ଶୁଣିଲାଣି ପ୍ରଶାସନ ଚାନ୍ଦା ଆଦାୟ କରି 6 ଶହ ମିଟର ରାସ୍ତା ମରାମତି କଲେ ଗ୍ରାମବାସୀ ।

Oct 13, 2025 - 21:31
Updated: 11 months ago
0 32
ଶୁଣିଲାଣି ପ୍ରଶାସନ ଚାନ୍ଦା ଆଦାୟ କରି 6 ଶହ ମିଟର ରାସ୍ତା ମରାମତି କଲେ ଗ୍ରାମବାସୀ ।

ଝରିଗାଁ,୧୩l୧୦(ଷ୍ଟାର ନିୟୁଜ ଓଡିଶା):ପକ୍କା ରାସ୍ତା ନିର୍ମାଣ ପାଇଁ ବହୁବାର ଗୁହାରି କରିବା ପରେ ମଧ୍ୟ ପ୍ରଶାସନ ଶୁଣିଲାନି। ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ଚାନ୍ଦା ଆଦାୟ କରି 6ଶହ ମିଟର ବିଶିଷ୍ଟ ରାସ୍ତା ମରାମତି କରିଛନ୍ତି। ପ୍ରଶାସନ ଉପରୁ ଆସ୍ଥା ହରାଇବା ପରେ ଏଭଳି ପ‌ଦକ୍ଷେପ ଗ୍ରହଣ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଧହଡାମାଲ ଗ୍ରାମବାସୀ।ସୂଚନା ଅନୁଯାୟୀ, ବହୁ ବର୍ଷ ତଳେ ସାନ୍ତା ସମ୍ପ୍ରଦାୟର କିଛି ଲୋକ ଜୀବନ ଜୀବିକା ପାଇଁ ଏଠାରେ ବସତି ସ୍ଥାପନ କରିଥିଲେ। ଦହଡାମାଲ ଗ୍ରାମର ଦୁଇଟି ସାହିରେ ବର୍ତ୍ତମାନ 100ରୁ ଊର୍ଦ୍ଧ୍ବ ସାନ୍ତା ପରିବାର ରହୁଥିବା ବେଳେ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ଅଦ୍ୟାବଧି ଏହି ଗାଁକୁ ପକ୍କା ରାସ୍ତା ନିର୍ମାଣ ହେଉ ନଥିବାରୁ ଯାତାୟାତ ସମୟରେ ଗ୍ରାମବାସୀ ହଇରାଣ ହେଉଛନ୍ତି।ଝରିଗାଁ-ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତା ଠାରୁ 6 ଶହ ମିଟର ପର୍ଯ୍ୟନ୍ତ ରାସ୍ତା ନଥିବାରୁ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ଦାବି କରି ଆସୁଥିଲେ। ବହୁବାର ଦାବି ପରେ ଦୀର୍ଘ ବର୍ଷ ତଳେ ଧହଡାମାଲ ଗ୍ରାମକୁ ପ୍ରଶାସନ ପକ୍ଷରୁ ମାଟି ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ କିଛି ବର୍ଷ ପରେ ବର୍ଷା ଯୋଗୁ ରାସ୍ତା ଖରାପ ହୋଇଯାଇଥିଲା। ରାସ୍ତା ସାରା ଗର୍ତ୍ତ ସୃଷ୍ଟି ହୋଇଥିବାରୁ ବାଇକ୍‌ ଯିବା ମଧ୍ୟ କଷ୍ଟକର ହେଉଛି। ଏଭଳି ପରିସ୍ଥିତିରେ ବର୍ଷା ଦିନେ ରୋଗୀ ଓ ଗର୍ଭବତୀଙ୍କୁ 6ଶହ ମିଟର ଖଟିଆରେ ବୋହି ନେବା ପରେ ଝରିଗାଁ-ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତାରୁ କୌଣସି ଗାଡ଼ି କିମ୍ବା ଆମ୍ବୁଲାନ୍ସ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରାସ୍ତା ଖରାପ ଥିବାରୁ ବିଭିନ୍ନ ସମୟରେ ରୋଗୀ ଓ ଗର୍ଭବତୀ ସଠିକ ସମୟରେ ଚିକିତ୍ସା ପାଇ ପାରୁନଥିଲେ। ପକ୍କା ରାସ୍ତା ନଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ପଡ଼ୁଥିବା କାରଣରୁ ଏହାର ସମାଧାନ ପାଇଁ ଗ୍ରାମର ସିନ୍ଧୁ ସାନ୍ତାଙ୍କ ସଭାପତିତ୍ୱରେ ଗତକାଲି ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାସ୍ତା ମରାମତି ପାଇଁ ଗ୍ରାମର ପ୍ରତ୍ୟେକ ଘରୁ 4ଶହ ଟଙ୍କା ଲେଖାଏଁ ଆଦାୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।କିଛି ପରିବାରଠାରୁ ଟଙ୍କା ଆଦାୟ ହେବା ପରେ ଆଜି ଗ୍ରାମବାସୀଙ୍କ ସହାୟତାରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା।ଗ୍ରାମବାସୀ ନିଜେ ମାଟି ଖଳିବା ସହ ଟ୍ରାକ୍ଟର ଯୋଗେ ଆଜି ସନ୍ଧ୍ୟା ସୁଦ୍ଧା କିଛି ରାସ୍ତା ମରାମତି କରିଥିବା ବେଳେ ଅବଶିଷ୍ଟ ରାସ୍ତା ଆସନ୍ତା କାଲି ମରାମତି କରାଯିବ ବୋଲି ଗ୍ରାମବାସୀ କହିଛନ୍ତି। ତେଣୁ ପ୍ରଶାସନ ତୁରନ୍ତ ଧହଡାମାଲ ଗ୍ରାମର ସମସ୍ୟାର ସମାଧାନ ନିମନ୍ତେ ପକ୍କା ରାସ୍ତା କରିବା ପାଇଁ ଗ୍ରାମର ଲକିନାଥ ସାନ୍ତା, ପୁସ୍ତମ ସାନ୍ତା, ଖଗପତି ସାନ୍ତା, ସିନ୍ଧୁ ସାନ୍ତା, ରମେଶ ସାନ୍ତା, ଗଣପତି ସାନ୍ତା, ରାଜୁ ସାନ୍ତା, କ୍ଷେତ୍ର ସାନ୍ତା, ବିଷ୍ଣୁ ସାନ୍ତା, ଶଙ୍କର ସାନ୍ତା, ଭାଗିରଥି ସାନ୍ତା, ବାବୁଲା ସାନ୍ତା ପ୍ରମୁଖ ଦାବି କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User