ଝରିଗାଁ ବ୍ଲକ କୃଷକ ମହାସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ।

Dec 05, 2025 - 19:29
0 113
ଝରିଗାଁ ବ୍ଲକ କୃଷକ ମହାସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ।

ଝରିଗାଁ,୫l୧୨(ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୃଷକ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଶକ୍ତି ପଦର୍ଶନ କରିଛନ୍ତି।ଆଜି ସକାଳୁ ସ୍ଥାନୀୟ ଧନୁଯାତ୍ରା ପଡ଼ିଆରେ ସ୍ଥାନୀୟ ଚାଷୀଙ୍କ ନେତୃତ୍ୱରେ ଝରିଗାଁ ବ୍ଳକର ଶହ ଶହ ଚାଷୀ ଏକତ୍ରିତ ହୋଇଥିଲେ।ପରେ ଝରିଗାଁ ବ୍ଳକର ସମସ୍ତ ଚାଷୀ ଏକ ବିରାଟ ଶୋଭାଯାତ୍ରା କରି ଝରିଗାଁ ବ୍ଲକ କାର୍ଯ୍ୟାଳୟ ପହଞ୍ଚି ଏକ ପ୍ରତିବାଦ ସଭା କରିଥିଲେ।ପ୍ରତିବାଦ ସଭାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଉପସ୍ଥିତ ରହି ସରକାରଙ୍କୁ କଡା ଚେତାବନୀ ଦେଇଥିଲେ।ଏସିୟା ମହାଦେଶରେ ନବରଙ୍ଗପୁର ଜିଲ୍ଲାରେ ଅଧିକ ମକା ଚାଷ ହେଉଥିବା ବେଳେ ମକା ଚାଷୀ ଉଚିତ ମୂଲ୍ୟରେ ମକା ବିକ୍ରି କରିପାରୁନଥିବା କହିଥିଲେ।୧୫ ଦିନ ମଧ୍ୟରେ ଚାଷୀଙ୍କ ମକା ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ସରକାର ବ୍ୟବସ୍ଥା ନକଲେ ୨୦ ତାରିଖ ଦିନ ଝରିଗାଁ ବ୍ଲକ ସହ ରାଇଘର ଏବଂ ଉମରକୋଟ ବ୍ଲକର ଚାଷୀ ମାନଙ୍କୁ ନେଇ ଆନ୍ଦୋଳନ କରାଯିବ ବୋଲି କହିଥିଲେ।ସେହିପରି ୧୫ ଦିନ ପର୍ଯ୍ୟନ୍ତ ଏହି ୩ଟି ବ୍ଳକର ଚାଷୀ ମାନଙ୍କୁ କମ୍ ଦରରେ ମକା ବିକ୍ରି ନକରିବା ପାଇଁ ଅନୁରୋଧ କରିଥିଲେ।ପରେ ସାତ ଦଫା ଦାବି ନେଇ ଝରିଗାଁ କୃଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ସେହିପରି ଝରିଗାଁ ତହସିଲ କାର୍ଯ୍ୟାଳୟରେ ଝରିଗାଁ ତହସିଲଦାର ସୁମନ୍ତ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଦାବିପତ୍ର ରେ ମକା ମଣ୍ଡିର ବ୍ୟବସ୍ଥା କରାଯିବା ସହିତ ଉପଯୁକ୍ତ ବଜାର ଦରରେ କ୍ରୟ କରାଯାଉ,ଧାନମଣ୍ଡିରେ ପ୍ରତି ଏକରକୁ ୧୩ କ୍ୟୁଣ୍ଟାଲ ବଦଳରେ ୨୦ କ୍ୟୁଣ୍ଟାଲ କରାଯାଉ,ଉଠା ଜଳସେଚନ ଆବେଦନକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ, କୃଷି ଉପଯୋଗୀ ଟ୍ରାକ୍ଟର ଟିକସ ଫ୍ରି କରାଯାଉ,ଜଙ୍ଗଲ ଅଧିକାର ପଟ୍ଟା ଜମିରେ ଖତ ସାର ବ୍ୟବସ୍ଥା କରାଯାଉ,ଧାନ ଓ ମକାର ଏମ ଏସ ପି ମୂଲ୍ୟ ଠିକ ଦରରେ କିଣାଯାଉ ଏବଂ କମ ଦରରେ କିଣୁଥିବା ଲୋକଙ୍କ ଉପରେ ପଦକ୍ଷେପ ନିଆଯାଉ,ବଳକା ମକା ଓ ଧାନ ସୁବିଧା ଅନୁସାରେ ବାହାର ରାଜ୍ୟରେ ବିକୟ କରିବାକୁ ଅନୁମତି ଦିଆଯାଉ,ଝରିଗାଁ ଲ୍ୟାମ୍ପକୁ ଖତ ସାରର ହୋଲସେଲ ଲାଇସେନ୍ସ ଦିଆଯାଉ ବୋଲି ଉଲ୍ଲେଖ ରହିଥିଲା।ଦାବିପତ୍ର ପ୍ରଦାନ ବେଳେ ଝରିଗାଁ ବ୍ଲକ କୃଷକ ମହାସଂଘ ପକ୍ଷରୁ ପୂର୍ବତନ ସାଂସଦ ଭଗବାନ ମାଝୀ, ବରିଷ୍ଟ ଚାଷୀ ଅଶୋକ ମୂର୍ତ୍ତି, ପ୍ରେମା ପାଣ୍ଡେ, ଉଦୟ ନାଥ ନାୟକ,ହାରାବତୀ ଗଣ୍ଡ,ସନରାଜ ଗଣ୍ଡ, ପ୍ରମୁଖ ସହ ଝରିଗାଁ ବ୍ଳକର ଶହ ଶହ ଚାଷୀ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User