କାଦୁଅ ପଚପଚ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ ।

Jul 31, 2025 - 17:33
 0  67
କାଦୁଅ ପଚପଚ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ ।

ଚନ୍ଦାହାଣ୍ଡି,୩୧l୭ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଳବେଡା ହାଇସ୍କୁଲର ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ଦୀର୍ଘ ଦିନ ଧରି କାଦୁଅ ରାସ୍ତା ଯୋଗୁଁ ବିଦ୍ୟାଳୟକୁ ଯାତାୟାତ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦଳବେଡା ଗାଁ ଠାରୁ ସ୍କୁଲ ୧ କିମି ରାସ୍ତା ରହିଅଛି।ଏହି ସମସ୍ୟାର ସମାଧାନ ପାଇଁ ସେମାନେ ବ୍ଲକ ପ୍ରଶାସନକୁ ବାରମ୍ବାର ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହେଉଛି । ଏହି ନିଷ୍କ୍ରିୟତା ନେଇ କ୍ଷୁବ୍ଧ ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ ନହୁଏ ତେବେ ସେମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ପ୍ରଦର୍ଶନ କରିବେ । ଦଳବେଡା ହାଇସ୍କୁଲ ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ହେଲେ ମଧ୍ୟ ଏହାକୁ ସଂଯୋଗ କରୁଥିବା ରାସ୍ତାର ଦୁର୍ଦଶା ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ନିରାପତ୍ତା ଉପରେ ଗଭୀର ପ୍ରଭାବ ପକାଇଛି। ଛାତ୍ରଛାତ୍ରୀମାନେ ଜଣାଇଛନ୍ତି ଯେ, କାଦୁଅ ଓ ଅସମାନ ରାସ୍ତା ଯୋଗୁଁ ସେମାନେ ନିୟମିତ ବିଦ୍ୟାଳୟ ଯାତ୍ରାରେ ଅସୁବିଧା ସହ ଦୁର୍ଘଟଣାର ଆଶଙ୍କା ରହୁଛି । ବିଶେଷ କରି ବର୍ଷା ଋତୁରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହେଉଛି, ଯାହା ଅନେକ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଯିବାକୁ ବାଧ୍ୟ କରୁଛି । ଏହା ସେମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରୁଥିବା ସହ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି।ସ୍ଥାନୀୟ ସୂତ୍ର ଅନୁସାରେ, ଏହି ସମସ୍ୟା ଦୀର୍ଘ ଦିନ ଧରି ଚାଲିଆସୁଛି। ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବ୍ଲକ ପ୍ରଶାସନକୁ ଏହି ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅନୁରୋଧ କରିଛନ୍ତି | ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସକରାତ୍ମକ ପଦକ୍ଷେପ ନିଆଯାଇନାହିଁ | ଏହା ଛାତ୍ରଛାତ୍ରୀଙ୍କ ମନୋବଳ ଉପରେ ପ୍ରଭାବ ପକାଇବା ସହ ସେମାନଙ୍କୁ ରାସ୍ତା ଉପରେ ବାହାରି ଆନ୍ଦୋଳନ କରିବାକୁ ବାଧ୍ୟ କରୁଛି ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow