ସରକାରୀ ବସ ଡ୍ରାଇଭର ଙ୍କୁ ଘରୋଇ ବସ କଣ୍ଡକ୍ଟର ଓ ଡ୍ରାଇଭର ଙ୍କ ମାଡ ଅଭିଯୋଗ I

ଫିରିଙ୍ଗିଆ,୩l୯(ଷ୍ଟାର ନିୟୁଜ) :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଟେଲାପାଲି ନିକଟରେ ଏକ ସରକାରୀ ବସ ଡ୍ରାଇଭର ଙ୍କୁ ଅନ୍ୟ ଏକ ଘରୋଇ ବସ ଡ୍ରାଇଭର ଓ କଣ୍ଡକ୍ଟର ଙ୍କ ମାଡ ଅଭିଯୋଗ ହୋଇଛି I ଅଭିଯୋଗ କୁନେଇ ଉଭୟ ସରକାରୀ ବସ ଓ ଘରୋଇ ବସ କର୍ମଚାରୀ ତରଫରୁ ଫିରିଙ୍ଗିଆ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସ ଘଟଣା ତଦନ୍ତ ଜାରିରଖିଛି I ସୂଚନା ଅନୁସାରେ ଓଭର ଟେକ କରିବାକୁ ନେଇ ବୁଧବାର ଫୁଲବାଣୀ ଠାରୁ ମଣ୍ଡାସରୁ ଯାଉଥିବା ଏକ ସରକାରୀ ବସ ଓ ଫୁଲବାଣୀ ଠାରୁ ସାଡୀଙ୍ଗିଆ ଯାଉଥିବା ଶୁଭଲଷ୍ମୀ ନାମକ ଏକ ଘରୋଇ ବସର ଡ୍ରାଇଭର ଓ କଣ୍ଡକ୍ଟର ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଟେଲାପାଲି ନିକଟରେ ହଠାତ ସରକାରୀ ବସ କୁ ଅଟକାଇ ବସର ଡ୍ରାଇଭର ଙ୍କୁ ଏକ ଲୁହାରୋଡ଼ ରେ ଅତର୍କିତ ଆକ୍ରମଣ କରିଥିଲେ I ଏହାକୁ ନେଇ ବସର ଡ୍ରାଇଭର ଦିଲୀପ କୁମାର ବେହେରା ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଘରୋଇ ବସ ଶୁଭଲଷ୍ମୀ ର କଣ୍ଡକ୍ଟର ଓ ଡ୍ରାଇଭର ମଧ୍ୟ ସରକାରୀ ବସ ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଙ୍କ ନାରେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି I ତେବେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ ନିର୍ଦେଶ କ୍ରମେ ଉଭୟ ଙ୍କ ଅଭିଯୋଗ କୁ ଗ୍ରହଣ କରି ଫିରିଙ୍ଗିଆ ଥାନାରେ ୧୦୧ ଓ ୧୦୨ ରେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଥିବା କହିଛନ୍ତି ଘଟଣାର ତଦନ୍ତ ଦାୟିତ୍ୱ ରେ ଥିବା ପୋଲିସ ଏଏସଏଇ କୃଷ୍ଣଚନ୍ଦ୍ର ଗୌଡ଼ I
ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )
What's Your Reaction?






