ତୁମୁଡ଼ିବନ୍ଧରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବନ୍ଦ ।

Jul 17, 2025 - 14:53
 0  68
ତୁମୁଡ଼ିବନ୍ଧରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବନ୍ଦ ।

ତୁମୁଡ଼ିବନ୍ଧ,୧୭l୭(ଷ୍ଟାର ନିୟୁଜ): ସମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ଓଡ଼ିଶାରେ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ଡାକରା କୁ ବିଭିନ୍ନ ବାମପନ୍ଥୀ ଦଳମାନେ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣେଇଥିବା ସୂଚନା ମିଳିଛି ।ଏହାର ପ୍ରଭାବ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ସଦର ମହକୁମାରେ ମଧ୍ୟ ଦେଖିବାକୁ ମିଳିଛି । ବ୍ଲକ ସଦର ମହକୁମାର ସମସ୍ତ ଦୋକାନ, ବଜାର, ସ୍କୁଲ କଲେଜ ଏପରିକି ରାସ୍ତାଘାଟ ମଧ୍ୟ ଜନଶୂନ୍ୟ ହୋଇପଡିଛି । କଂଗ୍ରେସ କର୍ମୀମାନେ ତୁମୁଡ଼ିବନ୍ଧ ଆମ୍ବେଦକର ଛକ ଠାରେ ଟାୟାର ଜାଳି ଜଗି ବସିଥିବା ବେଳେ ବ୍ଲକର ବିଭିନ୍ନ ଛକ ମାନଙ୍କରେ ଯାନବାହାନ ଚଳାଚଳ ବିଲକୁଲ ଠପ ରହିଛି । ଅନ୍ୟପକ୍ଷେ କଂଗ୍ରେସ କର୍ମୀ ମାନେ ଖୋଲା ରହିଥିବା କାର୍ଯ୍ୟାଳୟ ଓ ସ୍କୁଲ କଲେଜରେ ପହଂଚି ବନ୍ଦ କରିବାକୁ ତାଦିଗ କରୁଛନ୍ତି । ବିଶେଷ କରି ତୁମୁଡ଼ିବନ୍ଧ ଅଞ୍ଚଳରେ ଏହି ବନ୍ଦର ପ୍ରଭାବ ବେସ ପଡ଼ିଥିବା ଜଣାପଡିଛି ।

What's Your Reaction?

like

dislike

love

funny

angry

sad

wow