ବିକାଶ ଆବାସିକ ବିଦ୍ୟାଳୟରେ ଇନଭେଷ୍ଟିଚର୍ ସେରିମନି ୨୦୨୫

Jul 07, 2025 - 22:22
0 72
ବିକାଶ ଆବାସିକ ବିଦ୍ୟାଳୟରେ ଇନଭେଷ୍ଟିଚର୍ ସେରିମନି ୨୦୨୫

ଭବାନୀପାଟଣା, ୦୭/୦୭/୨୦୨୫(ଷ୍ଟାରନିୟୁଜ ଓଡିଶା)ସ୍ଥାନୀୟ ବିକାଶ ଆବାସିକ ବିଦ୍ୟାଳୟରେ ଇନଭେଷ୍ଟିଚର୍ ସେରିମନି ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଡି ନାଗେଶ୍ଵର ରାଓ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି ରାମ କୁମାର, ଶିକ୍ଷା ପ୍ରଭାରୀ ଡି ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ସମ୍ମନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅଧ୍ୟକ୍ଷା ଆରତୀ ମିଶ୍ର ସ୍ବାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।
     ଚଳିତ ଶିକ୍ଷାବର୍ଷ ନିମନ୍ତେ ବିଦ୍ୟାଳୟର ଛାତ୍ର ଛାତ୍ରଙ୍କୁ ନେଇ ଲିଖିତ ପରୀକ୍ଷା , ମୌଖିକ ପରୀକ୍ଷା ଓ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ କ୍ଲବ , ବିଭିନ୍ନ ହାଉସ ନିମନ୍ତେ ସଦସ୍ୟ ଓ ହେଡ ବୟ, ହେଡ୍ ଗାର୍ଲ୍ ଚୟନ କରାଯାଇଥିଲା । ଉକ୍ତ ଉତ୍ସବରେ ଉପସ୍ଥିତ ଅତିଥିଙ୍କ ଦ୍ଵାରା ନିର୍ବାଚିତ ସଦସ୍ୟ ମାନଙ୍କ ନାମ ଘୋଷଣା ପୂର୍ବକ ସେମାନଙ୍କୁ ପୁଷ୍ପଗୁଚ୍ଛ, ବ୍ୟାଚ ଓ ମାନପତ୍ର ଦେଇ କାର୍ଯ୍ୟଭାର ଅର୍ପଣ କରାଯାଇଥିଲା । କ୍ରୀଡା ଶିକ୍ଷକ ମନୋଜ କୁମାର ବିଶ୍ବାଳ ନିର୍ବାଚିତ ଛାତ୍ର ଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ବିଦ୍ୟାର୍ଥୀଙ୍କ ଉତ୍ତମ ଚରିତ୍ର ଗଠନ, ଶୃଙ୍ଖଳା, ନିଜ କର୍ତ୍ତବ୍ୟ ପାଳନ ଓ ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବାକୁ ଗୁରୁତ୍ୱାରୋପ କରିଥିବା ବେଳେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ନିଜ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିବା ଜଣେ ଉତ୍ତମ ପ୍ରତିନିଧିର ମୁଖ୍ୟ କର୍ତ୍ତବ୍ୟ ବୋଲି ସୂଚାଇ ଥିଲେ । କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ସୁରେଶ ନାଗ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଟିକୁ ସଫଳ କରିବାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗ ରହିଥିଲା ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User