ଚାଷୀଙ୍କ କବଜାରେ ମୁଖ୍ୟ ରାସ୍ତା,ଦୁର୍ଘଟଣାରେ ଯୁବକ ଗୁରୁତର।

May 31, 2025 - 21:18
0 376
ଚାଷୀଙ୍କ କବଜାରେ ମୁଖ୍ୟ ରାସ୍ତା,ଦୁର୍ଘଟଣାରେ ଯୁବକ ଗୁରୁତର।

ଝରିଗାଁ,୩୧l୫(ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚାଷୀଙ୍କ ଶସ୍ୟ ସୁରକ୍ଷିତ ରଖିବା ପାଇଁ ସ୍ଥାନ ଅଭାବ ଥିବା ବେଳେ ପ୍ରଶାସନ ପକ୍ଷରୁ ପିଣ୍ଡିର ବ୍ୟବସ୍ଥା ହୋଇନାହିଁ।ତେଣୁ ଚାଷୀମାନେ ବାଧ୍ୟ ହୋଇ ଝରିଗାଁ-ଡ଼ାବୁଗାଁ ମୁଖ୍ୟ ରାସ୍ତାର ପାର୍ଶ୍ୱରେ ମକା ଶୁଖାଉଛନ୍ତି।ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଛି।ଆଜି ଜଣେ ଯୁବକ ମକା ଉପରେ ଗାଡି ଚଢେଇ ଦେଇ ଗୁରୁତର ଆହତ ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ, ଡ଼ାବୁଗାଁ ବ୍ଲକ ଅଞ୍ଚଳା ପଞ୍ଚାୟତ ଅନ୍ତର୍ଗତ ଧାରାଣୀଯୋଡି ଗ୍ରାମର ଶସ୍କା ପ୍ରକାଶ ସାନ୍ତା(୨୮) ସହ ପୁତୁରା ପ୍ରଦୀପ ସାନ୍ତା(୧୮) ନିଜ ବାଇକ ଯୋଗେ ଝରିଗାଁ ବ୍ଲକ ଫୁଫୁଗାଁ ପଞ୍ଚାୟତ ଅନ୍ତର୍ଗତ ତାରାଯୋଡ଼ି ଗ୍ରାମରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଯାଇଥିଲେ।ସେଠାରୁ ସନ୍ଧ୍ୟା ସମୟରେ ନିଜ ଘରକୁ ବାହାରିଥିଲେ।ତେବେ ସନ୍ଧ୍ୟା ପ୍ରାୟ ସାତ ଘଣ୍ଟା ସମୟରେ ଝରିଗାଁ ଥାନା ଅନ୍ତର୍ଗତ ଝରିଗାଁ-ଡ଼ାବୁଗାଁ ରାସ୍ତାରେ ଥିବା ଗୋପାଳଗୁଡ଼ା ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଗାଡିର ଲାଇଟ ଯୋଗୁଁ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତା ଉପରେ ଶୁଖେଇ ଥିବା ମକା ଉପରେ ଗାଡି ଚଡି ଯାଇଥିଲା।ଫଳରେ ଉଭୟ ରାସ୍ତା କଡରେ ଛିଟିକି ହୋଇ ପଡ଼ିଥିଲେ।ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦୁର୍ଘଟଣା ଦେଖି ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ତେବେ ଶସ୍କା ପ୍ରକାଶ ସାନ୍ତାଙ୍କ ବାମ ଚକ୍ଷୁରେ ଗଭୀର ଆଘାତ ହୋଇଥିବା ବେଳେ ଆଣ୍ଠୁ ଏବଂ ହାତରେ ସାମାନ୍ୟ ଆଘାତ ହୋଇଛି।ସେହିପରି ପ୍ରଦୀପର କୌଣସି ମାଡ଼ ହୋଇନାହିଁ।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଶସ୍କା ପ୍ରକାଶ ସାନ୍ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି।ତେବେ ରାସ୍ତା ପାର୍ଶ୍ୱରେ ଶୁଖୁଥିବା ମକା ଗୁଡିକୁ ପ୍ରଶାସନ ପକ୍ଷରୁ ହଟାଇବା ପାଇଁ ଦାବି ହେବା ସହ ଚାଷୀ ମାନଙ୍କ ପାଇଁ ପିଣ୍ଡି ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User