ଜୁନାଗଡ଼ ବ୍ଲକରେ ଫେଲ ମାରିଛି ଶିଶୁ ବିକାଶ ପ୍ରକଳ୍ପ

ଭବାନୀପାଟଣା -୧୦/୮(ଷ୍ଟାରନିୟୁଜ ଓଡିଶା ) ୬୯ ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ ୩ଟି କେନ୍ଦ୍ର ସ୍କୁଲରେ ଏବଂ ୬୬ ଟି କେନ୍ଦ୍ର ଛାଲିଛି ଭଡା ଘରେ ।
କିଏ ଦୋକାନ ଘର, ତ କିଏ କ୍ଳବ ଘର, ତ ଆଉ କିଏ ସ୍କୁଲ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ । ମୂଳଦୁଆ ଠିକ ନାହିଁ, କେମିତି ଗଢ଼ାହେବ ଶିଶୁଙ୍କ ଭବିଷ୍ୟତ
ଅଙ୍ଗନୱାଡି କର୍ମୀ ହେଉଛନ୍ତି ଶିଶୁଙ୍କ ପ୍ରଥମ ଗୁରୁ । ଯିଏ କି ନିଜର ପରିବାରକୁ ଜଳାଞ୍ଜଳି ଦେଇ ଅନେକ ଝଡଝଞ୍ଜା ପରେ ମଧ୍ୟ ଜଣେ ମହିଳା ଗର୍ଭବତୀ ସମୟରେ ଓ ପ୍ରସୂତୀ ପରେ ମାଁ ଯତ୍ନ ନେବା ସହ ଜନ୍ମିତ ଶିଶୁର ଯତ୍ନ ସହିତ ସୁରକ୍ଷା ଏବଂ ୩ ବର୍ଷ ପରେ ଶିଶୁର ଭବିଷ୍ୟତ ତିଆରି କରିବାର ବିନ୍ଧାଣି ସାଜିଥାନ୍ତି । ଅନ୍ୟପକ୍ଷରେ କିଶୋରୀ ବାଳିକାଙ୍କ ମଧ୍ୟ ରକ୍ଷାକବଚ ସାଜିଥାନ୍ତି ।
ହେଲେ ତାଙ୍କୁ ମଧ୍ୟ ଏଠାରେ ଅବହେଳା କରାଯାଉଛି । ନିଜସ୍ୱ ଅଙ୍ଗନୱାଡି କେନ୍ଦ୍ର ନଥିବା ଯୋଗୁଁ ଅନେକ ଆଙ୍ଗନୱାଡି କର୍ମୀ କିଏ ଦୋକାନ ଘର,କିଏ ସ୍କୁଲ ବାରଣ୍ଡା ତ ଆଉ କିଏ କ୍ଳବ ଘରେ ଭଡାରେ ଚଳାଇଛନ୍ତି ଅଙ୍ଗନୱାଡି କେନ୍ଦ୍ର । ମୂଳଦୁଆ ଠିକ ନ ଥିବା ବେଳେ ଭବିଷ୍ୟତ କିଭଳି ଗଢ଼ା ହେବ ଶିଶୁଙ୍କ ।
Avo_1 କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଆଇସିଡିଏସ ଅଧୀନରେ ୧୦ ଟି ସେକ୍ଟର ଥିବା ବେଳେ ୨୪୮ ଟି ଅଙ୍ଗନୱାଡି ଅଛନ୍ତି । ଏହି ୨୪୮ କେନ୍ଦ୍ର ମାନଙ୍କରେ ୬ ହଜାର ୭୦୮ ଜଣ ୩ ରୁ ୫ ବର୍ଷର ଶିଶୁ ପାଠ ପଢିବାକୁ ଯାଇଥାନ୍ତି । ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ନ ଥିବା ଯୋଗ୍ୟ କିଏ କ୍ଳବ ଘର ତ ଆଉ କିଏ ଦୋକାନ ଘର ତ ଆଉ କିଏ ସ୍କୁଲ ବାରଣ୍ଡାରେ ପାଠ ପଢ଼ାଉଛନ୍ତି । ସେହିଭଳି କେନ୍ଦ୍ର ନ ଥିବା ଯୋଗୁଁ ଅନେକ ଅଙ୍ଗନୱାଡି କର୍ମୀ ଶିଶୁଙ୍କୁ କେବଳ ଖାଇବାକୁ ଦେଇ ଛାଡି ଦେଉଛନ୍ତି ।
Avo_2 ବର୍ତ୍ତମାନ ଜୁନାଗଡ଼ ବ୍ଲକ ରେ ୬୬ଟି ଅଙ୍ଗନୱାଡି କେନ୍ଦ୍ର ଭଡା ଘରେ ଚାଲୁଥିବା ବେଳେ ୩ଟି କେନ୍ଦ୍ର ବିଦ୍ୟାଳୟରେ ଚାଲୁଛି । ଅନେକ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ କାହାର ଛାତ ଉପରୁ ସିମେଣ୍ଟ, ଲୁହା ପଡୁଛି ତ କାହାର ଭଗ୍ନ ଅବସ୍ଥାରେ ଅଛି । ସେହିଭଳି ଅନେକ ଅଙ୍ଗନୱାଡି କେନ୍ଦ୍ର ଅଧପନ୍ତରିଆ ଭାବେ ପଡି ରହିଛି । ଯାହା ଫଳରେ କର୍ମୀ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ନିଜର ସାମଗ୍ରୀ ରଖିବା ପାଇଁ ମଧ୍ୟ ଜାଗା ନାହିଁ ।
Fvo_ ଅନେକେ ସମୟରେ ଅଙ୍ଗନୱାଡି କର୍ମୀଙ୍କୁ ସମସ୍ତ ଦାୟିତ୍ୱଭାର ଲଦି ଦିଆଯାଏ । ସିଡିପିଓ କିମ୍ବା ଡିଏସଡବ୍ଲୁ ଅଧିକାରୀଣି ମାନେ ନିଜ ଦୋଷଦୁର୍ବଲତାଙ୍କୁ ଲୁଚାଇବା ପାଇଁ ଅଙ୍ଗନୱାଡି କର୍ମୀ ମାନଙ୍କୁ (ବଳି କା ବକ୍ରା) ବନେଇଥାନ୍ତି ।
ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ହେନଥିବା ଯୋଗୁଁ ଉଭୟ ଅଙ୍ଗନୱାଡି ଓ ଶିଶୁଙ୍କ ଉପରେ ଏହି ପ୍ରଭାବ ପଡୁଛି । ଯାହା ଫଳରେ ଆଗାମୀ ଭବିଷ୍ୟତ ଶିକ୍ଷା ଗ୍ରହଣ କରିବା ପୂର୍ଵରୁ ଦୁସ୍ଥିତି ଆଡ଼କୁ ଗତି କରୁଛି । ତୁରନ୍ତ ରାଜ୍ୟ ସରକାର ଏଦିଗରେ ଠୋସ ପଦକ୍ଷେପ ନେବାକୁ ଦାବୀ ହୋଇଛି ।
କଳାହାଣ୍ଡି ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ
What's Your Reaction?






