ଅଜଣା ଘାସକୁ ନେଇ ଚିନ୍ତାରେ ଝରିଗାଁ ବ୍ଲକ ଚାଷୀ ପ୍ରତି ବର୍ଷ ବଡୁଛି,ମକା ଅମଳ କମୁଛି ।

Jul 09, 2025 - 11:04
0 302
ଅଜଣା ଘାସକୁ ନେଇ ଚିନ୍ତାରେ ଝରିଗାଁ ବ୍ଲକ ଚାଷୀ ପ୍ରତି ବର୍ଷ ବଡୁଛି,ମକା ଅମଳ କମୁଛି ।

ଝରିଗାଁ,୯l୭(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ପ୍ରାୟ ଚାଷୀ ମକା ଚାଷ କରୁଛନ୍ତି।ବ୍ଲକରେ ହଜାର ହଜାର ହେକ୍ଟର ମକା ଚାଷ ହେଉଛି।ମାଟିର ଉର୍ବରତା ଧୀରେ ଧୀରେ କମୁ ଥିବା ବେଳେ ଚାଷୀ ବିଭିନ୍ନ ପ୍ରକାର ରାସାୟନିକ ସାର ପ୍ରୟୋଗ କରି ଅଧିକ ଅମଳ କରୁଛନ୍ତି।ତେବେ ଗତ କିଛି ବର୍ଷ ହେବ ଅଜଣା ଘାସ ଚାଷୀ ମାନଙ୍କୁ ଚିନ୍ତାରେ ପକାଇଦେଇଛି।ଔଷଧ ଛିଞ୍ଚନ ପରେ ମଧ୍ୟ ଘାସ ମରୁ ନଥିବା ବେଳେ ମକା ଅମଳ ସମୟରେ ହ୍ରାସ ହେଉଥିବା କହିଛନ୍ତି।ସୂଚନା ପ୍ରକାରେ ଝରିଗାଁ ବ୍ଳକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତର କିଛି ମକା ଜମିରେ ଗତ ୩ ବର୍ଷ ତଳେ ଅଜଣା ଘାସର ପଦ୍ରୁଭାବ ଆରମ୍ଭ ହୋଇଥିଲା।ମକା ଜମିରେ ମକା ଗଛ ଲଗାଇବା ସମୟରେ ଏହି ଅଜଣା ଘାସ ଜଣାପଡୁନଥିବା ବେଳେ କିଛି ଦିନ ପରେ ଏହି ଅଜଣା ଘାସ ଜମିରୁ ବାହାରୁଛି।ମକା ଗଛ ଏବଂ ଘାସ ଦେଖିବାକୁ ସମାନ ଥିବା ଯୋଗୁଁ ଚାଷୀ ମାନେ ଅଜଣା ଘାସ ଉପାଡିବା ସମ୍ଭବ ହେଉନାହିଁ।ଫଳରେ ଚାଷୀ ମାନେ ଅଜଣା ଘାସକୁ ନେଇ ଚିନ୍ତାରେ ପଡିଛନ୍ତି।ଅଜଣା ଘାସ ଉଠିବା ଯୋଗୁଁ ମକା ଗଛ ପାଇଁ ଦେଇ ଥିବା ରାସାୟନିକ ସାର ସଠିକ ଭାବେ ମକା ଗଛକୁ ଯୋଗାଇ ପାରୁନାହିଁ।ତେଣୁ ମକା ଗଛ ଗୁଡିକ ସଠିକ ଭାବେ ଉଠି ନପାରି ଅମଳ ସମୟରେ ହ୍ରାସ ହେଉଥିବା ଅଭିଯୋଗ ହୋଇଛି।ଏହି ଅଜଣା ଘାସ ପ୍ରଥମେ କୁଟ୍ରିଛାପର ପଞ୍ଚାୟତର କିଛି କିଛି ମକା ଜମିରେ ଦେଖା ଯାଉଥିବା ବେଳେ ଧୀରେ ଧୀରେ ବର୍ତ୍ତମାନ ଝରିଗାଁ ବ୍ଳକର ବହୁ ପଞ୍ଚାୟତରେ ବ୍ୟାପୁଥିବା ଦେଖୁବାକୁ ମିଳିଛି।ଅଜଣା ଘାସକୁ ନେଇ ମକା ଚାଷୀ ଚିନ୍ତାରେ ଥିବା ବେଳେ ପ୍ରଶାସନ ପକ୍ଷରୁ ଅଜଣା ଘାସର ପରୀକ୍ଷା ନିରୀକ୍ଷା କରି ଏହାର ଦମନ ପାଇଁ ନୂତନ ଔଷଧ ଚାଷୀ ମାନଙ୍କୁ ପ୍ରଦାନ କରିବା ପାଇଁ ଦାବି ହୋଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User