ଜୟ ଜଗନ୍ନାଥ ନାଟ୍ୟଗୁରୁ କଳା ସଙ୍ଘ ପକ୍ଷରୁ ପୋଷଣ ସଚେତନତା କାର୍ଯ୍ୟକ୍ରମ।
ଝରିଗାଁ,୧୬l୧୦ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଜୟ ଜଗନ୍ନାଥ ନାଟଗୁରୁ କଳା ସଙ୍ଘ ପକ୍ଷରୁ ଚଳିତ ମାସ 12 ତାରିଖ ପୋଷଣ ସଚେତନତା କାର୍ଯ୍ୟକ୍ରମ ଚାଲୁରହି ଆଜି ଏହି କାର୍ଯ୍ୟକ୍ରମର ଶେଷ ହୋଇଛି |ଝରିଗାଁ ବ୍ଲକ କଳା ସାଂସ୍କୃତିକ ସଙ୍ଘର ଉପ ସଭାପତି ଜଗବନ୍ଧୁ ଗାଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂଲକ୍ଷ୍ମୀ ନାରାୟଣ ଗାଣ୍ଡା,ଡମୁ ପନକା, ସମାରୁ ଯାନୀ, ଲବ ହରିଜନ, ଉପେନ୍ଦ୍ର କୁଲଦୀପ, ସତ୍ୟ ଗୌଡ଼ ଆଦି ନାଟଗୁରୁ ଓ କଳାକାର ମାନଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଫଳପ୍ରଦ ହୋଇଥିବା ଜଣାପଡିଛି |ସମସ୍ତ କଳାକାର ସେମାନଙ୍କ ବାଦ୍ୟ ସାମଗ୍ରୀ ସାଙ୍ଗରେ ଧରି ଝରିଗାଁ ବ୍ଲକର ତେଇଶି ଗୋଟି ପଂଚାୟତର ବିଭିନ୍ନ ଗ୍ରାମ ଭ୍ରମଣ କରି ଜନସାଧାରଣମାନଙ୍କୁ ଠୁଳ କରି ନାଚଗୀତ ଓ ସଂଳାପ ମାଧ୍ୟମରେ ପୋଷଣ ଉପରେ ସଚେତନତ କରିବା ସହ କୁପୋଷଣ ଦୂର କରିବା ଦିଗରେ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରେଇବା ସହିତ ତାର ଭରପୁର ଲାଭ କିପରି ଉଠେଇ ପାରିବେ ସେନେଇ ପ୍ରାଞ୍ଜଳ ଭାବେ ବୁଝେଇଛନ୍ତି |ଝରିଗାଁ ଜୟ ଜଗନ୍ନାଥ ନାଟ୍ୟଗୁରୁ କଳା ସଙ୍ଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଚଳିତ ମାସର 12ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଥିବା ସୂଚନା ମିଳିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?