ସେବା ସପ୍ତାହରେ ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି।

Sep 21, 2025 - 07:13
0 15
ସେବା ସପ୍ତାହରେ ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି।

କୋକସରା,୨୦l୯(ଷ୍ଟାର ନିୟୁଜ ଓଡିଶା ): କଳାହାଣ୍ଡି ଜିଲ୍ଲା କୋକସରା ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଆମପାଣି ମଣ୍ଡଳ ଡୁଡୁକାଠେଙ୍ଗା ପଞ୍ଚାୟତ ଦର୍ଲିପଡା ଛକ ଠାରେ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ଜନ୍ମ ଦିବସ ପାଳନ "ସେବା ସପ୍ତାହ" ଅବସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ପାଇଁ ଶନିବାର ବିଜେପି ପକ୍ଷରୁ ଡୁଡୁକାଠେଙ୍ଗା ଠାରେ ଆମପାଣି ମଣ୍ଡଳ ବିଜେପି ସଭାପତି ମଧୁବନ ପାତ୍ର ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସ୍ତରୀୟ ମାଗଣା ସ୍ୱାସ୍ଥ୍ୟ ସେବା ଶିବିରର ସଂଯୋଜକ ଅପରେସ ସ୍ୱ।ଇଁ ଏବଂ ହିମାଂଶୁ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମର ସୁ ପରିଚାଳନା ଏବଂ ଆଖପାଖ ଅଞ୍ଚଳର ଜନସାଧାରଣ କେମିତି ମାଗଣା ସ୍ୱାସ୍ଥ୍ୟ ସେବା ପାଇ ଏହାର ଲାଭ ପାଇପାରିବେ ସେଥିପ୍ରତି ବିସ୍ତୃତ ଆଲୋଚନା କରାଯାଇଥିଲା।ଏଥିରେ ମଣ୍ଡଳ ସାଧାରଣ ସମ୍ପାଦକ ତୁଲାରାମ ନାଏକ, ଦ୍ରୋଣାଚାର୍ଯ୍ୟ ପୁଝାରୀ, ଗରୁଡ ଧ୍ୱଜ ମାଝି, ଚକ୍ରଧର ବେଶ୍ରା, ନକୁଲ ନାଏକ, ସ୍ଥାନୀୟ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରୀୟା ନାଗ, ବନମାଳୀ ବାଗ, ମକରନ୍ଦ ବାଗ,ସନାତନ ସୁନାନୀ, ରଘୁନାଥ ଖମାରୀ,ଟଙ୍କଧର ନାଏକ,ଧନୁର୍ଯ୍ୟ ବାଗ, ଖଗେଶ୍ବର ବାଣୁଆ, ବଂଶି ନାଗ, ରିତେଶ କୁମାର ମୁଣ୍ଡ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User