ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।
ଝରିଗାଁ,୧୩l୧୦(ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପରିସରରେ ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଝରିଗାଁ ବ୍ଲକର 23 ଗୋଟି ପଂଚାୟତର ଭିନ୍ନକ୍ଷମ ମାନେ ଯୋଗ ଦେଇ ସ୍ଵାସ୍ଥ୍ୟ ପରୀକ୍ଷା କରାଇଥିଲେ।ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ,ଝରିଗାଁ ବ୍ଲକ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ଜିପିଡିଓ ରମେଶ ହରିଜନ ଓ ଅନ୍ୟମାନେ ଉପସ୍ଥିତ ରହି ଉଦଘାଟନ କରିଥିଲେ।ସେହିପରି ଡ଼ିଏସଏସଓ ଶୁଧାଂଶୁ ପାତ୍ର ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କ ସମସ୍ୟା ବୁଝିବା ସହ ଶିବିରର ତଦାରଖ କରିଥିଲେ।ଶିବିରରେ ମୋଟ 234ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିବା ବେଳେ ଅସ୍ତିଶଲ୍ୟରେ 129ଜଣ, ମୁକ ବଧିରରେ 36ଜଣ, ଦୃଷ୍ଟି ବାଧିତରେ 35ଜଣ, ମାନସିକରେ 37ଜଣ ଓ ଅନ୍ୟାନ୍ୟରେ 7ଜଣ ପଞ୍ଜିକରଣ କରିଥିଲେ|ତନ୍ମଧ୍ୟ୍ୟରେ 201ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା | ପଞ୍ଜିକରଣରେ ବ୍ଲକ କର୍ମଚାରୀ ଓ ଅଙ୍ଗନବାଡି କର୍ମୀମାନେ ସହଯୋଗ କରିଥିଲେ।ଏହି ଶିବିରରେ ଅସ୍ତିଶଲ୍ୟ ବିଶେଷଜ୍ଞ ଡ଼ ଶିବାନନ୍ଦ ବୁଧିଆ,ଦୃଷ୍ଟି ବାଧିତ ବିଶେଷଜ୍ଞ ଡ଼ ଏସ ଏସ ପ୍ରଧାନ,ଗଳା ବିଶେଷଜ୍ଞ ଡ଼ ସୁଦୀପ୍ତ ରାଉତ,ମାନସିକ ବିଶେଷଜ୍ଞ ଡ଼ ଏନ ଧନଞ୍ଜୟ ପାତ୍ର ପ୍ରମୁଖ ସହ ବିଭୁଦତ୍ତ ସେଠୀ,ଶିବ ପ୍ରସାଦ ସାହୁ,ନବଘନ ସେଠୀ,ଘନଶ୍ୟାମ ବେହେରା ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରିଥିଲେ।ଏହି ଶିବିରକୁ ଝରିଗାଁ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୌରଭ କେତନ ବେହେରା ଏବଂ ଟିଟୁ ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ 23ଗୋଟି ପଂଚାୟତର ସମିତି ସଭ୍ୟ,ସରପଞ୍ଚ,ଏବଂ ପିଇଓ ତଥା ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)