ନବୀନଙ୍କ ଆରୋଗ୍ୟ ଓ ସୁସ୍ଥ ଜୀବନ ପାଇଁ ମନ୍ଦିରରେ ପୂଜାର୍ଚନା କଲେ ପୂର୍ବତନ ସାଂସଦ ଓ ବିଜେଡି କର୍ମୀ ।

ଚନ୍ଦାହାଣ୍ଡି,୨୩l୬ (ଷ୍ଟାର ନିୟୁଜ ଓଡିଶା ): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ରାଜ୍ୟବ୍ୟାପି ବିଜେଡି ନେତା ଓ କର୍ମୀମାନେ ବିଭିନ୍ନ ଦେବା ଦେବୀଙ୍କ ପୀଠରେ ପୂଜାର୍ଚନା କରିଛନ୍ତି |ସେହି କ୍ରମରେ ଝରିଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ଓ ପେନ୍ଡ୍ରାଣୀ ମନ୍ଦିରରେ ବିଜେଡି ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରମେଶ ମାଝୀଙ୍କ ଓ ବିଜେଡି ବ୍ଲକ ସଭାପତି ଗୌରହରି ନାୟକଙ୍କ ସଂଯୋଜନାରେ ଏହି ପୂଜାର୍ଚନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉଠା ଜଳ ସେଚନ ନିଗମର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ବରିଷ୍ଠ ସମାଜସେବୀ ପୁରୁଷୋତ୍ତମ ପାରି, 2ନଂ ଜୋନ ସଭାପତି ବଳରାମ ପଟ୍ଟନାୟକ, ବରିଷ୍ଠ ବିଜେଡି କର୍ମୀ ଡମ୍ୱରୁ ପାତ୍ର, ପୂର୍ବତନ ସରପଞ୍ଚ ଲଛମନ ମାଝୀ, ବରିଷ୍ଠ ବିଜେଡି ନେତା ଶେଷ ମଲ ହରପାଳ, ପୁରୁଷୋତ୍ତମ ବାଘ, ଟେକରାମ ମାଝୀ, ଋଷୁ ବାଘ, ଲିଙ୍ଗରାଜ ଚୌହାନ, ଗମ୍ଭୀର ଚୌହାନ, ଜଗନ୍ନାଥ ଡଙ୍ଗରୀ, କମଳୁ ମନହୀରା, ଚୈତୁରାମ ଦଣ୍ଡସେନା, ବନମାଳୀ ବାଘଙ୍କ ସମେତ ବ୍ଲକର ସମସ୍ତ ବିଜେଡି ନେତା, କର୍ମୀ ଓ ସମର୍ଥକମାନେ ଉପସ୍ଥିତ ରହି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟର ଶୁଭ ମନାସି ପ୍ରଭୁ ଜଗନ୍ନାଥ ଓ ମା ପେନ୍ଡ୍ରାଣୀଙ୍କ ମନ୍ଦିରରେ ଧୂପଦୀପ ଓ ନୈବେଦ୍ୟ ଦେଇ ପୂଜାର୍ଚନା କରିଥିଲେ |ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ସେ ଗତ 22ତାରିଖରେ ଚିକିତ୍ସା ନିମନ୍ତେ ମୁମ୍ବାଇ ଗସ୍ତ କରିଛନ୍ତି |ମୁମ୍ବାଇ ସ୍ଥିତ କୋକିଳା ବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ଚାଲିଥିବା ସୂଚନା ମିଲିଛି |ଏପଟେ ବିଜେଡି ସୁପ୍ରିମୋଙ୍କ ଆଶୁ ଆରୋଗ୍ୟ ତଥା ସୁସ୍ଥତା ପାଇଁ ଓଡିଶାସାରା ବିଭିନ୍ନ ମନ୍ଦିର ଓ ପୀଠମାନଙ୍କରେ ପୂଜାର୍ଚନା ଚାଲିଛି |ସମସ୍ତେ ନବୀନ ବାବୁ ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ପ୍ରାର୍ଥନା କରୁଛନ୍ତି |ତାଙ୍କ ସୁସ୍ଥ ଜୀବନ ପାଇଁ ବିଭିନ୍ନ ମହଲରେ କରାଯାଉଥିବା ଘଟଣା ପ୍ରମାଣ କରୁଛି କି, ନବୀନ ବାବୁ ପରାଜୟ ସ୍ୱୀକାର କରିବା ପରେ ବି ଓଡିଶାର ସାଢେ ଚାରୀକୋଟି ଜନତା ତାଙ୍କୁ ହୃଦୟରୁ ଭଲପାଉଛନ୍ତି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






