ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ତରଫରୁ ରକ୍ତଦାନ କରି ଦୁଇ ମହିଳାଙ୍କ ଜୀବନ ବଞ୍ଚାଇଲେ ସୈନିକ ଏବଂ ଚନ୍ଦ୍ରମଣି ।

May 28, 2025 - 20:05
0 153

ଝରିଗାଁ,୨୭l୫ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ତରଫରୁ ଅହରହ ବିଭିନ୍ନ ରୋଗୀଙ୍କୁ ରକ୍ତଦାନ କରାଯାଉଛି। ଆଜି ମଧ୍ୟ ଜିଲ୍ଲା ଯାଦବ ମହାସଭାର ଯୁବ ସଭାପତିଙ୍କ ନେତୃତ୍ବରେ ରକ୍ତହୀନତାର ଶିକାର ହୋଇଥିବା ଜଣେ ବୃଦ୍ଧା ମହିଳା ଏବଂ ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୂଡା ଗ୍ରାମର ସୈନିକ ଗୈାଡ ଏବଂ ପର୍ଲିଆଗୁଡା ଗ୍ରାମର ଚନ୍ଦ୍ରମଣି ଗୌଡ଼।ସୂଚନା ଅନୁଯାୟୀ, ଉମରକୋଟ ପୌର ପରିଷଦ ଅନ୍ତର୍ଗତ ଗୋତିଗୁଡା ଗ୍ରାମର ପୁନାଏ ବେହେରାଙ୍କ ସ୍ୱାସ୍ଥ୍ୟ ଖରାଫ ହୋଇଥିଲା। ମଙ୍ଗଳବାର ଦିନ ପୁନାଏଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ରକ୍ତ ନମୁନା ପରୀକ୍ଷା ପରେ ପୁନାଏ ବେହେରାଙ୍କ ଶରୀରରେ ହିମଗ୍ଲୋବିନ କମ୍ ଥିବା ଜଣାପଡିଥିଲା। ତେବେ ପୁନାଏଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା ଓ-ପଜିଟିଭ୍‌ ରକ୍ତ ଉମରକୋଟ ରକ୍ତ ଭଣ୍ଡାରରେ ଉପଲବ୍ଧ ନଥିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଥିଲେ। ଶେଷରେ ପରିବାର ଲୋକ ନବରଙ୍ଗପୁର ଜିଲ୍ଲା ଯୁବ ସଭାପତି ନବ କିଶୋର ଗୌଡ଼ଙ୍କୁ ଫୋନ କରି ଘଟଣା ସମ୍ପର୍କରେ ସୂଚନା ଦେବା ସହ ରକ୍ତ ଯୋଗାଡ଼ ପାଇଁ ଅନୁରୋଧ କରିଥିଲେ।ନବକିଶୋର ବିଭିନ୍ନ ଲୋକଙ୍କୁ ଯୋଗାଯୋଗ କରି ଶେଷରେ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମର ସୈନିକ ଗୌଡ଼ଙ୍କ ରକ୍ତ ନମୁନା ଓ -ପଜିଟିଭ୍‌ ଥିବା ଜାଣିବା ପରେ ସୈନିକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେବା ସହ ରକ୍ତ ଦେବାକୁ ଅନୁରୋଧ କରିଥ‌ିଲେ। ଅନୁରୋଧ ରକ୍ଷା କରି ସୈନିକ ଓ ଯୁବ ସଭାପତି ନବ କିଶୋର ଗୈାଡ ତୁରନ୍ତ ଉମରକୋଟ ରକ୍ତ ଭଣ୍ଡାରକୁ ଯାଇ ସ୍ୱେଚ୍ଛାକୃତ ଭାବେ ଗୋଟିଏ ୟୁନିଟ୍‌ ରକ୍ତ ଦାନ କରିଥିଲେ। ଏହା ପରେ ଗତ କିଛିଦିନ ପୂର୍ବରୁ ମଧ୍ୟ ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ତରଫରୁ ରାଇଘର ବ୍ଳକ ଅନ୍ତର୍ଗତ ଦେବାଗାଁ ଗ୍ରାମ ପଞ୍ଚାୟତ ନିରାବେଡା ଗ୍ରାମର ଏକ ରକ୍ତହିନତାର ଶିକାର ହୋଇଥିବା ଗର୍ଭବତୀ ରୋଗୀଙ୍କୁ ରକ୍ତ ଆବଶ୍ୟକତା ଥିବା ଖବର ଉମରକୋଟ ବ୍ଳକ ସଭାପତି ଶତୃଘ୍ନନ ଗୈାଡଙ୍କ ଅନୁରୋଧ ପରେ ଜିଲ୍ଲା ଯୁବ ସଭାପତିଙ୍କ ଅନୁରୋଧ କ୍ରମେ ନବରଙ୍ଗପୁର ଜିଲ୍ଲା ଯୁବ ଯାଦବ ମହାସଭାର ସହ ସମ୍ପାଦକ ଝରିଗାଁ ବ୍ଳକ ଚଚା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପର୍ଲିଆଗୁଡା ଗ୍ରାମର ଚନ୍ଦ୍ରମଣି ଗୈାଡ ନିଜ ଏ ପଜିଟିଭ ରକ୍ତ ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନା ରେ ରକ୍ତଦାନ କରିଥିଲେ।ସେଥିପାଇଁ ଉକ୍ତ ଦୁଇ ଜଣ ରକ୍ତଦାତା ଙ୍କୁ ବିଭିନ୍ନ ମହଳରେ ଶୁଭେଚ୍ଛା ଜଣେଇବା ସହ ଅଭିନନ୍ଦନ ଜଣେଇ ଛନ୍ତି।ନବରଙ୍ଗପୁର ଓ ଉମରକୋଟ ରକ୍ତ ଭଣ୍ଡାରରେ ରକ୍ତ ଗଚ୍ଛିତ ନଥିବା ବେଳେ ନବରଙ୍ଗପୁର ଜିଲ୍ଲା ଯାଦବ ସମାଜର ଯୁବକ ମାନଙ୍କୁ ବ୍ଲକ ସ୍ତରରେ ରକ୍ତଦାନ ଶିବିର ଆୟୋଜନ କରି ସ୍ବେଚ୍ଚାକୃତ ଭାବେ ରକ୍ତଦାନ କରିବା ପାଇଁ ନବ କିଶୋର ଗୌଡ଼ ଅନୁରୋଧ କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User