ଦୀର୍ଘଦିନର ପାଦଚଲା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଗଦଗଦା ଗ୍ରାମବାସୀଙ୍କ ଦାବି।

Oct 13, 2025 - 21:28
0 10
ଦୀର୍ଘଦିନର ପାଦଚଲା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଗଦଗଦା ଗ୍ରାମବାସୀଙ୍କ ଦାବି।

ଝରିଗାଁ,୧୩l୧୦(ଷ୍ଟାର ନିୟୁଜ ଓଡିଶା ): ଗାଁ ବସି 60 ବର୍ଷରୁ ଉର୍ଦ୍ଧ ହେବ। ଗାଁର ଦୁଇଟି ପଡ଼ା (ସାହି) ରହିଥିବା ବେଳେ ସମୁଦାୟ 30ପରିବାର ରହୁଛନ୍ତି ଗାଁ ରେ। ଅନ୍ୟାନ୍ୟ ମୌଳିକ ସୁବିଧା ମଧ୍ୟରେ ପାନୀୟଜଳ ଏବଂ ବିଜୁଳି ସେବା ଭଳି ମୌଳିକ ସୁବିଧା ଉପଲବ୍ଧ ରହିଥିବା ବେଳେ ଗମନାଗମନ ଭଳି ପ୍ରଧାନ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଗାଁଲୋକେ ପାଦ ଚଲା ରାସ୍ତାରେ ଯାତାୟାତ କରୁଛନ୍ତି। ସଂକୀର୍ଣ୍ଣ , ପଥୁରିଆ ,ଖାଲ ଢିପ ଗଡ଼ାଣି ଉଠାଣି ଅସମତଳ ଯନ୍ତ୍ରଣା ଦାୟକ ରାସ୍ତା। ବର୍ଷା ଦିନେ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ବାସୀ। ବିଶେଷ କରି ଗୁରୁତର ରୋଗୀ,ଗର୍ଭବତୀ ମହିଳା, ସ୍କୁଲ ଛାତ୍ର ଛାତ୍ରି, ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା,ଭିନ୍ନକ୍ଷମ ଭତ୍ତା ସମେତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଉଥିବା ଶିଶୁଙ୍କ ଯିବା ଆସିବା ତଥା ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ ପାଇଁ ଯିବା ,ଆମ୍ବୁଲାନ୍ସ ସେବା ପାଇବା ଗାଁ ଲୋକଙ୍କ ପାଇଁ ପୀଡ଼ା ଦାୟକ ପରିସ୍ଥିତି ଲାଗି ରହିଛି। ଗୋଟିଏ ସାହିରୁ ଆଉ ଗୋଟିଏ ସାହିକୁ ରହିଥିବା ରାସ୍ତା ଏବଂ ମୁଖ୍ୟ ରାସ୍ତା କୁ ସଂଯୋଗ ହେଉଥିବା ରାସ୍ତା ପ୍ରାୟ ଦୁଇ କିମି ଲମ୍ବା ରାସ୍ତା ଅତି କଦର୍ଯ୍ୟ ହୋଇ ରହିଛି। ଏହି ଦୃଷ୍ୟଟି ହେଉଛି ଝରିଗାଁ ବ୍ଲକ, ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ଗଦଗଦା ଗାଁ (1) ନଂ ୱାର୍ଡ। ବ୍ଲକ ସଦର ଠାରୁ 16 କିମି ଓ ପଞ୍ଚାୟତ ସଦର ଠାରୁ ପ୍ରାୟ 8 କିମି ଦୂରରେ ଅବସ୍ଥିତ ଏହି ଗାଁ। ଗାଁର ଗୋଟିଏ ପଡ଼ାରେ ମୁଦୁଲି ପରିବାର ରହୁଥିବା ବେଳେ ଅନ୍ୟ ପଡ଼ାରେ କମାର ପରିବାର ରହୁଛନ୍ତି। ପ୍ରାଥମିକ ଶିକ୍ଷା ଲାଗି ଦୁଇ ପଡ଼ା ର 20 ରୁ ଉର୍ଦ୍ଧ ପିଲା ଦୁଇ କିମି ଦୂରରେ ଥିବା ଛତାଆମ୍ ସ୍କୁଲ ଉପରେ ନିର୍ଭର କରୁଥିବା ବେଳେ ପ୍ରାକ୍ ଶିକ୍ଷା ପାଇଁ ପ୍ରାୟ 10 ରୁ ଉର୍ଦ୍ଧ ଶିଶୁ ତିନି କିମି ବାଟ ଜୁନା ପାଣି ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଉଛନ୍ତି। ଜଙ୍ଗଲ ଜମିରେ ରହିଛି ଗାଁ। ଗାଁ ଲୋକଙ୍କ ଜୀବିକା ବୃତ୍ତି କହିଲେ କୃଷି ଓ ପଶୁପାଳନ ସହ କୁଲିମଜୁରି। ଜଙ୍ଗଲଜମି ଲିଜ୍ ପଟା ରେ କିଛି କିଛି ଜମି ପାଇ ଚାଷ କରୁଛନ୍ତି ଗାଁ ବାସିନ୍ଦା। ଅତୀତରେ ଦୁର୍ଗମ ଘଞ୍ଚ ଜଙ୍ଗଲ ପରିବେଶ ମଧ୍ୟରେ ପୂର୍ବ ପୀଢ଼ି ରାୟଗଡ଼ା ଜିଲ୍ଲା କାଶିପୁର ,କୋରାପୁଟ ଜିଲ୍ଲା ଦଶମନ୍ତପୁର ଅଂଚଳରୁ ପ୍ରାୟ 6 ଦଶନ୍ଧି ତଳେ ପ୍ରବାସିତ ହୋଇଛନ୍ତି। ଗମନାଗମନ ଭଳି ମୌଳିକ ସୁବିଧା ଉପଲବ୍ଧ କରିବାକୁ ପ୍ରଶାସନକୁ ଦୃଷ୍ଟି ଦେବାକୁ ଗାଁ ବାସୀ ମଧ୍ୟରେ ମୁକ୍ତା ମୁଦୁଲି,ବାସନ୍ତୀ ମୁଦୁଲି,ପଦ୍ମନି ମୁଦୁଲି, ବଇଦି ମୁଦୁଲି, ସୁଲ ମୁଦୁଲି, କାଳୀ ମନି ମୁଦୁଲି,କିଆବତୀ ମୁଦୁଲି,ଫୁଲ ମତୀ ମୁଦୁଲି,ଶୁକ୍ରୁ ମୁଦୁଲି,ମାଳି ମୁଦୁଲି, ବିଭା ମୁଦୁଲି,ଅଭି ମୁଦୁଲି,ଲଛମନ ମୁଦୁଲି,ନନ୍ଦ ମୁଦୁଲି,ଗୁଲା ମୁଦୁଲି,ଭାସ୍କର ମୁଦୁଲି,ଲକି ମୁଦୁଲି,ପରମା ମୁଦୁଲି, ଊର୍ଦ୍ଧ୍ବବ କୁମାର,କୁନୁ କମାର,ରାମନାଥ କମାର ପ୍ରମୁଖ ଦାବି ପ୍ରକାଶ କରିଛନ୍ତି। ଦୀର୍ଘ ଦିନରୁ ଗଦଗଦା ଗାଁ ରେ ଯାତାୟତ ସମସ୍ୟା ନେଇ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରି ପଚାରିବାରୁ ବେଲ ଗାଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ତୁରନ୍ତ ଗାଁ ସ୍ଥିତି ପଚାରି ବୁଝିଥିଲେ। ଏନ୍ ଆର୍ ଜି ଏସ ଫଣ୍ଡ ରୁ ବ୍ୟୟ ନିର୍ଦ୍ଧାରିତ ପ୍ରକ୍ରିୟା ସହ କୋଡ଼ିଂ ପ୍ରସେସରେ ଥିବା ସୂଚନା ଦେଇଛନ୍ତି। ଅତି ଶୀଘ୍ର ସେ ନିଜେ ଯାଇ ଗାଁ ର ଭୌଗଳିକ ସ୍ଥିତି ଅନୁଧ୍ୟାନ କରି ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ପଡ଼ୁଥିବା ଅର୍ଥ ରାଶି ଏଷ୍ଟିମେଟ କରାଯିବ ବୋଲି ବିଡିଓ ଶ୍ରୀ ମାଝୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User