କଲେଗାଁ, ମା କାଳୀ କଙ୍କାଲୁଣୀଙ୍କ ବାର୍ଷିକ ଦଶହରା ସମ୍ପନ୍ନ ।

Oct 20, 2025 - 14:19
0 100
କଲେଗାଁ, ମା କାଳୀ କଙ୍କାଲୁଣୀଙ୍କ ବାର୍ଷିକ ଦଶହରା ସମ୍ପନ୍ନ ।

ଝରିଗାଁ,୨୦l୧୦ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଂଚାୟତ ଅନ୍ତର୍ଗତ କଲେଗାଁ ସ୍ଥିତ ମା କାଳୀ କଙ୍କାଲୁଣୀଙ୍କ ବାର୍ଷିକ ଦଶହରା ଗତକାଲି ବେସ ଧୂମଧାମରେ ସମ୍ପନ୍ନ ହୋଇଯାଇଛି |ଗ୍ରାମର ପୂଜାରୀ କମଲୋଚନ ଗଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଗାଁର ଗାଉଁଟିଆ ପ୍ରଫୁଲ୍ଲ ପାଣ୍ଡେ, ଘନ ପୂଜାରୀ, ପଦୁ ଗଣ୍ଡ, ଖଗ ଗଣ୍ଡ, ପ୍ରଲ୍ଲାଦ ଗାଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଏହି ଦଶହରା ପର୍ବଟି ସୁଚାରୁ ରୂପେ ପାଳିତ ହୋଇଛି |କଲେଗାଁ ଆଖପାଖ ଅଞ୍ଚଳର ଦେବାଦେବୀମାନେ ନିଜ ନିଜ ପ୍ରତୀକ ଲାଠି, କୁରଚି, ପାଲିଙ୍କି, ଆଙ୍ଗା ଭଳି ବିଭିନ୍ନ ପ୍ରତୀକ ଧରି ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ମା କାଳୀ କଙ୍କାଲୁଣୀଙ୍କ ମନ୍ଦିରରେ ଉପସ୍ଥିତ ହେବା ପରେ ନିତି ନିୟମ ମୁତାବକ ସେମାନଙ୍କ ପୂଜାର୍ଚନା କରାଯାଇଥିଲା |ପୂଜା କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ରମେଶ ପୂଜାରୀ, ନିରାକାର ଗଣ୍ଡ, ଗଜେନ୍ଦ୍ର ପାଣ୍ଡେ, ତ୍ରିନାଥ ଧୁରୁଆ, ବିକାଶ ଧୁରୁଆ, ମାଧବ ଗଣ୍ଡ,ମାଧବ ମାଝୀ, କମଳୁ ହରିଜନ, ନାରାୟଣ ହରିଜନ,ଯୁଧିଆ ମାଝୀ,ଗଣପତି ଜାନି, ଦୁର୍ଯ୍ୟ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷାକରି ଦଶହରା ପର୍ବକୁ ସଫଳ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User