କଳାହାଣ୍ଡି ବନ୍ଦ ସମ୍ପୂର୍ଣ୍ଣ ସଫଳ.
ଭବାନୀପାଟଣା. ୧୭/୭((ଷ୍ଟାର ନିୟୁଜ ଓଡିଶା)ଫକୀରମୋହନ ସ୍ଵୟମ ଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମା ହୁତି ଘଟଣା କୁ ନେଇ କଂଗ୍ରେସ ସମେତ 8 ଗୋଟି ବିରୋଧୀ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା କୁ କଳାହାଣ୍ଡି ରେ ସମ୍ପୁର୍ଣ୍ଣ ଭାବେ ସଫଳ ହୋଇଛି. ଭବାନୀପାଟଣା ସହର ସମେତ ଜିଲା ର ଜୁନାଗଡ, ଧର୍ମଗଡ଼ କେସିଙ୍ଗା, ନର୍ଲା, ମଦନପୁର ରାମପୁର, କଲମପୁର, ଜୟପାଟଣା ଆଦି ସ୍ଥାନରେ ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ସଫଳ ହୋଇଛି. ଭବାନୀପାଟଣା ସହହର ମେଡିକାଲ ଛକ, ଘୋଡାଘାଟ ପୋଲ, ପିପଲ ନାଲା ପୋଲ, ଦୟାନିଧି ଛକ,ନକଟିଗୁଡା ଛକ ଗୁଡିକରେ କଂଗ୍ରେସ ନେତା ଓ କର୍ମୀ ମାନେ ରାସ୍ତା ଅବରୋଧ କରି ରଖିଥିଲେ. କୌଣସି ଯାନବାହାନ କୁ ଛଡା ଯାଉ ନଥିଲା. କେବଳ ମେଡିକାଲ ସମ୍ଵନ୍ଧୀୟ ଗାଡି ମଟର କୁ ଛଡା ଯାଉ ଥିଲା. ଗାଡି ମଟର,,ବସ, ଟ୍ରକ ଅଖ ଚକ ସମ୍ପୂର୍ଣ୍ଣ ବନ୍ଦ ସହ ଦୋକାନ ବଜାର ଏବଂ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍, ଡାକଘର, ସ୍କୁଲ କଲେଜ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା. ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ଜିଲା ସଂଯୋଜକ ଜଳନ୍ଧର ନାଏକ, ପୁର୍ବତନ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ,ଉପ ସଭାପତି ଉଛବ ସାହୁ, ସନ୍ତୋଷ ପ୍ରଧାନ, ଦ୍ରୌପଦୀ ମାଝୀ, ସୈଭାଗ୍ୟ ମଲିକ, ଲକ୍ଷ୍ମୀ ପ୍ରିୟା ନାୟକ,ସମାଜବାଦୀ ପାର୍ଟିର ଜିଲା ସଭାପତି ଜଗଦୀଶ, ପ୍ରମୂଖ ଜିଲାପାଳ କାର୍ଯ୍ୟାଳୟ ଅବରୋଧ କରିଥିଲେ, ନକଟିଗୁଡା ଛକ ରେ ପୁର୍ବତନ କାଉନସିଲର ସୁକାନ୍ତ ବିଶି, ସଂଜୟ ମଲିକ, ପିପଲ ନାଳ ଠାରେ ସରୋଜ ବାଗ, ସୁବାଷ ପ୍ରଧାନ, ସୁକାନ୍ତି ସରାଫ, ମନ୍ଦାକିନୀ ବାଣୁଆ, ମହିଳା ନେତ୍ରୀ ମାର୍ଜିନା ପ୍ରଧାନ, ବାବା ଅଲୀ ଖାଁ, ରଇମାଳା ମାଝୀ, ଲିଙ୍ଗରାଜ ନାୟକ, ଭାଗବତ ଲାଲ, କେତନ ସିଂହ, ପ୍ରମୂଖ ଉପସ୍ଥିତ ରହି ରାସ୍ତା ଅବରୋଧ କରିଥିଲେ. ମେଡିକାଲ ଛକରେ ନିମାଞ୍ଚଳ ନାଏକ, ଗଣପତି ନାୟକ, କୃଷ୍ନ ଚନ୍ଦ୍ର ନାୟକ, ସିଦ୍ଧାର୍ଥ ନାୟକ, ଇନ୍ଦ୍ରଜିତ୍ ମହାକୁଡ, ପ୍ରଶାନ୍ତ ପ୍ରଧାନ, ସୁଦେଶ ନାୟକ, ଦାମୋଦର ମହାରଣା ପ୍ରମୂଖ ରାସ୍ତା ଅବରୋଧ କରିଥିଲେ. ସେହିପରି ସି ପି ଆଇ ଜିଲା ସହ ସମ୍ପାଦକ ସଞ୍ଜୟ ସୁନାନୀ ନିଜ କର୍ମୀ ମାନ ଙ୍କୁ ନେଇ ସହର ପରିକ୍ରମା କରି ଦୋଷୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ସ୍ଲୋଗାନ ଦେଇଥିଲେ.
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା
What's Your Reaction?






