ଆଶୁ ଚିକିତ୍ସା ଓ ଜଳବାୟୁ ପରିବର୍ତ୍ତନକୁ ନେଇ ସଚେତନତା କାର୍ଯ୍ୟକ୍ରମ।

Sep 13, 2025 - 15:13
0 62
ଆଶୁ ଚିକିତ୍ସା ଓ ଜଳବାୟୁ ପରିବର୍ତ୍ତନକୁ ନେଇ ସଚେତନତା କାର୍ଯ୍ୟକ୍ରମ।

ଝରିଗାଁ,୧୨l୯(ଷ୍ଟାର ନିୟୁଜ ଓଡିଶା ): ଝରିଗାଁ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ଼ କ୍ରସ ପକ୍ଷରୁ ଆଶୁ ଚିକିତ୍ସା(frist aid) ଓ ଜଳବାୟୁ ପରିବର୍ତ୍ତନକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ନାୟକ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନ କରିବା ସହ ଚାରା ରୋପଣ ଉପରେ ଗୁରୁତ୍ୱ ଦେଇ ସମସ୍ତେ ଚାରା ରୋପଣ କରିବା ପାଇଁ ଆହ୍ୱାନ ଦେଇଥିଲେ।ସେହିପରି ଇନ୍ଦ୍ରାବତୀ କଲେଜର ଅବସର ପ୍ରାପ୍ତ ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ଆଶୁ ଚିକିତ୍ସା(frist aid) ବିଷୟରେ ତାଲିମ ଦେବା ସହ ସଚେତନ କରିଥିଲେ।ସେହିପରି ଜଳବାୟୁ ପରିବର୍ତ୍ତନ ପାଇଁ ଯେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟା ହେଉଛି କିଭଳି ତୁରନ୍ତ ସ୍ୱାସ୍ଥ୍ୟ ସେବା ଦିଆଯାଇପାରିବ ସେନେଇ ତାଲିମ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ରେଡ଼ କ୍ରସ କାଉସିଲର ସନ୍ତୋଷ କୁମାର ଖିଲାର ପରିଚାଳନା କରିଥିବା ବେଳେ ଅଧ୍ୟାପକ ଗୋପାଳ ମହାରଣା,ଶଙ୍କର କୁମାର ନାଲା, ଗ୍ରନ୍ଥ ପାଳକ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।ଶେଷରେ ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User