ସିଙ୍ଗପୁର ପଞ୍ଚାୟତରେ VB-G-RAM-G ଆଇନ ନେଇ ବିଜେପିର ଜନଜାଗରଣ କର୍ମଶାଳା
ମୋହନଗିରି/କଳାହାଣ୍ଡି :ତା. ୧୨/୦୨( ଷ୍ଟାର ନିୟୁଜ ଓଡିଶା )
ଭାରତୀୟ ଜନତା ପାର୍ଟି ମୋହନଗିରି ମଣ୍ଡଳ ପକ୍ଷରୁ ସିଙ୍ଗପୁର ଗ୍ରାମପଞ୍ଚାୟତରେ VB-G-RAM-G ଆଇନ ସମ୍ପର୍କରେ ମଣ୍ଡଳ ସ୍ତରୀୟ ଜନଜାଗରଣ କର୍ମଶାଳା ଆୟୋଜିତ ହୋଇଯାଇଛି। ମଣ୍ଡଳ ସଭାପତି ଶ୍ରୀ ଖ୍ରୀଷ୍ଟ ଦତ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କର୍ମଶାଳାରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ଦୁର୍ଗା ମୁଖ୍ୟ ଅତିଥି ଭାବେ ଯୋଗଦେଇ VB-G-RAM-G ଆଇନର ଉଦ୍ଦେଶ୍ୟ, ଲାଭ ଓ କୃଷକ-ଶ୍ରମିକଙ୍କ ଉପରେ ପଡ଼ୁଥିବା ସକାରାତ୍ମକ ପ୍ରଭାବ ବିଷୟରେ ସୂଚନା ଦେଇଥିଲେ।
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅନିରୁଦ୍ଧ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମନରେଗାରେ ହେଉଥିବା ଦୁର୍ନୀତି ଓ ଅନିୟମିତତା ରୋକିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିଛନ୍ତି। VB-G-RAM-G ଆଇନ ମାଧ୍ୟମରେ କୃଷକ ଓ ଶ୍ରମିକ ଶ୍ରେଣୀ ଅଧିକ ସୁରକ୍ଷା ଓ ସୁବିଧା ପାଇବେ ବୋଲି ସେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଘନଶ୍ୟାମ ଗହୀର, ପ୍ରଭାରୀ ଗଣେଶ କୁମାର, କର୍ଲାମୁଣ୍ଡା ସଭାପତି ଡୋଳାମଣି ଭୋଇ, ବରିଷ୍ଠ ନେତା ଗୋକୁଳ ବିଶ୍ୱାଳ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ କୁନି ପ୍ରଧାନ ସହ ଅନେକ ପଦାଧିକାରୀ, ସରପଞ୍ଚ ଓ କର୍ମୀ ଉପସ୍ଥିତ ଥିଲେ।
ଆଗାମୀ ଦିନରେ ଗାଁ ଗାଁ ଯାଇ ଏହି ଆଇନ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ସମସ୍ତ ନେତୃତ୍ୱ ଆହ୍ୱାନ ଜଣାଇଥିଲେ। ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ।
– କଳାହାଣ୍ଡି ଜିଲ୍ଲା ପ୍ରତିନିଧି,
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
What's Your Reaction?