କଳାହାଣ୍ଡିରେ ବିଶ୍ୱ ଆଦିବାସୀ ଦିବସ ପାଳିତ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ; ପାରମ୍ପରିକ ନୃତ୍ୟ-ବାଦ୍ୟରେ କମ୍ପିଲା ଭବାନୀପାଟଣା

Aug 09, 2026 - 21:15
0 14
କଳାହାଣ୍ଡିରେ ବିଶ୍ୱ ଆଦିବାସୀ ଦିବସ ପାଳିତ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ; ପାରମ୍ପରିକ ନୃତ୍ୟ-ବାଦ୍ୟରେ କମ୍ପିଲା ଭବାନୀପାଟଣା

 ଭବାନୀପାଟଣା, ୯/୮ (ଷ୍ଟାରନ୍ୟୁଜ ଓଡ଼ିଶା):ଭବାନୀପାଟଣାରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି ବିଶ୍ୱ ଆଦିବାସୀ ଦିବସ। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ୍‌ରୁ ବିଭିନ୍ନ ଆଦିବାସୀ ସଂଗଠନର ଶତାଧିକ ସଦସ୍ୟ ଓ କର୍ମକର୍ତ୍ତା ଯୋଗଦେଇ ଆଦିବାସୀ ଏକତା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ପ୍ରଦର୍ଶନ କରିଥିଲେ।
ଭବାନୀପାଟଣା ଜେଲ୍‌ ଛକସ୍ଥିତ ବୀର ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବାହାରିଥିଲା ଏକ ବିଶାଳ ଶୋଭାଯାତ୍ରା। ପାରମ୍ପରିକ ବେଶଭୂଷାରେ ସଜ୍ଜିତ ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ବାଦ୍ୟଯନ୍ତ୍ର, ନୃତ୍ୟ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ନିଜ ଗୌରବମୟ ପରମ୍ପରାର ଝଲକ ପ୍ରଦର୍ଶନ କରିଥିଲେ। ଶୋଭାଯାତ୍ରାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା।
ଜେଲ୍‌ ଛକରୁ ବାହାରିଥିବା ଶୋଭାଯାତ୍ରା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ଜିଲ୍ଲା ଆଦିବାସୀ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ଶହ ଶହ ଆଦିବାସୀ ଏଥିରେ ସାମିଲ ହୋଇଥିଲେ। ବିଭିନ୍ନ ଆଦିବାସୀ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ମଧ୍ୟ ଶୋଭାଯାତ୍ରାରେ ଯୋଗଦେଇଥିଲେ।
ବିଶ୍ୱ ଆଦିବାସୀ ଦିବସ ଅବସରରେ ଆଦିବାସୀ ସମାଜର ଭାଷା, ସଂସ୍କୃତି, ପରମ୍ପରା, ଅଧିକାର ଓ ସାମାଜିକ ଏକତାକୁ ସୁଦୃଢ଼ କରିବା ନେଇ ଆହ୍ୱାନ ଦିଆଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User