ଇଚ୍ଛାପୁର ପଂଚାୟତରେ ବିକାଶ ପରିବହନ ରଥକୁ ଭବ୍ୟ ସ୍ୱାଗତ ।

Jun 18, 2025 - 15:55
0 40

ଝରିଗାଁ,୧୮l୬ (ଷ୍ଟାର ନିୟୁଜ ଓଡିଶା ): ଏକ ବର୍ଷର ଶାସନ କାଳ ମଧ୍ୟରେ ମୋହନ ସରକାର ଯାହାସବୁ ଯୋଜନା କରିଛନ୍ତି ସେସବୁ ଯୋଜନାକୁ ଜନସାଧାରଣ ମାନଙ୍କ ପାଖରେ ପହଂଚାଇବା ଉଦେଶ୍ୟ ରାଜ୍ୟ ସରକାର ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରିଛନ୍ତି |ଏହି ଯାତ୍ରା ଚଳିତ ମାସର 12ତାରିଖରେ ଶୁଭାରମ୍ଭ ହୋଇଥିବା ବେଳେ ଆସନ୍ତା 26ତାରିଖ ରେ ସମାପିତ ହେବ |15ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିକାଶ ବାହନ ରଥ ବ୍ଲକରୁ ବାହାରି ପ୍ରତି ପଂଚାୟତରେ ପହଂଚି ଉପସ୍ଥିତ ଜନସାଧାରଣଙ୍କୁ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ମଧ୍ୟରେ ଯାହା ସବୁ ଜନ କଲ୍ୟାଣକାରୀ ଯୋଜନା କରିଛନ୍ତି, ତାର ଉପଲବ୍ଧି ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇବା ସହ ଯୋଜନାରୁ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ସାଙ୍ଗେ ସାଙ୍ଗେ ଯୋଜନାରେ ସାମିଲ କରିବା ଏହାର ମୂଳ ଲକ୍ଷ୍ୟ ରହିଛି |ଗତ 12ତାରିଖରେ ବିକାଶ ବାହନ ରଥ ଝରିଗାଁ ବ୍ଲକ କାର୍ଯ୍ୟାଳୟରୁ ବାହାରି ବ୍ଲକ ଅଧିନରେ ଥିବା ବିଭିନ୍ନ ପଂଚାୟତ ପରିଭ୍ରମଣ କରି ଆଜି ଇଚ୍ଛାପୁର ପଂଚାୟତ କାର୍ଯ୍ୟାଳୟରେ ପହଂଚିଥିଲା |ବିକାଶ ବାହନ ରଥକୁ ପାଲିଆ ଠାରେ ପଂଚାୟତର କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ମିଶନ ଶକ୍ତି ମହିଳା ଏସ ଏଚ ଜି ମହିଳା ତଥା ଇଚ୍ଛାପୁର ପଂଚାୟତର ଜନସାଧାରଣ ଫୁଲ ଚନ୍ଦନ ଦେଇ ଭବ୍ୟ ସ୍ୱାଗତ କରିଥିଲେ |ପରେ ଇଚ୍ଛାପୁର ପଞ୍ଚାୟତର ଜଣେ ବରିଷ୍ଠ ବିଜେପି କର୍ମୀ ତଥା ଝରିଗାଁ ଆତ୍ମା ଚେୟାରମ୍ୟାନ ଚିତ୍ର ପ୍ରସାଦ ତିୱାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଆୟୋଜନ ହୋଇଥିଲା |ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ବିଧାୟକ ନରସିଂହ ଭତରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁ ସୁଦନ ମାଝୀ, ଝରିଗାଁ ଆଇ ଆଇ ସି ପ୍ରଦୀପ କୁମାର ଶବର, ଚଚା ମଣ୍ଡଳ ସଭାପତି ମହେଶ୍ୱର ତିୱାରୀ,ଚଚା ମଣ୍ଡଳର ସାଧାରଣ ସମ୍ପାଦକ ପ୍ରତାପ ଦୁରିଆ, , ପୂର୍ବତନ ସରପଞ୍ଚ ପବିତ୍ର ସାନ୍ତା, ଫୁଫୁଗାଁ ପଂଚାୟତ ସଭାପତି ରାମକୃଷ୍ଣ ସାନ୍ତା, ଝରିଗାଁ ମଣ୍ଡଳ ଯୁବ ସଭାପତି ଗିରି ପାଣ୍ଡେ, ଜିପିଓ ରମେଶ ହରିଜନ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୌରଭ ବେହେରାଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ମାନେ ମଞ୍ଚାସିନ ରହିଥିଲେ |ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ମିଶନ ଶକ୍ତି ମହିଳାମାନେ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ |ବିଧାୟକ,ସାଂସଦ ପ୍ରତିନିଧି ଓ ଚଚା ମଣ୍ଡଳର ସାଧାରଣ ସମ୍ପାଦକ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ଉପଲବ୍ଧି ଉପରେ ପ୍ରାଞ୍ଜଳ ଭାବେ ଜନସାଧାରଣଙ୍କୁ ବୁଝେଇଥିଲେ |ପରେ ହିତାଧିକାରୀଙ୍କୁ ପେନସନ, ଲେବର କାର୍ଡ, ରେସନ କାର୍ଡ, ସି ଏମ କିସାନ କାର୍ଡ, ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରାଯିବା ସହିତ ଲକ୍ଷ ପତି ଦିଦି ଯୋଜନା ରେ ସାମିଲ ହୋଇଥିବା ଗ୍ରୁପ ମାନଙ୍କୁ ଚେକ ପ୍ରଦାନ କରିବା ସହ ସାଙ୍ଗ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User