କାଦୁଅ ରାସ୍ତାରେ ଧାନରୋଇ ଗ୍ରାମବାସୀଙ୍କ ପ୍ରତିବାଦ ଘଟଣା । ଖବର ପ୍ରସାରଣ ପରେ ଗାଁରେ ପହଞ୍ଚିଲେ ବିଡ଼ିଓ ।

Sep 08, 2025 - 21:46
0 60
କାଦୁଅ ରାସ୍ତାରେ ଧାନରୋଇ ଗ୍ରାମବାସୀଙ୍କ ପ୍ରତିବାଦ ଘଟଣା । ଖବର ପ୍ରସାରଣ ପରେ ଗାଁରେ ପହଞ୍ଚିଲେ ବିଡ଼ିଓ ।

ଫୁଲବାଣୀ,୮l୯ (ଷ୍ଟାର ନିୟୁଜ): ଗତ ୬ ତାରିଖରେ ଆମ ଖବର କାଗଜରେ ''କାଦୁଅ ରାସ୍ତାରେ ଧାନରୋଇ ଗ୍ରାମବାସୀଙ୍କ ପ୍ରତିବାଦ " ଶୀର୍ଷକଟି ପ୍ରସାରଣ ହେବା ପରେ ଆଜି ସ୍ଥାନୀୟ ବିଡ଼ିଓ ସୌମ୍ୟ ରଞ୍ଜନ ପାତ୍ର ଉକ୍ତ ଗ୍ରାମକୁ ଗସ୍ତ କରି ଗ୍ରାମର ସମସ୍ୟା ସବୁ ତଦାରଖ କରିଥିବା ସୂଚନା ମିଳିଛି ।ସୂଚନା ଯୋଗ୍ୟ,କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ମିଣିଆ ପଂଚାୟତ ଅନ୍ତର୍ଗତ ଭଣ୍ଡାରୀ ପଦର ଗ୍ରାମର ଜନସାଧାରଣ ଦୀର୍ଘ ବର୍ଷ ଧରି ରାସ୍ତା ସମସ୍ୟାର ସମାଧାନ ପାଇଁ ପ୍ରଶାସନ କୁ ନିବେଦନ କରିଥିଲେ ହେଁ ପ୍ରଶାସନ ତାଙ୍କର କୌଣସି ଅଭିଯୋଗ ଶୁଣିନଥିଲେ । ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପଂଚାୟତ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ କାଦୁଅ ରାସ୍ତାରେ ଧାନଗଛ ରୋପଣ କରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା । ଗ୍ରାମରେ ସହସ୍ରାଧିକ ଜନସାଧାରଣ ବସବାସ କରୁଥିବା ବେଳେ ଗ୍ରାମବାସୀ ଙ୍କ ଯାତାୟାତ ପାଇଁ ଭଲ ରାସ୍ତାଟେ ନାହିଁ । ଆଗରୁ ନିର୍ମାଣ ହୋଇଥିବା ମାଟି ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି ।

 ରାସ୍ତାଟି ଖାଲଖମାରେ ପୂର୍ଣ୍ଣ ହୋଇଯାଇଥିବା ବେଳେ ବର୍ଷାଦିନ ମାନଙ୍କରେ ରାସ୍ତା କାଦୁଅରେ ଭାସୁଛି ଫଳରେ ଗ୍ରାମର ବୁଢାବୁଢ଼ୀ,ଯୁବକ ଯୁବତୀ ଓ ପିଲାଛୁଆ ନାହିଁନଥିବାର ସମସ୍ୟା ଭୋଗୀ ଆସୁଛନ୍ତି । ବିଶେଷ କରି ଗର୍ଭବତୀ, ପ୍ରସୂତି, ଗୁରୁତର ରୋଗୀ ଓ ଛାତ୍ରଛାତ୍ରୀ ମାନେ ବେଶ ଅସୁବିଧାର ସମ୍ମୁଖୀନ ହେଉଥିବ ଅଭିଯୋଗ ହେଉଛି । ଗ୍ରାମକୁ ଆମ୍ବୁଲାନ୍ସ ଆସି ପାରୁନଥିବାରୁ ଗୁରୁତର ରୋଗୀ ଓ ଗର୍ଭବତୀ ମାନଙ୍କୁ ଖଟିଆରେ ବୋହି ଦୁଇ କିଲୋମିଟର ନେବାପରେ ଆମ୍ବୁଲାନ୍ସର ସୁବିଧା ମିଳୁଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।ଅନ୍ୟପଟେ ରାସ୍ତାର ଅବସ୍ଥା ଅତି ବିପଦ ପୂର୍ଣ୍ଣ ହୋଇଥିବା ହେତୁ ଅଙ୍ଗନବାଡି ପିଲା ଓ ସ୍କୁଲ ପିଲା ବିଦ୍ୟାଳୟ ନ ଯାଇ ଘରେ ପଡି ରହୁଛନ୍ତି । ତତ ସହିତ ଅସ୍ଥାୟୀ ରାସ୍ତା ପାଇଁ ଭଣ୍ଡାରୀ ପଦର ଗ୍ରାମବାସୀ ଚାନ୍ଦା ଆଦାୟ କରି ଜଙ୍ଗଲରୁ ପଥର, ମେଟାଲ ଓ ମୁରୁମ ଆଣି ସମତଳ କରିଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ ଏହି ଗ୍ରାମବାସୀ ମାନଙ୍କ ଉପରେ ସୁଦୟା କରି ଯଥାଶୀଘ୍ର ଏକ ରାସ୍ତାର ବ୍ୟବସ୍ଥା କରିଦେଲେ ଗ୍ରାମବାସୀ ଉପକୃତ ହୁଅନ୍ତେ ବୋଲି ଗ୍ରାମବାସୀ ଦାବୀ କରିଥିଲେ। ଏ ସମ୍ପର୍କରେ ମିଣିଆ ପଂଚାୟତର ସରପଞ୍ଚ ଗୌତମ ମଲ୍ଲିକଙ୍କୁ ପଚାରିବାରୁ ସେ ଏହି ରାସ୍ତା ପାଇଁ ମନରେଗା ଯୋଜନାରେ ଟଙ୍କା ମଞ୍ଜୁରି ହୋଇ ସାରିଛି, ବର୍ଷା କମିବା ମାତ୍ରେ କାର୍ଯ୍ୟ ଆରମ୍ଭ ହେବ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ। ଏହି ଖବରଟି ଆମ ଖବର କାଗଜରେ ପ୍ରସାରଣ ହେବା ପରେ ନିଜେ ବିଡ଼ିଓ ଉକ୍ତ ଗ୍ରାମକୁ ଗସ୍ତ କରି ଗ୍ରାମର ଜନସାଧାରଣ ମାନଙ୍କ ସହିତ ଆଲୋଚନା କରି ବର୍ଷା ଟିକେ କମିଗଲେ ୪/୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଥିଲେ ।ଭଣ୍ଡାରୀ ପଦର ଠାରୁ ରାଙ୍ଗେମାଲା ଯାଏ ୪ କିଲୋମିଟର ରାସ୍ତା ପାଇଁ ମନରେଗା ଯୋଜନାରେ ମେଟାଲ ମୁରୁମ୍ ରାସ୍ତା ପାଇଁ ଟଙ୍କା ମଞ୍ଜୁରୀ ହୋଇସାରିଥିବା ସେ କହିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User