ପୂଜାରୀଗୁଡା ଠାରେ ଗୋଣ୍ଡ ସାଂସ୍କୃତିକ ସମାଜ ପକ୍ଷରୁ ଗୁଡ଼ଖାଇ ଭେଟଘାଟ 2025 ଅନୁଷ୍ଠିତ ।

Jun 01, 2025 - 17:36
0 244
ପୂଜାରୀଗୁଡା ଠାରେ ଗୋଣ୍ଡ ସାଂସ୍କୃତିକ ସମାଜ ପକ୍ଷରୁ ଗୁଡ଼ଖାଇ ଭେଟଘାଟ 2025 ଅନୁଷ୍ଠିତ ।

ଝରିଗାଁ,୧l୫ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମର ନୀଳଗିରି ବାଡ଼ି ନିକଟରେ ଥିବା ପଡିଆ ଠାରେ ଆଜି ଝରିଗାଁ ବ୍ଲକର କସ୍ମିମୁଠାର 36ଖଣ୍ଡ ଗ୍ରାମର ଗୋଣ୍ଡ ସମ୍ପ୍ରଦାୟର ଜନସାଧାରଣ ମାନଙ୍କୁ ନେଇ ଗୁଡ଼ଖାଇ ଭେଟଘାଟ 2025 ଅନୁଷ୍ଠିତ ହୋଇଯାଇଛି |ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗୋଣ୍ଡ ସମାଜର ବ୍ଲକ ସଭାପତି ସିମାଞ୍ଚଳ ପୂଜାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସମରଥ ମାଝୀ, ପର୍ଶୁ ପାଇକ, ରାମ ପାଇକ, ଭରତ ମାଝୀ, ତ୍ରିଲୋଚନ ପୂଜାରୀ, ବୁଦୁରାମ ମାଝୀ, ବଳି ଗଣ୍ଡ, ରାମଚନ୍ଦ୍ର ଗଣ୍ଡ, ଚୈତନ୍ୟ ମାଝୀ, ରୀନା ମାଝୀ, ନାଡୀ ପାଇକ, ଅନ୍ତରାମ ଗଣ୍ଡ, ରାମଧର ଗଣ୍ଡ, ଶବର ଗଣ୍ଡ, ଜୟରାମ ମାଝୀ, ଚୈତନ୍ୟ ଗଣ୍ଡ, ଦଶରଥ ଗଣ୍ଡ, ମଣିରାମ ଗଣ୍ଡ, ପୁନିତରାମ ଗଣ୍ଡ, ସନ୍ତୋଷ କୁମାର ମାଝୀ, ପଦୁରାମ ଗଣ୍ଡ, ସାବିତ୍ରୀ ଗଣ୍ଡ ପ୍ରମୁଖ ମଞ୍ଚାସିନ ରହିଥିଲେ |ଉପସ୍ଥିତ ଜନ ସାଧାରଣ ପ୍ରଥମେ ସମାଜର କର୍ମକର୍ତା ମାନଙ୍କୁ ବାଜା ବାଜଣା କରି ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେବା ପରେ ମଞ୍ଚ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ନିଜ ସମାଜର ପତାକା ଉତ୍ତୋଳନ କରିଥିଲେ ଓ ପରେ ନିଜ ଜାତିର ଇଷ୍ଟ ଦେବତା ବୁଢାଦେଓ ଓ ଦୁର୍ଗାବତୀଙ୍କ ପ୍ରତିମୂର୍ତ୍ତିର ପୂଜାର୍ଚନା କରିଥିଲେ |ପରେ ମଞ୍ଚ ମଧ୍ୟରେ ପ୍ରବେଶ କରିବା ପରେ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯିବା ସହ ମଞ୍ଚାସିନ କରାଯାଇଥିଲା |ନିମନ୍ତ୍ରିତ କର୍ମକର୍ତା ମାନେ ଆସନ ଗ୍ରହଣ କରିବା ପରେ ସେମାନଙ୍କ ପରିଚୟ ପ୍ରଦାନ କରାଯିବା ସହିତ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା ପରେ ଯୁବତୀମାନେ ସ୍ୱାଗତ ସଂଗୀତ ଗାନ କରି ନିମନ୍ତ୍ରିତ ଅତିଥିଗଣଙ୍କୁ ସ୍ୱାଗତ ଜଣେଇଥିଲେ |ଗୋଣ୍ଡ ସମାଜର ସଭାପତି ଓ ସମ୍ପାଦକ ନିଜ ସମାଜକୁ ଆଗେଇ ନେବା ପାଇଁ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଆହ୍ୱାନ କରିବା ସହିତ ସମାଜରେ କରାଯାଇଥିବା ନୂତନ ପରିବର୍ତନ ବିଷୟରେ ବୁଝେଇଥିଲେ |ବିଶେଷ କରି ଶିକ୍ଷାକୁ ପ୍ରାଧାନ୍ୟ ଦେବା ସହିତ ଅନ୍ଧବିଶ୍ୱାସ ଓ କୁସଂସାର ଠାରୁ ଦୁରେଇ ରହିବା ଓ ସମାଜର ଉନ୍ନତି ପାଇଁ ସମାଜର ରୀତିନୀତିରେ କରାଯାଇଥିବା ନୂତନ ପରିବର୍ତ୍ତିତ ନିୟମ ସବୁକୁ ମାନିବା ପାଇଁ ସମସ୍ତ ଜନସାଧାରଣଙ୍କୁ ପ୍ରବାର୍ତ୍ତାଇଥିଲେ |ଶେଷରେ ସମାଜର ଯୁବକ ଯୁବତୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User