କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବ ଆନ୍ତର୍ଜାତିକ ସାମ୍ବାଦିକ ସଂଘ ଭଏସ ଅଫ ମିଡ଼ିଆ

Sep 08, 2025 - 20:00
0 165
କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବ ଆନ୍ତର୍ଜାତିକ ସାମ୍ବାଦିକ ସଂଘ ଭଏସ ଅଫ ମିଡ଼ିଆ

ଫୁଲବାଣୀ,୮l୯ (ଷ୍ଟାର ନିୟୁଜ): କନ୍ଧମାଳ ର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ର ଢାଲ ହୋଇ ଠିଆ ହେବା ସହ ସାମ୍ବାଦିକ ଙ୍କ ପରିବାର କୁ ୧୦ ଲକ୍ଷ ଟଙ୍କା ର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାକୁ ନିର୍ଭର ପ୍ରତିଶୃତି ଦେଇଛନ୍ତି ଆନ୍ତର୍ଜାତିକ ସାମ୍ବାଦିକ ସଂସ୍ଥା ଭଏସ ଅଫ ମିଡ଼ିଆ ର ରାଜ୍ୟ ସଭାପତି ଡ଼ଃ ପ୍ରଭାତ କୁମାର ମିଶ୍ର। ଆଜି ଏକ ଦିନିକିଆ ଫୁଲବାଣୀ ଗସ୍ତ କରି ଏଠାକାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଭେଟି ସାମ୍ବାଦିକତା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆଲୋଚନା କରି, ପ୍ରତି ସାମ୍ବାଦିକ ର ବାପା, ମା ଓ ପରିବାରକୁ ୧୦ ଲକ୍ଷ ଟଙ୍କା ର ସ୍ୱାସ୍ଥ୍ୟ ବୀମା, ଆର୍ଥିକ ଦୃଷ୍ଟି କୋଣରୁ ଅକ୍ଷମ ଥିବା ସାମ୍ବାଦିକ ଙ୍କ ପିଲା ମାନଙ୍କୁ ପାଠ ପଢିବା ପାଇଁ ଆର୍ଥିକ ସହାୟତା, ଓ ୬୦ ବର୍ଷ ର ଉର୍ଦ୍ଧ ସାମ୍ବାଦିକ ଙ୍କୁ ପେନସନ ଯୋଗାଇ ଦେବାପାଇଁ କହି ଆଜି ପୂର୍ବରୁ ଆବେଦନ କରିଥିବା ସାମ୍ବାଦିକ ଗୋପାଳ ପଟ୍ଟନାୟକ ଙ୍କୁ ଆଗାମୀ ପ୍ରେସ ଡେ ଠାରୁ ପେନସନ ସଂଘ ପକ୍ଷରୁ ଦେବାପାଇଁ ଘୋଷଣା କରିଥିଲେ। କନ୍ଧମାଳ ରେ ଏହି ସୁବିଧା ର ଲାଭ ଉଠାଇବା ପାଇଁ ଅନ୍ୟ ସାମ୍ବାଦିକ କୁ ଏହି ସଂଗଠନ ରେ ସାମିଲ କରିବା ପାଇଁ ଅନୁରୋଧ କରି ସଭାପତି ଶିବାନନ୍ଦ ପଟ୍ଟନାୟକ ଓ ସମ୍ପାଦକ ଅଜିତ ମହାରଣା ଙ୍କୁ ଦାଇତ୍ୱ ଦେଇଥିଲେ। ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ବସିଥିବା ବୈଠକ ରେ ବରିଷ୍ଠ ସାମ୍ବାଦିକ, ଉପଦେଷ୍ଟା ଗୋପାଳ ପଟ୍ଟନାୟକ, ସୁବାସ ପ୍ରଧାନ, ଫିଲିମୋହନ ନାୟକ, ପ୍ରଶାନ୍ତ ପଣ୍ଡା ଙ୍କ ସହ ସହସମ୍ପାଦକ ରମେଶ ପ୍ରଧାନ, ସାଗର ପ୍ରଧାନ, ରମେଶ ନାୟକ, ବି ଭି ଶଙ୍କର,ପ୍ରଶାନ୍ତ ଜେନା, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଆଦି ୨୦ ରୁ ଉର୍ଦ୍ଧ ସାମ୍ବାଦିକ ଯୋଗଦେଇଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User