କାଦୁଅ ରାସ୍ତାରେ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି ।

Jul 07, 2025 - 19:17
0 111
କାଦୁଅ ରାସ୍ତାରେ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି ।

ଝରିଗାଁ,୭l୭(ଷ୍ଟାର ନିୟୁଜ ଓଡିଶା ); ତିନି ଶହ ମିଟର ଦୂର କାଦୁଅ ରାସ୍ତାକୁ ପକ୍କା ରାସ୍ତା କରିବା ପାଇଁ ଗ୍ରାମବାସୀ ବହୁବାର ଦାବି କରି ଆସୁଛନ୍ତି।କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।ଫଳରେ ସେହି କାଦୁଅ ରାସ୍ତା ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ସହ ଗ୍ରାମବାସୀ ଯାତାୟତ କରିବା ପାଇଁ ବାଧ୍ୟ୍ୟ ହେଉଛନ୍ତି।ଏଭଳି ଦୃଶ୍ୟ ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବଡନୀ ଗ୍ରାମରେ ଦେଖିବାକୁ ମିଳିଛି।ବଡନୀ ଗ୍ରାମର ଆଶ୍ରମ ବିଦ୍ୟାଳୟ ହାଟପଦା ଛକ ଠାରୁ ପ୍ରାୟ ୩ଶହ ମିଟର ଦୂରରେ ରହିଛି।ଛକ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ ହୋଇଥିବା ବେଳେ ଛକ ଠାରୁ ୩ଶହ ମିଟର ଦୂର ରାସ୍ତା ନିର୍ମାଣ ହୋଇନାହିଁ।ଉକ୍ତ ତିନି ଶହ ମିଟର ରାସ୍ତା ମାଟି ରାସ୍ତା ଥିବା ବେଳେ ଖରା ଓ ଶୀତ ଦିନ ଗୁଡିକରେ ଯେକୌଣସି ପ୍ରକାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଯାତାୟତ କରୁଛନ୍ତି।କିନ୍ତୁ ବର୍ଷା ଦିନ ଗୁଡିକରେ ଏହି ରାସ୍ତା ଦେଇ ଯାତାୟତ କରିବାରେ ସମସ୍ୟା ଦେଖାଦେଇଛି।ରାସ୍ତା ସମ୍ପୁର୍ଣ୍ଣ କାଦୁଅରେ ଭର୍ତ୍ତି ରହିଥିବା ସହ ବର୍ଷା ପଣି ଜମି ରହୁଛି।ଏହି ରାସ୍ତା ଦେଇ ଛୋଟ ଛୋଟ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯାତାୟତ କରୁଥିବା ବେଳେ ବିଭିନ୍ନ ସମୟରେ ଗୋଡ଼ ଖସି ପଡୁଥିବା ଅଭିଯୋଗ ହୋଇଛି।ସେହିଭଳି ବିଦ୍ୟାଳୟ ଠାରୁ କିଛି ଦୂରରେ ହାଟପଦା, ପୋଖରୀ ଏବଂ ସ୍ଥାନୀୟ ଚାଷୀ ମାନଙ୍କ ଚାଷ ଜମି ରହି ଥିବା ଯୋଗୁଁ ବର୍ଷା ଦିନ ଗୁଡିକରେ ଏହି ରାସ୍ତା ଦେଇ ଗ୍ରାମବାସୀ ମାନେ ବାଧ୍ୟ ହୋଇ ଯାତାୟତ କରୁଛନ୍ତି।ଉକ୍ତ ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ପ୍ରଶାସନ ନିକଟରେ ଦାବି କରି ଆସୁଥିବା ବେଳେ କୌଣସି ସୁଫଳ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ତେଣୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 7

Comments (0)

User