ନବରଙ୍ଗପୁର ଜିଲ୍ଲା ଓଡିଶା ରାଜ୍ୟ ରାଜସ୍ବ ଫିଲ୍ଦ ଅଫିସର୍ସ ଆସୋସିଏସନ ର ସାଧାରଣ ବୈଠକ ।

Jul 07, 2025 - 18:36
0 243
ନବରଙ୍ଗପୁର ଜିଲ୍ଲା ଓଡିଶା ରାଜ୍ୟ ରାଜସ୍ବ ଫିଲ୍ଦ ଅଫିସର୍ସ ଆସୋସିଏସନ ର ସାଧାରଣ ବୈଠକ ।

ନବରଙ୍ଗପୁର /ଡାବୁଗାଁ ,୭l୭(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ନବରଙ୍ଗପୁର ଜିଲ୍ଲା ଓଡିଶା ରାଜ୍ୟ ରାଜସ୍ବ ଫିଲଡ ଅଫିସର୍ସ ଆସୋସିଏସନ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ନବରଙ୍ଗପୁର ଜିଲ୍ଲା ଓଡିଶା ରାଜ୍ୟ ରାଜସ୍ବ ଫିଲଡ଼ ଆସୋସିଏସନ ର ଜିଲ୍ଲା ସଭାପତି ଶିବାନନ୍ଦ ରାଉତଙ୍କ ଅଧ୍ୟକ୍ଷତା ଏବଂ ଜିଲ୍ଲା ସମ୍ପାଦକ ବନମାଳୀ ନାୟକଙ୍କ ଆହ୍ୱାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର 10ଗୋଟି ବ୍ଲକର 68ଟି ରାଜସ୍ବ ମଣ୍ଡଳ କାର୍ଯ୍ୟାଳୟର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ରାଜସ୍ବ ଫିଲଡ଼ ଅଫିସର୍ସ ଆସୋସିଏସନ ର ସାଧାରଣ ସମ୍ପାଦକ ମହମ୍ମଦ ଯାଭେଦ ଅଖତର ମୁଖ୍ୟ ଅତିଥିଭାବେ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଉମରକୋଟ ଜୋନର ଉପ ସଭାପତି ରେଖା କାଞ୍ଜିଲାଲ, ପରାମର୍ଶ ଦାତା ପି ଉଦୟ କୁମାର, ଅନିଲ କୁମାର ଦାଶ ପ୍ରମୁଖ ମଞ୍ଚାସିନ ରହିଥିଲେ |ବୈଠକରେ ଆଲୋଚିତ ହୋଇଥିବା ଆଲୋଚ୍ୟ ବିଷୟ ଗୁଡିକ ମଧ୍ୟରେ ରାଜସ୍ବ ଅଧିକାରୀ ମାନଙ୍କ ବିଭିନ୍ନ ସମସ୍ୟା, ଭିତ୍ତିଭୂମିର ଅଭାବ ବିଦ୍ୟୁତ ସଂଯୋଗ, ମୋବାଇଲ ଭତ୍ତା ଅନାଦାୟ, କାଗଜ କାର୍ଟ୍ରିଜ ଭଳି କଣ୍ଟିଜେନ୍ସି ସାମଗ୍ରୀ, ନିର୍ଦ୍ଧିଷ୍ଟ ଯାତାୟାତ ଭତ୍ତା ଆଦି ପ୍ରମୁଖ ବିଷୟ ରହିଥିବା ବେଳେ ରାଜ୍ୟ ସ୍ତରୀୟ ଦାବୀ ଗୁଡିକ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା |ଆସୋସିଏସନ ର ଉନ୍ନତି ପାଇଁ ପୂର୍ଣ୍ଣ ସହଯୋଗ କରିବା ସହିତ ରାଜ୍ୟ ସଂଗଠନକୁ ସହଯୋଗ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନଙ୍କୁ ପରାମର୍ଶ ଦିଆଯାଇଥିଲା |ତତ ସହିତ ଜିଲ୍ଲାର ସମସ୍ତ ରାଜସ୍ବ ମଣ୍ଡଳ କାର୍ଯ୍ୟାଳୟରେ ପିଅନ ପୋଷ୍ଟ ପୂରଣ, ତହସିଲ ସ୍ତରୀୟ ଶାଖା ଗଠନ, ରାଜସ୍ବ ଭବନ ନିର୍ମାଣ ଆଦି ପ୍ରସଙ୍ଗ ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜସ୍ବ ଅଧିକାରୀଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ଓ କାର୍ଯ୍ୟାଳୟ ମାନଙ୍କରେ କର୍ମଚାରୀ ଅଭାବ ଥିବା ବିଷୟରେ ଆଲୋଚନା ହୋଇଥିଲା |ଜିଲ୍ଲାରେ 68ଗୋଟି ରାଜସ୍ବ ମଣ୍ଡଳର କାର୍ଯ୍ୟାଳୟ ପାଇଁ ନୂତନ ଲାପଟୋପ ଯୋଗାଇ ଦିଆଯାଇଥିବାରୁ ଜିଲ୍ଲା ସମ୍ପାଦକ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ସମସ୍ତେ ଭୁବନେଶ୍ୱର ମହାନଗର ନିଗମର ଜଣେ ବରିଷ୍ଠ ଓଏଏସ ଅଧିକାରୀ ରତ୍ନାକର ସାହୁଙ୍କ ଉପରେ ହୋଇଥିବା ନିର୍ମମ ଆକ୍ରମଣକୁ ଦୃଢ ନିନ୍ଦା କରିଥିଲେ |ଶେଷରେ ରାଜସ୍ବ ନିରୀକ୍ଷକ ପାହ୍ୟାକୁ ପଦୋନ୍ନତି ପାଇଥିବା ତିନି ଜଣ ସଦସ୍ୟଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯିବା ପରେ ସଙ୍ଘର ପରାମର୍ଶଦାତା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User