କେସିଙ୍ଗା ସ୍ପିନିଙ୍ଗ ମିଲ ରୁ ମୂଲ୍ୟବାନ ଜିନିଷ ପତ୍ର ଚୋରି l

Jul 04, 2025 - 19:11
0 80
କେସିଙ୍ଗା ସ୍ପିନିଙ୍ଗ ମିଲ ରୁ ମୂଲ୍ୟବାନ ଜିନିଷ ପତ୍ର ଚୋରି l

କେସିଙ୍ଗା ତା ୪/୭ (ଷ୍ଟାରନିୟୁଜ ଓଡ଼ିଶା): କଳାହାଣ୍ଡି ଜିଲା କେସିଙ୍ଗା ସ୍ପିନିଂ ମିଲରୁ ଗୁରୁବାର ମଧ୍ୟାହ୍ନରେ ଅତି ମୂଲ୍ୟବାନ ଜିନିଷପତ୍ର ଚୋରି ହୋଇଥିଲା। ଏ ନେଇ ସ୍ପିନିଂ ମିଲ କର୍ତ୍ତୃପକ୍ଷ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ର୍ଭିତ୍ତିକରି କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ୍‌ ତଦନ୍ତ କରିଥିଲେ। ୪ ଜଣ ଚୋର ଓ ଜିନିଷ କିଣିଥିବା କାବାଡିଆଙ୍କୁ ପୋଲିସ ଗିରଫ କରି ପଚରାଉଚରା ଚଳାଇଛି। ଭବାନୀପାଟଣାରୁ ଏକ ସନ୍ଧାନୀ କୁକୁର ଦ୍ୱାର ଅନୁସନ୍ଧାନ କରାଯାଇ ଚୋରଙ୍କୁ ଗିରଫ କରାଯାଇଛି।ଏହି ଚୋରମାନେ କେସିଙ୍ଗା ସହର ବୋଲି ଜଣାପଡ଼ିଛି।
ଏ ସଂକ୍ରାନ୍ତରେ କେସିଙ୍ଗା ଆଇଆଇସି ପ୍ରଦ୍ୟୁମ ମହାପାତ୍ରଙ୍କୁ ପଚାରିବାରୁ ଆଜି ଆସାମୀମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଥିଲେ।କେସିଙ୍ଗା ରୁ ସୁଜୟ ନଙ୍ଗଳତି ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 8
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User