ଫିରିଙ୍ଗିଆ ରେ ଜିଲ୍ଲା ସ୍ଥରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ l
ଫିରିଙ୍ଗିଆ,୭l୧୧(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିଆ ଖେଳ ପଡିଆ ଠାରେ ଜିଲ୍ଲା ସ୍ଥରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଶ୍ରୀ ଅର୍ନ୍ନ ଅଭିଯାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଜିଲ୍ଲା ସ୍ଥରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ପାଳ କୁଶଳ ଚନ୍ଦ୍ର ନାୟକ ଯୋଗ ଦେଇ ଧୂପ ଦୀପ ପ୍ରଜ୍ବଳନ ସହ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ସନମାନିତ ଅତିଥି ଭାବରେ ମୁଖ୍ୟ ଜିଲ୍ଲା ପରିଷଦ ଉର୍ନ୍ନୟନ ଅଧିକାରୀ ଶମ୍ବୁନାଥ ନନ୍ଦୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଦାଶ, ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ ପ୍ରଧାନ, ଖଜୁରୀପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ, ଫୁଲବାଣୀ ଗୋଷ୍ଠି ଶିକ୍ଷା ଅଧିକାରୀ ରଞ୍ଜନ କହଁର, ଜିଲ୍ଲା ସଂଯୋଜକ ଭି ସନ୍ଧ୍ୟା, କେ ନୂଆଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ମଲିକ, ଅତିରିକ୍ତ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ସଞ୍ଜୟ ବେହେରା, ବିକ୍ରମ ମଲିକ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ପୁନମ ଯୋଗ ଦେଇଥିଲେ l
ଜିଲ୍ଲା ସ୍ଥରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ କନିଷ୍ଠ, ବରିଷ୍ଠ ଓ ବରିଷ୍ଠ ଉଚ୍ଚ ମାଧ୍ୟମିକ ତିନୋଟି ଭାଗରେ ବିଭକ୍ତ କରାଯାଇଥିବା ବେଳେ ସମୁଦାୟ ୩୧ ଟି ବିଭିନ୍ନ ପ୍ରତିଯୋଗିତା ସହ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟା ସମୟରେ କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ ଅତିଥି ଭାବରେ ଯୋଗ ଦେଇଥିଲେ l ଦଳ ଗତ ନୃତ୍ୟରେ ପ୍ରଥମ ସ୍ଥାନ ଫିରିଙ୍ଗିଆ ବ୍ଲକ ପାଇଥିବା ବେଳେ ଦ୍ୱତୀୟ ଫୁଲବାଣୀ ବ୍ଲକ ର ବେଲ ପଦର ଏବଂ ତୃତୀୟ ସ୍ଥାନ ବାଲିଗୁଡା ବ୍ଲକ ପାଇଥିଲା l ପ୍ରତ୍ୟେକ ପ୍ରତିଯୋଗିତା ରେ ପ୍ରଥମ, ଦ୍ୱତୀୟ ଏବଂ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଏବଂ ଦଳ ଗତ ନୃତ୍ୟ ରେ ପ୍ରଥମ, ଦ୍ୱତୀୟ ଏବଂ ତୃତୀୟ ସ୍ଥାନ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ପ୍ରଦାନ କରା ଯାଇଥିଲା l ଦଳ ଗତ ନୃତ୍ୟ ପ୍ରତିଯୋଗିତା ରେ ବିଚାରକ ଭାବରେ ବରିଷ୍ଠ ନାଟ୍ୟ ନିର୍ଦେଶକ ସୁବ୍ରତ କୁମାର ମହାନ୍ତି, ରାଜ୍ୟ ପୁରସ୍କାର ପ୍ରାପ୍ତ ଆଦିବାସୀ ନୃତ୍ୟ ନିର୍ଦ୍ଧେସିକା କଲ୍ୟାଣୀ କହଁର ଏବଂ ପାରମ୍ପରିକ ନୃତ୍ୟ ଗୁରୁ ସୁଖ ରଞ୍ଜନ ସାହାଣୀ ଦାୟିତ୍ୱ ତୁଲାଇ ଥିବା ବେଳେ ଶିକ୍ଷକ ବିନୋଦ କୁମାର ସାହୁ ଏବଂ ସଂଗୀତା ପାତ୍ର ମଞ୍ଚ ପରିଚାଳନା କରିଥିଲେ l ଫିରିଙ୍ଗିଆ ବ୍ଲକ ର ସିମାଞ୍ଚଳ ମୁଖି, ରାଜେଶ କୁମାର ନାୟକ ଙ୍କ ସହ ସମସ୍ତ ସି ଆର ସି, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ l
What's Your Reaction?