ବଞ୍ଚିବାକୁ ସଙ୍ଘର୍ଷ କରୁଛନ୍ତି ମୁଖ କର୍କଟ ଆକ୍ରାନ୍ତ ମଙ୍ଗଳ ଦେଇ।

Jun 23, 2025 - 10:01
0 103
ବଞ୍ଚିବାକୁ ସଙ୍ଘର୍ଷ କରୁଛନ୍ତି ମୁଖ କର୍କଟ ଆକ୍ରାନ୍ତ ମଙ୍ଗଳ ଦେଇ।

ଝରିଗାଁ,୨୩l୬ (ଷ୍ଟାର ନିୟୁଜ ଓଡିଶା):  ଦେଢ ବର୍ଷ ହେବ ମୁଖ କର୍କଟ ଆକ୍ରାନ୍ତ ମହିଳା ବଞ୍ଚିବାକୁ ଜୀବନ ସହ ସଙ୍ଘର୍ଷ କରୁଛନ୍ତି। କଟକ ରାୟପୁର,କୋରାପୁଟ ମେଡିକାଲ କଲେଜ ଏବଂ ନିଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇ ଶେଷରେ ଦୁଇ ମାସ ହେବ ବଞ୍ଚିବାର ଆଶା ଛାଡି ଘରେ ପଡ଼ି ରହିଛନ୍ତି ମହିଳା ଜଣକ । ମହିଳା ଜଣକ ହେଲେ ମଙ୍ଗଳ ଦେଈ ଶାନ୍ତା ସ୍ଵାମୀ ଜଗନ୍ନାଥ ଶାନ୍ତା, ଝରିଗାଁ ବ୍ଲକ ଫୂପୁ ଗାଁ ପଞ୍ଚାୟତ ଅନ୍ତର୍ଗତ ବାର ବାକୁଲି ଗ୍ରାମ। ପରିବାର ର ଆର୍ଥିକ ସମ୍ବଳ ଯାହା ସଦ୍ୟ ତାହା ଖର୍ଚ୍ଚ କରି ଚୁପ୍ ହୋଇ ବସାଇବାକୁ ବାଧ୍ୟ ହୋଇଛନ୍ତି ପରିବାର।ପ୍ରାୟ ମାସେ ହେବା ଖିଆପିଆ କରି ପାରୁନାହାନ୍ତି ମଙ୍ଗଳ ଦେଇ। ପାଣି ଟୋପାଏ ଯାଉନି ତଣ୍ଟି କୁ। ଖାଇବା ପିଇବା ବନ୍ଦ କରି ଶୋଇ ରହୁଛନ୍ତି ମହିଳା। ଚେତନା ଅବସ୍ଥାରେ ଶଯ୍ୟା ରେ ପଡ଼ି ଜାମ ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ମଙ୍ଗଳ ଦେଈ।ଡାକ୍ତର ଙ୍କ କହିବା ପ୍ରକାରେ ଶରୀରର ଓଜନ ଦୃତ ଗତିରେ ହ୍ରାସ ପାଉଛି। ଯାହା ଫଳରେ ଅସ୍ତ୍ରୋପଚାର କରିବା ସମ୍ଭା ହେଉନାହିଁ। ମଙ୍ଗଲଦେଇ ଙ୍କ ବୋହୁ ଙ୍କ କହିବା ପ୍ରକାରେ ନିତିଦିନ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେଉଛି। କର୍କଟ ସଂକ୍ରମଣ ବଢି ବଢି ପାଟି ଓ ତଣ୍ଟି ର ଆଭ୍ୟନ୍ତରୀଣ ଅଂଶ କୁ ବ୍ୟାପି ଗଲାଣି। ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ମାଂସ କେହି ଡ଼ନେଟ କଲେ ଏବଂ ଶରୀରର ଓଜନ ବୃଦ୍ଧି ହେଲେ ଅସ୍ତ୍ରୋପଚାର ସମ୍ଭବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି।ଡ଼ନର ମିଳିବା କଷ୍ଟକର ବୋଲି ପରିବାର ଲୋକେ କହିଛନ୍ତି। ମଙ୍ଗଳ ଦେଈଙ୍କ ପରିବାର କହିଲେ ତିନି ଝିଅ ପୁଅ ବୋହୂ ସ୍ଵାମୀ ସ୍ତ୍ରୀ ସହ ସାତ ପ୍ରାଣୀ । ଗରିବ ପରିବାର ଆର୍ଥିକ ସ୍ଥିତି ଅତି ଦୁର୍ବଳ। ଦୁଇ ଏକର ଖଣ୍ଡେ ଅଛି ଚାଷ ଜମି। ସାତ ପ୍ରାଣୀ ଙ୍କ ଗୁଜୁରାଣ ସେଇଥିରେ ମେଣ୍ଟାଇବା କାଠିକର ପାଠ। ବର୍ଷା ତମାମ ପରିବାରର ଦୈନଦିନ ଆବଶ୍ୟକତା ପୂରଣ କରିବାକୁ କୁଲି ମଜୁରୀ ଉପରେ ନିର୍ଭର କରନ୍ତି ପରିବାର। ମଙ୍ଗଳ ଦେଇ ଙ୍କ କର୍କଟ ଆକ୍ରାନ୍ତ ପରେ ଚିନ୍ତାରେ ଭାଙ୍ଗି ପଡିଛନ୍ତି ପରିବାର। ବୀମା କାର୍ଡ ଅଛି।ରାସନ୍ କାର୍ଡ ରେ ପାଞ୍ଚ ପ୍ରାଣୀ ଚାଉଳ ପାଉଥିବା ବେଳେ ଝିଅ ଓ ବୋହୁ ଚାଉଳରୁ ବଞ୍ଚିତ ରହିଥିବା କହିଛନ୍ତି ପରିବାର। ଆବାସ ଘର ଖଣ୍ଡେ ମିଳିନାହିଁ ପରିବାରକୁ । ନିଜସ୍ଵ ଅର୍ଥରେ ଘର ଖଣ୍ଡେ କରି ରହୁଛନ୍ତି ସାତ ପ୍ରାଣୀ। ପରିବାରର ଭରଣପୋଷଣ ଚିନ୍ତା ଲାଗି ରହିଥିବା ବେଳେ ମଙ୍ଗଳ ଦେଇଙ୍କ ଚିକିତ୍ସା ଚିନ୍ତାରେ ଚାପଗ୍ରସ୍ତ ରହୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ କିଛି ସହାୟତା ମିଳିଲେ ମଙ୍ଗଳ ଦେଇଙ୍କୁ ଚିକିତ୍ସା କରାଯିବା ନେଇ ଆଶା କରୁଛନ୍ତି ପରିବାର।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User