ଜିଲ୍ଲା ସାମ୍ବାଦିକ ୟୁନିଅନର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ରେ ସାମ୍ବାଦିକ କିଶୋର ନାଏକ ଙ୍କୁ ଯୁବ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା।

Apr 14, 2025 - 15:16
Updated: 1 year ago
0 49
ଜିଲ୍ଲା ସାମ୍ବାଦିକ ୟୁନିଅନର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ରେ ସାମ୍ବାଦିକ କିଶୋର ନାଏକ ଙ୍କୁ ଯୁବ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା।

ଭବାନୀପାଟଣା,୧୪l୪ (ଷ୍ଟାର ନିୟୁଜ ଓଡିଶା ):ରାଜ୍ୟ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ସ୍ଵତନ୍ତ୍ର ଅତିଥି ଭାବରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ମନୋରଞ୍ଜନ ଯୋଷୀ, ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ସମାଜ ପ୍ରତିନିଧି ବିନ୍ଦୁ ମହାନନ୍ଦ, ରାଜ୍ଯ ଉପସଭାପତି ରାଜେଶ ପଟ୍ଟନାୟକ, ଉପସଭାପତି ରାଜୀବ ମହାନ୍ତି, କଳାହାଣ୍ଡି ଜିଲ୍ଲା ସାମ୍ୱାଦିକ ୟୁନିଅନର କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଅତିଥି ମାନଙ୍କୁ ସଂଘ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ଯ ସମ୍ପାଦକ ଶ୍ରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ସିଂଦେଓ ବିବରଣୀ ପଠନ କରିଥିଲେ। ଇତ୍ୟବସରରେ କଳାହାଣ୍ଡି ଜିଲ୍ଲାର ସଂସ୍କୃତିକୁ ଓ ସାମ୍ବାଦିକଙ୍କ ସ୍ୱାଭିମାନ ବହନ କରୁଥିବା ବାର୍ଷିକ ପତ୍ରିକା 'କାରୁଣ୍ଡ'କୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ସାମ୍ବାଦିକ ହେମନ୍ତ ସାହୁ।୫୩ ବର୍ଷର ସାମ୍ୱାଦିକ ୟୁନିଅନ୍ ପ୍ରତି ସବୁବେଳେ ରାଜ୍ଯ ସରକାର ଅବହେଳା କରି ଆସିଛନ୍ତି। ବିହାର ଭଳି ରାଜ୍ୟରେ ସାମ୍ୱାଦିକ ମାନଙ୍କ ସମସ୍ତ ଅଧିକାର ପୂରଣ କରାଯାଇଛି। ପେନସନ୍, ପ୍ରୋଟେକ୍ସନ୍ ଓ ଆକ୍ରିଡିଏସନ୍ ପାଇଁ ଆମେ ଦୀର୍ଘ ଦିନ ଧରି ସ୍ୱର ଉତ୍ତୋଳନ କରି ଆସୁଛୁ। ଆମର ସହିବାର ସୀମା ଟପି ଗଲାଣି। ଏଣୁ ଆଗକୁ ଆମର ହକ ପାଇଁ ଆନ୍ଦୋଳନ କରିବୁ। ପ୍ରତି ଜିଲ୍ଲାରେ ଆନ୍ଦୋଳନ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ପ୍ରସନ୍ନ ମହାନ୍ତି ତାଙ୍କ ଅଗ୍ନିବର୍ଷି ଭାଷଣରେ କହିଥିଲେ।ମୁଖ୍ୟ ବକ୍ତା ଶ୍ରୀ ଯୋଶୀ ପ୍ରକୃତ ସାମ୍ବାଦିକତା ବିଷୟରେ କହିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ଦାସ ସାମ୍ବାଦିକ ସମାଜକୁ ବଞ୍ଚାଇ ରଖିଛି ବୋଲି ତାଙ୍କ ବକ୍ତବ୍ୟରେ କହିବା ସହିତ ନାରୀ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ଇତ୍ୟବସରରେ ସାମ୍ବାଦିକତା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବରିଷ୍ଟ ସାମ୍ବାଦିକ କିଶୋର ନାଏକ ଙ୍କୁ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା ଶେଷରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ବିରଞ୍ଚି ନାରାୟଣ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।

ଭବାନୀପାଟଣା ରୁ ବିୟୁରୋରିପୋର୍ଟ ଷ୍ଟାରନିଉଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User