କେସିଙ୍ଗା ରେ ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ।

Apr 24, 2025 - 21:53
0 47
କେସିଙ୍ଗା ରେ ବ୍ଲକ ସ୍ତରୀୟ  ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ।

କେସିଙ୍ଗା,୨୪l୪(ଷ୍ଟାରନିଳଓଡିଶା ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତି ରାଜ ଦିବସ ବ୍ଲକ ପରିସରରେ ମଧ୍ୟରେ ଗୁରୁବାର ମହାସାମାରୋହ ପାଳିତ ହୋଇ ଯାଇଛି।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମ ଜୟ ସ୍ୱାଇଁ,ଅତିରିକ୍ତ ବିଡ଼ିଓ ସିଧେଶ୍ୱରମେହେର,କନିଷ୍ଠ ଯନ୍ତ୍ରୀ ସୁବାଷ ଚନ୍ଦ୍ର ନାୟକ,ଜଳେଶ୍ବର ନାଏକ,ସିଡିପିଓ ସସ୍ମିତା ମିଶ୍ର, ସମସ୍ତ ଯନ୍ତ୍ରୀ , ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ ସୁଶାନ୍ତ ସ୍ୱାଇଁ,ମହିଳା ଗ୍ରୁପ ପ୍ରମୁଖ ଯୋଗଦେଇଥିଲେ।ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ଭଜନ ,ନାଚ ଗୀତ ଓ ସଂକୃତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ବିଜେତା ଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ଙ୍କ ଦ୍ୱାର ପୁରସ୍କାର ପ୍ରଦାନ କରିଥିଲେ।ମଞ୍ଚ ପରିଚାଳନା କରି ଥିଲେ କ୍ୟାସିୟର ବିନାୟକ ବିଶ୍ୱାଳ।ପରିଶେଷରେ ପୁରୀ ବେଳା ଭୂମିରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନ୍ଫରେନ୍ସ ଦ୍ୱାରା ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।

ସୁଜୟ ନଙ୍ଗଳତି ପ୍ରତିନିଧି କେସିଙ୍ଗା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User