ଉଦଯାପିତ ହେଲା ଫିରିଙ୍ଗିଆ ର ପ୍ରସିଦ୍ଧ ଜନ୍ମାଷ୍ଟମୀ ଉତ୍ସବ I

Aug 17, 2025 - 17:23
0 178
ଉଦଯାପିତ ହେଲା ଫିରିଙ୍ଗିଆ ର ପ୍ରସିଦ୍ଧ ଜନ୍ମାଷ୍ଟମୀ ଉତ୍ସବ I

ଫିରିଙ୍ଗିଆ,୧୭l୮(ଷ୍ଟାର ନିୟୁଜ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରର ଓଡ଼ିଆ ସାହି ସାହି ଠାରେ ଥିବା ଭାଗବତ ସ୍ୱାମୀ ମନ୍ଦିରରେ ପୂର୍ବ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି I ଏହି ମନ୍ଦିର ଟି ପ୍ରାୟ ଦୁଇଶହ ବର୍ଷ ର ପୁରାତନ ମନ୍ଦିର ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ସାହି ବାସିନ୍ଦା ନିଷ୍ଠା ର ସହ ଏହି ଜନ୍ମାଷ୍ଟମୀ ଉତ୍ସବ କୁ ପାଳନ କରିଆସୁଛନ୍ତି I ତେବେ ପୂର୍ବ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଉତ୍ସବ ପରିଚାଳନା କମିଟି ର ସଭାପତି ଜିତୁ ବିଶୋଇ ଏବଂ ସମ୍ପାଦକ ପ୍ରଦୀପ ସାହୁ ଙ୍କ ପ୍ରତକ୍ଷ ତତ୍ୱାବଧାନରେ କମିଟି ର ସମସ୍ତ କର୍ମକର୍ତା ଙ୍କ ସହଯୋଗ ରେ ଉତ୍ସବ ଟି ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା I ପ୍ରଥମ ଦିନରେ କଳସ ଯାତ୍ରା ଦ୍ୱିତୀୟ ଦିନରେ କୃଷ୍ଣ ଜନ୍ମ ଓ ତୃତୀୟ ଦିନରେ ନନ୍ଦ ଉତ୍ସବ ପାଳନ କରାଯାଇଥିଲା I ତିନିଦିନ ଧରି ସାହିଟି ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ନାମ ସଂକୀର୍ତନ ରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା I ଉତ୍ସବ ର ଶେଷ ଦିନ ଅର୍ଥାତ ଉଦଜାପନୀ ଉତ୍ସବ ରେ ନୟାଗଡ଼ ଜିଲ୍ଲା ରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ପୌରାଣିକ ନାଟକ ମର୍ତ୍ୟ ରେ ନାଗମାତା ନାଟକ ପରିବେଣ ହୋଇଥିଲା I ସେପଟେ ଏହି ନାଟକ ର ଉଦଘାଟନ ଉତ୍ସବ ରେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟ ଅଧିକାରୀ ଅନୁପ ଅଭିଷେକ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ନେଲେ ଅନ୍ୟମାନଙ୍କ ମଧ୍ୟରେ ଏପିଓ ସୁମନ୍ତ ଉଠାଣ ସିଂ, ମା ପୀତବଳି ଙ୍କ ମୁଖ୍ୟ ପୂଜକ ସତ୍ୟ ନାରାୟଣ ଭୁକ୍ତା, ସାଂସଦ ଙ୍କ ଶିକ୍ଷା ବିଭାଗ ବ୍ଲକ ପ୍ରତିନିଧି କଂସଦେବ ସାହୁ ଜିଲ୍ଲା ପାରମ୍ପରିକ ଲୋକ କଳା ସଙ୍ଘ ର ସଭାପତି ଅକ୍ଷୟ କୁମାର କର୍ଣ୍ଣ କମିଟି ର ବରିଷ୍ଠ ସଦସ୍ୟ ଅଭିମନ୍ୟୁ ବିଶୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ I ଏହାସହ ତିନିଦିନ ଧରି ବନ୍ଧଗଡ଼ ର ମାଁ ବରାଳ ଦେବୀ ଙ୍କ ଅଠର ମୁଠା ର ଦେହୁରୀ ବିରବର ଦେହୁରୀ ଓ ତାଙ୍କ ଧର୍ମ ପତ୍ନୀ ପୂଜା କର୍ତା ଭାବରେ ଦାୟିତ୍ୱ ବାହନ କରିଥିବା ବେଳେ ଶେଷ ଦିନରେ ରାଧା କୃଷ୍ଣ ଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା ଏଥିରେ ସାହି ବାସିନ୍ଦା ଙ୍କ ସହ ସରସ୍ବତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପ୍ରଦୁମ୍ନ ବିଶି ଙ୍କ ସହ ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ର ଛାତ୍ରୀ ମାନେ ମଧ୍ୟ ସାମିଲ ଥିଲେ I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User