ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟ ବଣ୍ଟନରେ ଅନିୟମିତତା ନେଇ ଅଭିଯୋଗ ।

Sep 08, 2025 - 20:07
0 84
ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟ ବଣ୍ଟନରେ ଅନିୟମିତତା ନେଇ ଅଭିଯୋଗ ।

ଝରିଗାଁ,୮l୯(ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବିକଶିତ ଗାଁ ଓ ବିକଶିତ ଓଡିଶା କାର୍ଯ୍ୟ ବଣ୍ଟନକୁ ନେଇ ପଞ୍ଚାୟତ ପ୍ରତିନିଧି ଏବଂ ବିଧାୟକ ମଧ୍ୟରେ ବିବାଦ ଦେଖା ଦେଇଥିବା ବେଳେ ଆଜି ଜିଲ୍ଲା ପରିଷଦ ସହ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।ପଞ୍ଚାୟତ ପ୍ରତିନିଧି ମାନଙ୍କ ଅଭିଯୋଗ ପ୍ରକାରେ, ବିକଶିତ ଗାଁ ଓ ବିକଶିତ ଓଡିଶାର ପ୍ରକଳ୍ପ ଗୁଡିକ ପଞ୍ଚାୟତ ଗୁଡିକରେ ପଲ୍ଲିସଭା ଏବଂ ଗ୍ରାମସଭା ମାଧ୍ୟମରେ ଅନୁମୋଦିତ ହୋଇଥିଲା।ନିୟମ ଅନୁଯାୟୀ ଉକ୍ତ ପ୍ରକଳ୍ପ ଗୁଡିକର ୪୦ ପ୍ରତିଶତ ବିଧାୟକ ଓ ୬୦ ପ୍ରତିଶତ ପ୍ରକଳ୍ପ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦ୍ୱାରା କାର୍ଯ୍ୟାଦେଶ ବଣ୍ଟନ ହେବା କଥା।କିନ୍ତୁ ସ୍ଥାନୀୟ ବିଧାୟକ ନରସିଂ ଭତ୍ରା ଶତ ପ୍ରତିଶତ କାମ ନିଜ କର୍ମୀମାନଙ୍କୁ ବାଣ୍ଟି ଦେଇଥିବା ଶୁଣିବାକୁ ମିଳିଥିବା ଅଭିଯୋଗ କରିଛନ୍ତି।ତେଣୁ ପଞ୍ଚାୟତ ଜନ ପ୍ରତିନିଧିମାନେ ସରକାଙ୍କ ନିୟମ ପ୍ରକାରେ ୬୦ ପ୍ରତିଶତ କାର୍ଯ୍ୟାଦେଶ ଦେବା ପାଇଁ ଦାବି କରିଛନ୍ତି।ଯଦି ପ୍ରଶାସନ ପକ୍ଷରୁ ଦାବି କାର୍ଯ୍ୟକାରୀ ନହେଲେ ଆଗାମୀ ଦିନରେ ସମସ୍ତ ପଞ୍ଚାୟତ ପ୍ରତିନିଧିମାନେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ ଚେତାବନୀ ଦେଇଛନ୍ତି।ତେବେ ଜିଲ୍ଲାପାଳ ଅଭିଯୋଗ ପତ୍ର ପାଇ ସରକାରଙ୍କ ନିୟମ ପ୍ରକାରେ କାର୍ଯ୍ୟାଦେଶ ବଣ୍ଟନ କରାଯିବ ବୋଲି କହିଥିବା ଅଧ୍ୟକ୍ଷ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।ଦାବି ପତ୍ର ପ୍ରଦାନ ବେଳେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମାଝୀଙ୍କ ସହ ଉପାଧ୍ୟକ୍ଷା ମାନଦୀ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମ ସୁନ୍ଦର ମାଝୀ, ଯମୁନା ଗଣ୍ଡ,ତ୍ରିମଲା ପୂଜାରୀ,ସମିତି ସଭ୍ୟ ଜଗତ କଳାର,ମହେନ୍ଦ୍ର ପୂଜାରୀ,ମନବୋଧ ସାନ୍ତା,ତମ୍ବୁ ଦାସ ପନକାସରପଞ୍ଚ ଜଗଦୀଶ ମାଝୀ,ମୋହନ ନାୟକ,ଚୈତନ ଗଣ୍ଡ,ଗୋମତୀ ବଂଜାରା, ଲଷ୍ମୀ ପୂଜାରୀ ପ୍ରମୁଖ ସହ ଅନ୍ୟ ଜନ ପ୍ରତିନିଧି ଉପସ୍ଥିତ ଥିଲେ।ଏ ସମ୍ପର୍କରେ ଝରିଗାଁ ବିଧାୟକ ନରସିଂହ ଭତରାଙ୍କୁ ପଚାରିବାରୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ମାନେ କରିଥିବା ଅଭିଯୋଗକୁ ଭିତ୍ତିହିନ କହି ଖଣ୍ଡନ କରିଛନ୍ତି |ଏବଂ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ପ୍ରକଳ୍ପ ପାଇଁ ବିଧାୟକ 40% ଓ ଗାଁ ଲୋକ ପଂଚାୟତ ଜନ ପ୍ରତିନିଧିଙ୍କ ଜରିଆରେ 60% ପ୍ରସ୍ତାବ ଦେବାର ବ୍ୟବସ୍ଥା କରିଛନ୍ତି କିନ୍ତୁ କୌଣସି ପ୍ରକଳ୍ପ ଭାଗବଣ୍ଟା ପାଇଁ ସରକାର ନିର୍ଦେଶ ଦେଇନାହାନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User