ଆଁସ ଟ୍ରାନ୍ସପୋର୍ଟ ପାଇଁ କଳାହାଣ୍ଡି ର ଟ୍ରକ ମାଲିକ ସଂଘ ର ପ୍ରତିବାଦ।ବାହାର ମାଲ କୁ କାମ ଦେଉଛି ଠିକା ସଂସ୍ଥା।

Apr 01, 2026 - 20:05
0 10
ଆଁସ ଟ୍ରାନ୍ସପୋର୍ଟ ପାଇଁ କଳାହାଣ୍ଡି ର ଟ୍ରକ ମାଲିକ ସଂଘ ର ପ୍ରତିବାଦ।ବାହାର ମାଲ କୁ କାମ ଦେଉଛି ଠିକା ସଂସ୍ଥା।

ଭବାନୀପାଟଣା ତା. ୦୧/୦୪( ଷ୍ଟାର ନିୟୁଜ ଓଡିଶା )ଏକଳାହାଣ୍ଡି ଜିଲ୍ଲାରେ ବେଦାନ୍ତ କମ୍ପାନୀର ଆଁସ ଟ୍ରାନ୍ସପୋର୍ଟକୁ ନେଇ ବିବାଦ ଦେଖାଦେଇଛି । ସ୍ଥାନୀୟ ଟ୍ରକ ମାଲିକଙ୍କୁ କାମ ନ ମିଳିବା ଅଭିଯୋଗରେ ଆଜି ଆନ୍ଦୋଳନ ରେ ଓଲେଇଛନ୍ତି ଟ୍ରକ୍ ଆସୋସିଏସନ୍ ମିଳିଛି।
ମା ମାଣିକେଶ୍ଵରୀ ଡମ୍ପର ସଂଘ ଓ ମା ଭୈରବୀ ଟ୍ରକ ମାଲିକ ସଂଘର ମିଳିତ ମଞ୍ଚ ପକ୍ଷରୁ ବେଦାନ୍ତ ଆଁସ ଗାଡିକୁ ରୋକାଯାଇଛି ।
 ଅଭିଯୋଗ ଅନୁସାରେ, କଳାହାଣ୍ଡି ଜିଲ୍ଲାର ଟ୍ରକ ମାଲିକମାନେ କାମ ପାଉନଥିବାବେଳେ ବାହାର ଅଞ୍ଚଳର ଠିକା ସଂସ୍ଥାମାନେ ଟ୍ରକ ଲଗାଇ ଆଁସ ପରିବହନ କରୁଛନ୍ତି । ଏହାର ପ୍ରଭାବରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଶତାଧିକ ଟ୍ରକ ମାଲିକ ଜୀବିକା ସମସ୍ୟାରେ ପଡ଼ିଛନ୍ତି । ଏହାକୁ ପ୍ରତିବାଦ କରି ଆଜି ଛତିକୁଡା ନିକଟରେ ସଭା ଆୟୋଜନ କରାଯାଇଥିଲା । ପରେ ସଂଘ ସଦସ୍ୟମାନେ ଏକତ୍ରିତ ହୋଇ ଆଁସ ଗାଡି ଚଳାଚଳକୁ ବନ୍ଦ କରିଥିଲେ। ଯଦି ଶୀଘ୍ର ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ରାସ୍ତା ରୋକ ସହ ଭୟାବହ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

BYTE-1: ସାରଦା ପ୍ରସନ୍ନ ସ୍ୱାଇଁ, ସଦସ୍ୟ, ମାଁ ମାଣିକେଶ୍ଵରୀ ଟ୍ରକ୍ ଆସୋସିଏସନ୍ 
 2-ଚନ୍ଦ୍ର ଶେଖର ବେହେରା, ସଭାପତି, ମା ଭୈରବୀ ଟ୍ରକ ମାଲିକ ସଂଘ

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User