ଜିଲାସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ।

Jun 01, 2025 - 06:14
0 73
ଜିଲାସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ।

ଭବାନୀପାଟଣା,୧।୫ (ଷ୍ଟାରନିୟୁଜ ଓଡ଼ିଶା):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ବ ତମାଖୁ ବର୍ଜନ ଦିବସ ଶନିବାର ପାଳିତ ହୋଇଛି। ଏହି ଦିବସରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ରାକେଶ କୁମାର ସାହୁ ଅଧକ୍ଷତା କରିଥିବାବେଳେ ଡ. ନିହାରେନ୍ଦ୍ର ପଣ୍ଡା ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ(ଟିବି),ଶ୍ରୀ ଧର୍ମେନ୍ଦ୍ର ତାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ (DPHCO) ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମ୍ ଦିଲ୍ଲୀପ କୁମାର ଦୁବେ, ନିହାର ରଞ୍ଜନ ଠାକୁର (Epidemiologist ) ଶ୍ରୀ ହଳଧର ନିଆଲ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଳାହାଣ୍ଡି,ଶ୍ରୀ କୃଷ୍ଣ ମେହେର,ଶ୍ରୀ ମୀନକେତନ ନନ୍ଦ, ଖାଦ୍ୟ ସୁରକ୍ଷା ଅଧିକାରୀ ଅଜିତ୍ ଚାନ୍ଦ,AM IEC &BCC ଶ୍ରୀ ସୁଧାଂଶୁ ଡିଗାଳ ପ୍ରମୁଖ ଯୋଗଦେଇ ଏହି ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏହି ଦିବସରେ ଆଶା କର୍ମୀମାନେ ଓ ସ୍ୱାସ୍ଥ୍ୟ କର୍ମୀମାନେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ଏହି ଦିବସ ଉପଲକ୍ଷେ କୁଇଜ୍ ଓ ବକୃତା ପ୍ରତିଯୋଗିତା କରାଯାଇଥିଲା । ବିଜୟୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉପସ୍ଥିତ ସ୍ବାସ୍ଥ୍ୟ ଅଧିକାରୀମାନେ ତମାଖୁ ବର୍ଜନ କରିବା ଉପରେ ନିଜର ମତ ରଖୁଥିଲେ। କାର୍ଯ୍ୟକ୍ରମକୁ ଧର୍ମେନ୍ଦ୍ର ତାଣ୍ଡି ପରିଚାଳନା କରିଥିଲେ। ଏହି ଉପଲକ୍ଷେ ଦସ୍ତଖତ ଅଭିଯାନ କରିବା ସହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମାଇକରେ ପ୍ରଚାର ଓ ଲିପଲେଟ୍ ବଣ୍ଟନ କରାଯାଇଥିଲା। ଭବାନୀପାଟଣା ଅର୍ବାନ ପବ୍ଲିକ୍ ହେଲ୍‌ଥ ସେଣ୍ଟରଠାରେ ଏକ ଓରାଲ ସ୍ପେନିଙ୍ଗ କ୍ୟାମ୍ପର ଆୟୋଜନ କରାଯାଇଥିଲା।ପରିଶେଷରେ ଏକ ସମସ୍ତେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶ୍ରୀକୃଷ୍ଣ ମେହେର ଓ ମୀନକେତନ ନନ୍ଦ ମଞ୍ଚ କରିଥିବାବେଳେ ପରିଶେଷରେ ଶ୍ରୀ ନିହାର ରଞ୍ଜନ ଠାକୁର ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User