ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ରେ ସାମୁହିକ ଜନ ସଚେତନତା।

ଟିକାବାଲି,୧୩l୧୦(ଷ୍ଟାର ନିୟୁଜ):ସମାଜରେ ମାନସିକ ସ୍ୱାସ୍ଥ୍ୟ ସହିତ ଦିନ କୁ ଦିନ ସମସ୍ତେ ସଂଘର୍ଶ କରୁଥିବା ବେଳେ ୨୫ ଶତକଡା ଲୋକ ମାନସିକ ଚାପରେ ଶିକାର ହେଉଛନ୍ତି, ଯାହା ପରବର୍ତୀ ସମୟରେ ଅସୁସ୍ଥତତା ର ମୁଖ୍ୟ କାରଣ ପରିଲକ୍ଷିଶତ ହେଉଛି । କନ୍ଧମାଳ ଯେଁଉଠି ଲୋକ ମାନଙ୍କ ଭିତରେ ସଚେତନତା ଅଭାବ ସହିତ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ର ସୁବିଧା ଗ୍ରହଣ କରିବା ଏକ ମୁଖ୍ୟ ପ୍ରତିବନ୍ଧକ ଭାବରେ ଦେଖା ଯାଉଛି । ଏମିତିକି ମାନସିକ ଅସୁସ୍ଥ ବ୍ୟକ୍ତି ଘୃଣା ଓ ସାମାଜିକ ବାଛନ୍ଦ ଶୀକାର ହେବାର ଦେଖାଯାଉଛି । ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ପାବୁରିଆ ଠାରେ ଏକ ସାମୁହିକ ଜନ ସଚେତନତା କାର୍ଯ୍ୟକ୍ରମ ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ବେସିକ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ମିଳିତ ସହାୟତା ରେ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବେ ସ୍ଥାନିୟ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ରହି ଗୁଣି ଗାରେଡି,ଅନ୍ଧ ବିଶ୍ୱାସ କିପରି ଦୁରେଇବା ଓ ସ୍ୱାସ୍ଥ୍ୟ ସେବା କୁ ଆପଣେଇ କିପରି ହଜି ଜାଇଥିବା ସୁଖ କୁ ପରିବାରରେ ଦେବା, ଏହା ଆମମାନଙ୍କର ଦାୟିତ୍ୱ ହେବା ଆବଶ୍ୟକ । ବିଭିନ୍ନ ପଂଚୟାତ ରୁ ଆସିଥିବା ସରପଂଚ କର୍ଣ୍ଣେଲ କହଁର, କଟିମାହା; ରୁନିତା କହଁର, କଇଁଝର, ସାଲିମା ପ୍ରଧାନ, ବୁର୍ବିନାଜୁ ତୃଣମୁଳ ସ୍ଥରରେ କିପରି ପରିବାରରେ ଯତ୍ନକାରୀ ମାନେ ଡାକ୍ତରି ଚିକିତ୍ସା ପ୍ରତି ବିଶ୍ୱାସ ବଢାଇବେ ସେଥିପ୍ରତି ଧ୍ୟାନଦେବେ ବୋଲି ମତ ରଖିଥିଲେ । ବ୍ଲକ ଶିଶୁ ବିକାଶ ଅଧିକାରୀ ପାନମଣୀ ହାଁସଦା, କର୍ମୀ ମାନଙ୍କ ଦ୍ୱାରା ଗ୍ରାମ ସ୍ଥରରେ ଥିବା ମାନସିକ ଅସୁସ୍ଥ ଲକ୍ଷଣ ଚିହ୍ନଟି କରିବା ଓ ପରାମର୍ଶ ଦିଗରେ କାମ କରିବେ ବୋଲି ମତ ରଖିଥିଲେ । ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ରୁ ଆସିଥିବା ଅଧିକାରୀ ଅଞ୍ଜଳୀ ଦିଗାଲ ଓ ଆତ୍ମପ୍ରକାଶ ଦିଗାଲ ଲୋକ ମାନଙ୍କ ପାଇଁ ଅଧିକ ରୁ ଅଧିକ ସଚେତନତା, ନିୟମିତ ଔାଷଧ ସେବନ, ଠିକ ସମୟରେ ଡାକ୍ତରି ପରାମର୍ଶ, ଟେଲି ମାନସ୍ ଓ ଇସଂଜିବନୀ ଆଦି ସେବା କୁ ଉପକେନ୍ଦ୍ର ସ୍ତରରେ ଉପଲବ୍ଧ ପାଇଁ ଚେଷ୍ଟା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସ୍ୱାତୀ ର ସଂପାଦକ ଇଂ ହରିଶଙ୍କର ରାଉତ, “ଜରୁରୀ ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା”ଯାହା କି ୨୦୨୫ ବର୍ଷ ରେ ବିଶ୍ୱ ସ୍ତରର ଆହ୍ୱାନ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଦିବସ ରେ ଜନ ସଚେତନତା ବିଭିନ୍ନ ସ୍ତରରେ ଯଥା ରାଲି, ସ୍ଖୁଲ ପିଲା ମାନଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ବିଷୟରେ ବକୃତା ପ୍ରତିଯୋଗିତା ଓ ପାରମ୍ପରିକ ଲୋକ କଳା ପାଲା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସ୍ୱାତୀ ର ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ପ୍ରକଳ୍ପ ସଂଯୋଜକ ଗିରିଶ ଚନ୍ଦ୍ର ସାମଲ ଟିକାବାଲି ଓ କ.ନୂଆଗାଁ ର କାର୍ଯ୍ୟକରାଯାଉଥିବା ପକଳ୍ପ ବିଷୟରେ କହିଥିଲେ । ଆସିଥିବା ଯତ୍ନକାରୀ ତାଙ୍କ ର ଅନୁଭୁତି ସମସ୍ତ ଙ୍କ ପାଖରେ କହିଥିଲେ । କାର୍ଯକ୍ରମ କୁ ପରିଚାଳନା ରେ ଆଲୋକ ସାମନ୍ତରାଏ, ଦିପେସ୍ ମହାକୁଡ, ରୋହିମୁଦ ନାୟକ ସହଯୋଗ କରିଥିଲେ ।
What's Your Reaction?






