କୋଟିଦରା ମା ମାଉଲି ଭଳିବଳ ଟୁର୍ନାମେଣ୍ଟ ଉଦଯାପିତ ।

Oct 20, 2025 - 14:21
 0  63
କୋଟିଦରା ମା ମାଉଲି ଭଳିବଳ ଟୁର୍ନାମେଣ୍ଟ ଉଦଯାପିତ ।

ଝରିଗାଁ,୨୦l୧୦ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଂଚାୟତ ଅନ୍ତର୍ଗତ କୋଟିଦରା ଗ୍ରାମର ଖେଳ ପଡିଆରେ ଚାଲିଥିବା ତ୍ରିଦିବସୀୟ ଭଳିବଳ ଟୁର୍ନାମେଣ୍ଟ ଆସି ସମାପ୍ତ ହୋଇଛି |ଚଳିତ ମାସର 17ତାରିଖରେ ଆରମ୍ଭ ହୋଇଥିବା ଏହି ଭଳିବଳ ଟୁର୍ନାମେଣ୍ଟ ବ୍ଲକର ବିଭିନ୍ନ ପଂଚାୟତର 16ଗୋଟି ଦଳ ପ୍ରତି ଯୋଗିତାରେ ଭାଗ ନେଇଥିବା ବେଳେ ଫାଇନାଲ ଖେଳ ଡାଇନିଗୁଡା ଓ ଚୁଇଁମାଟିଗୁଡା ମଧ୍ୟରେ ହୋଇଥିଲା |ଏହି ଫାଇନାଲ ଖେଳରେ ଚୁଇଁମାଟିଗୁଡା ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଖାତା ଖୋଲି ପାରିନଥିବା ବେଳେ ଡାଇନିଗୁଡା ଦଳ 8ପଏଣ୍ଟରେ ବିଜୟୀ ହୋଇଥିଲା |ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ କୁଟ୍ରିଛାପର ପଂଚାୟତର ପଂଚାୟତ ସଭାପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଭଗବାନ ସାନ୍ତା,ମାନସିଂ ସାନ୍ତା, ଦଶରଥ ସାନ୍ତା,ପୁଲକୁମ ଯାନୀ, ବଳରାମ ସାନ୍ତା ଉମା ଶଙ୍କର ସାନ୍ତା, ଲାଛିନ୍ଦ୍ର ସାନ୍ତା ପ୍ରମୁଖ ଯୋଗଦେଇ ଖେଳାଳି ଓ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR