ନୂଆଁଖାଇ ପାଇଁ ରୁଗିବଲା ପର୍ବ
ଲାଞ୍ଜିଗଡ଼, କଳାହାଣ୍ଡି ତା.୨୫/୮( ଷ୍ଟାର ନିୟୁଜ ଓଡିଶା) :ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ପାଖେଇ ଆସୁଥିବା ବେଳେ ଏଥିପାଇଁ ଗ୍ରାମାଞ୍ଚଳରେପ୍ରସ୍ତୁତିଆରମ୍ଭହୋଇଗଲାଣି। ଆଉ ମାତ୍ର କମ ଦିନ ରହିଲା ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଇତି ମଧ୍ୟରେଗାଁଗହଳିରେଘରଦ୍ଵାରଲିପାପୋଛା,ସମସ୍ତ କପଡାଲତା, ଆସବାପତ୍ର ଧୁଆଧୁଇ ଜୋର ସୋରରେ ଚାଲିଛି। ନୂଆଁଖାଇ ଆଉ କିଛିଦିନ ଥାଇ ଗ୍ରାମରୁ ରୋଗ ଦୂରୀକରଣ ପାଇଁ ରୁଗୀବଲା ଯାତ୍ରା ଅନୁଷ୍ଠିତ ହୋଇଥାଏ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପଞ୍ଚମୀ ତିଥିରେ ନବାନ୍ନ ବା ନୂଆଁଖାଇ ପର୍ବ ପାଳନ କରୁଥିବା ବେଳେ କିନ୍ତୁ ମା' ମାଣିକେଶ୍ବରୀଙ୍କ ପୀଠମାନଙ୍କରେ ଦଶମୀ ତିଥିରେ ନୂଆଁ ଲାଗିଥାଏ। ଆଜି ଏହି ପରିପ୍ରେକ୍ଷୀରେ ଅଞ୍ଚଳର ବିଭିନ୍ନଗାଁରେ ରୁଗିବଲା ପର୍ବ ଅନୁଷ୍ଠିତ ହୋଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ କିଡ଼ିଙ୍ଗ ଗାଁଲୋକେ ଆଜି ସକାଳୁ ସମସ୍ତଙ୍କ ଘର, ବାଡିପଟ ଓ ଗୁହାଳ ଆଦି ଚାରିପଟେ ଧୁଆଁ ଦେଇ ଖଇ ଲିଆ, ଅରୁଆଚାଉଳ,ଖିର,ବଳିତା ଓ ଝୁଣା ଆଦି ଆଣି ଗାଁ ମଝିରେ ଏକତ୍ରିତ ହେବା ପରେ ଗାଁର ଜାନି, ଦିଆରୀ, ଗୈାତିଆ, ଗଣା ଓ ଝାକର୍ ଯଥାବିଧି ଧରନୀ,ପାଟଖଣ୍ଡା ଗବଡେନ୍,ବହଲେନ୍, ବଞ୍ଜାରେନ୍, ମାହିଲି ମା'ଙ୍କୁ ସେବା ପୂଜାର୍ଚ୍ଚନା କରି ଗାଁରୁ ରୋଗ ଦୂରୀକରଣ ପାଇଁ ଗ୍ରାମ ଦେବଦେବୀଙ୍କୁ ପୂଜାର୍ଚ୍ଚ


ନା କରିଥିଲେ। ଏହାପରେ ଗାଈଗୋରୁ, ଛେଳିମେଣ୍ଢା ନେଇ ଗ୍ରାମର ଶେଷମୁଣ୍ଡକୁ ଯାଇ ନିଛାଟିଆ ଜାଗାରେ ରୋଗ ନିରାକରଣ ପାଇଁ ପୂଜା କରାଯାଇଥିଲା। ନୂଆଁ ସୁଆଁ ଖାଇବା ପୂର୍ବରୁ ସମସ୍ତେ ଯେପରି ସୁସ୍ଥ ଓ ଆନନ୍ଦିତ ରହିବେ, ସେ ଉଦ୍ଦେଶ୍ୟରେ ଏହି ରୁଗାବଲା ଯାତ୍ରା ପୂର୍ବ କାଳରୁ ଚାଲିଆସୁଛି। ଏଥିରେ ଗାଁର ଜାନୀ(ଝାଙ୍କର) ରିଚେ ମାଝୀ ଓ ରାମ ଗଉଡ଼ ପୂଜାର୍ଚ୍ଚନା କରିଥିବା ବେଳେ ଗାଁ ଗୈାତିଆ ସତ୍ୟନାରାୟଣ ନାଗ, ଗାଁର ଗଣା ନିରଞ୍ଜନ ଛତ୍ରିଆ, ଗାଁର ବରିଷ୍ଠ ବ୍ୟକ୍ତି ବିଶ୍ଵନାଥ ଶବର, ମନୋହର ବଗର୍ତ୍ତୀ, ଶିବ ବଗର୍ତ୍ତୀ,ବାସୁ ଶବର, ବନବାସ ବଗର୍ତ୍ତୀ, ଚନ୍ଦ୍ରମଣି ଭୋଇ, ଚନାବୁଟୁ ଶବର, ନିଧି ଗଉଡ଼, ପିତାମ୍ବର ଗହିର,କୁମର ଶବର,ଧନେଶ୍ଵର ହରିଜନଙ୍କ ସମେତ ଗ୍ରାମବାସୀ ଏକତ୍ରିତ ହୋଇ ଏହି ପର୍ବ ପାଳନ କରିଥିଲେ।
କଳାହାଣ୍ଡି ଜିଲ୍ଲା ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)