଁ ପଦ ପଦବୀ ସବୁ ହାତେଇ ନେଇଛନ୍ତି ।ସଭାପତି ଭାବେ ସୁନୀଲ ପଟ୍ଟନାୟକ, ସମ୍ପାଦକ ଭାବେ ତ୍ରିନାଥ ସାହୁ, ସହ ସମ୍ପାଦକ ଭାବେ ରମେଶ ପ୍ରଧାନ, ଉପ ସଭାପତି ଭାବେ ସୁଜିତ ବେହେରା ଓ ପ୍ରଶାନ୍ତ ପଣ୍ଡା ଏବଂ କାର୍ଯ୍ୟକାରୀ ସଭାପତି ଭାବେ ପ୍ରଶାନ୍ତ ବେହେରାଙ୍କୁ ଆଜି ନିର୍ଦ୍ଧାରିତ ସମୟରେ ପ୍ରେସ୍ କ୍ଳବରେ ବେଲେଟ୍ ମାଧ୍ୟମରେ ନିର୍ବାଚନ ହୋଇଥିଲା ।ନିର୍ବାଚନ ଅଧିକାରୀ ଭାବେ ବରିଷ୍ଟ ସାମ୍ବାଦିକ ସୁବାଷ ପ୍ରଧାନ ଏବଂ ଫିଲିମୋହନ ନାୟକ ପରିଚାଳନା କରିଥିବା ବେଳେ ଅଜିତ୍ ମହାରଣା ଏବଂ ଅଶୋକ ମହାନ୍ତି ସହଯୋଗ କରିଥଲେ । ମନୋନୀତ ଉପରୋକ୍ତ ବ୍ୟକ୍ତିମାନେ ଆଗାମୀ ଦୁଇବର୍ଷ ପାଇଁ ସଙ୍ଘର କର୍ମକର୍ତା ଭାବେ କାର୍ଯ୍ୟ କରିବା ସହ ସଙ୍ଘକୁ ସୁଦୃଢ କରିବେ ବୋଲି ସଙ୍ଘ ର ସଦସ୍ୟ ମାନେ ଆଶା ପୋଷଣ କରିଛନ୍ତି ।ଏଠାରେ ସୂଚେଇ ଦେବାକୁ ଚାହୁଁକି, ସୁନୀଲ ପଟ୍ଟନାୟକ ପୂର୍ବରୁ ମଧ୍ୟ ଏହି ସଂଘର ସଭାପତି ଭାବେ କାର୍ଯ୍ୟ ତୁଲେଇ ସାରିଛନ୍ତି ।ସେମାନେ ତାଙ୍କ କାର୍ଯ୍ୟକାଳ ଭିତରେ ସଙ୍ଘ ପାଇଁ ଅନେକ ଉନ୍ନତ ମୂଳକ କାର୍ଯ୍ୟ କରିବା ସହ ସଂଘକୁ ମଜବୁତ କରିବାରେ ମଧ୍ୟ ମୁଖ୍ୟ ଭୂମିକା ତୁଲେଇଛନ୍ତି ।ସଙ୍ଘର ଅଧିକାଂଶ ସଦସ୍ୟ ତାଙ୍କ କାର୍ଯ୍ୟକଳାପକୁ ପସନ୍ଦ କରୁଛନ୍ତି ।ଯାହାର ଏକ ଜଳନ୍ତା ଉଦାହରଣ ଆଜିର ଏହି ନିର୍ବାଚନରେ ଦେଖିବାକୁ ମିଳିଛି ।ଫଳାଫଳ ଘୋଷଣା ପରେ ବିଭିନ୍ନ ମହଲରେ ନବ ନର୍ବାଚିତ କର୍ମକର୍ତା ମାନଙ୍କୁ ଶୁଭେଚ୍ଛା ଦିଆଯାଇଛି । 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User