ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

Nov 1, 2025 - 19:19
Nov 1, 2025 - 19:23
 0  66
ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

ଝରିଗାଁ,୦୧l୧୧(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ସଦର ପଂଚୟତ ଅନ୍ତର୍ଗତ ସମରଚଚରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମିଶ୍ରଙ୍କୁ ଆଜି ଝରିଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଶ୍ରୀ ମିଶ୍ର ପ୍ରାୟ ୩୫ ବର୍ଷ ଧରି ଝରିଗାଁ ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ପିଲା ମାନଙ୍କ ଭବିଷ୍ୟତ ଗଠନ କରିଥିଲେ।ପ୍ରଥମେ ଶ୍ରୀ ମିଶ୍ର ୧୯୯୦ ମସିହାରେ କରମରୀ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିକ୍ଷକତା ଆରମ୍ଭ କରି ଥିଲେ।ପରେ ୪ ବର୍ଷ ଉମରକୋଟ ବ୍ଲକ ଦୁବୁଲାହାଣ୍ଡି ବିଦ୍ୟାଳୟରେ ଯୋଗ ଦେଇଥିଲେ।ପରବର୍ତ୍ତୀ ସମୟରେ ଝରିଗାଁ ବ୍ଳକର ଗୁରୁସିଙ୍ଗା, କରଷାହାଣ୍ଡି, ଦେଉଲକଣା ବିଦ୍ୟାଳୟ ଗୁଡିକରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ।ଶେଷ ସମୟରେ ସମରଚଚରା ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଅବସର ହୋଇଥିଲେ।ତେବେ ଆଜି ତାଳିଆମ୍ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବରିଷ୍ଟ ଶିକ୍ଷକ ଗୌରୀ ଶଙ୍କର ପଣ୍ଡାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠରେ ଗଙ୍ଗାଧର ପାଳ,ମାର୍କଣ୍ଡ ମାଳି, ସୁରେନ୍ଦ୍ର ସାହୁ, ଅଶ୍ୱିନୀ ଭୂଏ, ଶିକ୍ଷୟିତ୍ରୀ ଭାଗ୍ୟଲତା ପଣ୍ଡା ସରିତା ମହାନ୍ତି, ସରିତା ଦେବୀ, ମିଲି ଡାକୁଆ, ଗୀତାଞ୍ଜଳି ସାମଲ, ବାସନ୍ତୀ ଲେଙ୍କା, ରଶ୍ମୀ ରେଖା ସେଠୀ ପ୍ରମୁଖ ଉପସ୍ଥିତ ରହି ସମାୟାନୁ କ୍ରମେ ନିଷ୍ଠାପର ଭାବେ ଶିକ୍ଷା ଦାନ କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗୋଡ଼ିବାରେ ଶ୍ରୀ ମିଶ୍ରଙ୍କ ଅତୁଳନୀୟ ଅବଦାନ ରହିଥିବା ମତ ଦେଇଥିଲେ।ସେହିପରି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ଝରିଗାଁ ବ୍ଳକରେ ଶିକ୍ଷକତା କରିବାର ଅନୁଭୂତି କହିଥିଲେ।ଶେଷରେ ଶିକ୍ଷକ ବିପିନ ବିହାରୀ ନାୟକ ଶ୍ରୀ ମିଶ୍ରଙ୍କ ଅବସରର ପରବର୍ତ୍ତୀ ସମୟ ସୁଖମୟ ହେଉ ବୋଲି କହିବା ସହ ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଝରିଗାଁ କ୍ଲଷ୍ଟର ର ୪୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR