କଳାହାଣ୍ଡି ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ “ଗଣତନ୍ତ୍ରର ପଞ୍ଚମ ସ୍ତମ୍ଭ” ସୁରକ୍ଷା ଓ ସାମ୍ବାଦିକ ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ

Jun 2, 2026 - 12:27
 0  16
କଳାହାଣ୍ଡି ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ “ଗଣତନ୍ତ୍ରର ପଞ୍ଚମ ସ୍ତମ୍ଭ” ସୁରକ୍ଷା ଓ ସାମ୍ବାଦିକ ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ

ଭବାନୀପାଟଣା, ୨l୬ ( ଷ୍ଟାର ନିୟୁଜ ଓଡିଶା ):କଳାହାଣ୍ଡି ଯୁବ କଂଗ୍ରେସ ପକ୍ଷରୁ ଭବାନୀପାଟଣାସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ “ଗଣତନ୍ତ୍ରର ପଞ୍ଚମ ସ୍ତମ୍ଭ – ସାମାଜିକ ଗଣମାଧ୍ୟମ ଓ ନାଗରିକ ସାମ୍ବାଦିକତାର ସୁରକ୍ଷା” ଶୀର୍ଷକ ଏକ ସାମ୍ବାଦିକ ସମ୍ମିଳନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା, ଅଭିବ୍ୟକ୍ତିର ସ୍ୱାଧୀନତା, ସାମ୍ବାଦିକ ସୁରକ୍ଷା ଏବଂ ସାମାଜିକ ଗଣମାଧ୍ୟମ କର୍ମୀଙ୍କ ଅଧିକାର ଭଳି ବିଭିନ୍ନ ସମସାମୟିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ, ଆଧୁନିକ ଗଣତନ୍ତ୍ରରେ ସାମାଜିକ ଗଣମାଧ୍ୟମ ଓ ନାଗରିକ ସାମ୍ବାଦିକତା ଏକ ଶକ୍ତିଶାଳୀ ମଞ୍ଚ ଭାବେ ଉଭା ହୋଇଛି, ଯାହାକୁ “ଗଣତନ୍ତ୍ରର ପଞ୍ଚମ ସ୍ତମ୍ଭ” ଭାବେ ଅଭିହିତ କରାଯାଉଛି।
ସମ୍ମିଳନୀରେ ସାମାଜିକ ଗଣମାଧ୍ୟମ କର୍ମୀ ଏବଂ ନାଗରିକ ସାମ୍ବାଦିକଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣ ଓ ଧମକ ପ୍ରତି ଚିନ୍ତା ବ୍ୟକ୍ତ କରାଯାଇଥିଲା। ସେହିପରି ଅଭିବ୍ୟକ୍ତିର ସ୍ୱାଧୀନତାର ସୁରକ୍ଷା, ସାମ୍ବାଦିକଙ୍କ ପାଇଁ ନିରାପଦ ପରିବେଶ ସୃଷ୍ଟି, ସରକାରଙ୍କ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷାରେ ଯୁବପିଢ଼ିଙ୍କ ଭୂମିକା ଉପରେ ମତାମତ ପ୍ରକାଶ ପାଇଥିଲା।
ବକ୍ତାମାନେ କହିଥିଲେ ଯେ, ଗଣତନ୍ତ୍ରର ସୁଦୃଢ଼ତା ପାଇଁ ସ୍ୱାଧୀନ ଓ ନିର୍ଭୀକ ସାମ୍ବାଦିକତା ଅପରିହାର୍ଯ୍ୟ। ଜନସାଧାରଣଙ୍କ ସ୍ୱରକୁ ସରକାର ଏବଂ ପ୍ରଶାସନ ନିକଟରେ ପହଞ୍ଚାଇବାରେ ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ କର୍ମୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ସେମାନଙ୍କ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ଦାବି କରାଯାଇଥିଲା।
ଏହି ସାମ୍ବାଦିକ ସମ୍ମିଳନୀରେ ଅଙ୍କିତ ସାହୁ (ଆଇୱାଇସି ସ୍ପୋକ୍ସପର୍ସନ), ମହମ୍ମଦ ସାହେବ (ସଭାପତି, କଳାହାଣ୍ଡି ଯୁବ କଂଗ୍ରେସ), ଆଶିଷ ସୁନା, ରଘୁ ବାଗ, ଚିତ୍ତରଞ୍ଜନ ଓ କଂଗ୍ରେସ ଦଳର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।
ଶେଷରେ କଳାହାଣ୍ଡି ଯୁବ କଂଗ୍ରେସ ପକ୍ଷରୁ ସମସ୍ତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଓ ଡିଜିଟାଲ ମିଡିଆର ସାମ୍ବାଦିକ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇବା ସହ ଗଣତାନ୍ତ୍ରିକ ଆଲୋଚନା ଓ ଜନସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ଗଣମାଧ୍ୟମର ସକ୍ରିୟ ଭୂମିକାକୁ ପ୍ରଶଂସା କରାଯାଇଥିଲା।
 ବିଷ୍ଣୁ ଚରଣ ସ୍ୱାଇଁକଳାହାଣ୍ଡି ଜିଲ୍ଲା ପ୍ରତିନିଧି
ଷ୍ଟାର ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR