ଘାସୀଦାସ ବାବାଙ୍କ ଜୀବନୀ ଉପରେ ଆଧାରିତ କ୍ରାନ୍ତିବୀର ପୁସ୍ତକ ଉନ୍ମୋଚିତ ଏବଂ ସତନାମୀ ସମାଜ ଜିଲ୍ଲା କମିଟି ଗଠିତ।

ରାଇଘର ,୧l୬(ଷ୍ଟାର ନିୟୁଜ ଓଡ଼ିଶା) :ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦରମହକୁମା ଧୋଡ୍ରାପାରା ସତନାମୀ ଭବନ ଠାରେ ଶ୍ରୀ ଶ୍ରୀ ଘାସୀ ଦାସ ବାବାଙ୍କ ଜୀବନୀ ଉପରେ ଆଧାରିତ ଓଡ଼ିଆ ପୁସ୍ତକ "କ୍ରାନ୍ତିବୀର ସତଗୁରୁ ଘାସୀଦାସ" ଯାହାକି ପ୍ରଥମକରି ଓଡ଼ିଆରେ ଲିଖିତ ହୋଇଛି ଏହି ପୁସ୍ତକର ଲେଖକ ହେଉଛନ୍ତି ଅଭିରାମ ଲେଙ୍କା,ପୂଜ୍ୟ ପୂଜକ ଘାସୀଦାସ ବାବା ଡିସେମ୍ବର ୧ ୮ ତାରିଖ ୧୭୫୬ ମସିହାରେ ଛତ୍ତିଶଗଡ଼ ରାଜ୍ୟର ଗିରତପୁରୀ ଠାରେ ଜନ୍ମଗ୍ରହଣ କରିଥିଲେ ଏହି ପୁସ୍ତକରେ ବାବାଙ୍କର ୪୨ ବାଣୀ ରେ ମଣିଷ ମଣିଷ ଗୋଟିଏ ସମାନ ବୋଲି ବାର୍ତା ଦିଆଯାଇଛି, ଘାସୀଦାସ ବାବା ଙ୍କ ଜନ୍ମ ଠୁ ଆରମ୍ଭକରି ବାଲ୍ୟକାଳ, ଯୁବା ବସ୍ଥା ଏବଂ ୪୨ ଟି ଅମୃତ ବାଣୀ ଆଦି ପୁସ୍ତକ ରେ ଲେଖା ଯାଇଛି ଏବଂ ଏହି ପୁସ୍ତକଟି ଆଜି ଉନ୍ମୋଚିତ କରାଯାଇଛି ଆଜିର କାର୍ଯ୍ୟକ୍ରମ କୁ ହାରିରାମ ଆଡିଲ ପରିଚାଳନା କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସତନାମୀ ସମାଜର ଓଡିଶା ରାଜ୍ୟ ସଭାପତି ଜୋତିଲାଲ ବଞ୍ଜାରେ, ସାମ୍ମାନିତ ଅତିଥି ରୂପେ ରାଇଘର ବ୍ଲକ ଗଣ୍ଡୱାନା ସମାଜ ସଭାପତି ମଣିରାମ ଗଣ୍ଡ ଯୋଗଦେଇଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ସତନାମୀ ସମାଜ କୁଳପତି କ୍ଷେତ୍ରମୋହନ କୁରେନା, ଓଡିଶା ସତନାମୀ ସମାଜ ଉପସଭାପତି ଚୁନୀଲାଲ ମିଝା, ଉପସଭାପତି ହରି ନାମ ଆଡିଲ, ସମ୍ପାଦକ ମିନିକେତନ ସତନାମି,କୋଷାଧ୍ୟକ୍ଷ ମାରକଣ୍ଡେ ସତନାମୀ,ପ୍ରବକ୍ତା ଶଙ୍କରଲାଲ ବଂଜାରେ,ରାଜମହାନ୍ତ ଗଣେସୁ ପହରେ, ସତନାମୀ ସମାଜ ମିଡ଼ିଆ ପ୍ରଭାରୀ ଲକେଶ ସତନାମୀ, ଗଣ୍ଡୱାନା ସମାଜ ସମ୍ପାଦକ ଫଗୁଣୁ ରାମ ଗଣ୍ଡ, ଏସିସେଲ ର ସମ୍ପାଦକ ସନ୍ତୁରାମ ନାଗ, ରାଇଘର ବ୍ଲକ ର ଅନୁସୂଚିତ ଜାତି ଜନଜାତି ର ସଭାପତି ସୁରେଶ ଭାରତି, ନଗରୀ ବ୍ଲକ ସତନାମୀ ସମାଜ ସଭାପତି ବିଷ୍ଣୁ ଟଣ୍ଡନ, କଳାହାଣ୍ଡି ଜିଲ୍ଲା ସତନାମୀ ସମାଜ ସଭାପତି ଶତ୍ରୁ ଘନ ସତନାମୀ ଯୋଗ ଦେଇଥିଲେ ପରେ ଉକ୍ତ କାର୍ଯ୍ୟକ୍ରମ ପରିଶେଷରେ ଓଡିଶା ରାଜ୍ୟ କମିଟି ଙ୍କ ଉପସ୍ଥିତିରେ ସତନାମୀ ସମାଜ ଜିଲ୍ଲା କମିଟି ଗଠନ ହେଲା ଉକ୍ତ କମିଟିରେ ନବରଙ୍ଗପୁର ଜିଲ୍ଲା ସଭାପତିରୂପେ ସୁରେଶ ଭାରତୀ, ଉପସଭାପତି ମନହରଲାଲ ଚତୁରବେଦି, ସମ୍ପାଦକ ପ୍ରବୀଣ ସତନାମୀ, ଉପ ସମ୍ପାଦକ ଚନ୍ଦନ ବାନ୍ଦେ, କୋଷାଧ୍ୟକ୍ଷ ନେନ୍ଦୁରାମ ମିରଝା,ଆଇନ ପରାମର୍ଶଦାତା ରୂପେ ମାଖନଲାଲ ଚତୁରବେଦି ଙ୍କୁ ଚୟନ କରା ଯାଇଥିଲା, ଉକ୍ତ କାର୍ଯ୍ୟକ୍ରରେ ଓଡିଶା ର ବଲାଙ୍ଗୀର, ନୂଆପଡା, କଳା ହାଣ୍ଡି, ନବରଙ୍ଗପୁର, ଛତ୍ତିଶଗଡ଼ ର ନଗରୀ ଆଦି ଅଞ୍ଚଳରୁ ବହୁ ସଂଖ୍ୟାରେ ସତନାମୀ ସମାଜର କର୍ମକର୍ତା ଯୋଗ ଦେଇ ଥିଲେ l
ଉମରକୋଟ ରୁ ମାନିନୀ ଚକ୍ରବର୍ତ୍ତୀ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା
What's Your Reaction?






