ବିଶ୍ୱ ରେଡ଼କ୍ରସ ଦିବସ ଅବସରରେ ଆଦିତ୍ୟ 24th ଫିଟ କ୍ଲବ ପକ୍ଷରୁ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର l

May 08, 2025 - 17:04
0 65
ବିଶ୍ୱ ରେଡ଼କ୍ରସ ଦିବସ ଅବସରରେ ଆଦିତ୍ୟ 24th ଫିଟ କ୍ଲବ ପକ୍ଷରୁ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର l

ଭବାନୀପାଟଣା:୮l ୬(ଷ୍ଟାରନିଳଓଡିଶା) : ରକ୍ତି ହିଁ ଜୀବନ। ଆପଦକାଳୀନ ସ୍ଥିତିରେ ଟୋପାଏ ରକ୍ତ ମଣିଷକୁ ବଞ୍ଚାଇଥାଏ। ଆମେମାନେ ସମସ୍ତେ ଏହାର ଗୁରୁତ୍ବ ଉପଲବ୍ଧି କରିବା ଦରକାର। ସରକାର ଦୁର୍ଘଟଣା କ୍ଷେତ୍ରରେ ଶୂନ୍ୟ ମୃତ୍ୟୁ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଆମେ ସମସ୍ତେ ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ପୂର୍ବତନ ସଦର ବ୍ଲକ ଉପାଧ୍ୟାକ୍ଷ ତଥା ବିଶିଷ୍ଟ ସମାଜସେବୀ ଓ 24th ଫିଟ କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀ ସଚ୍ଚିଦାନନ୍ଦ ମହାକୁଡ଼ ପ୍ରକାଶ କରିଛନ୍ତି ।ସହିଦ ରେଣ୍ଡୋ ମାଝୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ରେଡ଼କ୍ରସ ଭବନ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଆଦିତ୍ୟ 24th ଫିଟ କ୍ଲବର ପ୍ରଧାନ ପ୍ରଶିକ୍ଷକ ଶ୍ରୀ ବିଶ୍ୱ ମେହେର। ଅନ୍ୟତମ ସମ୍ମାନିତ ଅତିଥିଭାବେ ପୂର୍ବତନ ପୌରାଧାକ୍ଷ୍ୟ ତଥା ବିଜେଡି ବିଧାୟିକା ପ୍ରାଥୀନି ଶ୍ରୀମତୀ ଲଳିତା ନାଏକ, ପୂର୍ବତନ ସଦର ବ୍ଲକ ଅଧକ୍ଷ୍ୟା ସରିତା ମହାକୁଡ଼, ବ୍ଲଡ଼ ବ୍ୟାଙ୍କ ଅଧିକାରୀ ବିବେନ୍ଦୁ ବଳ, ବରିଷ୍ଠ ଯୁବ ବିଜେଡି ଯୁବନେତା ସେନାପତି ନାଏକ ପ୍ରମୁଖ ଏହି ରକ୍ତଦାନ ଶିବିରରେ ଉପସ୍ଥିତ ରହିଥିଲେ। ଶ୍ରୀ ମେହେର କହିଲେ ଯେ, ଆଦିତ୍ୟ 24th ଫିଟ କ୍ଲବର ପକ୍ଷରୁ ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଏବଂଏହିଭଳି ଶିବିର ଆୟୋଜନ ମାଧ୍ୟମରେ ସ୍ୱେଚ୍ଛାସେବୀମାନେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିଲେ ରକ୍ତସଂଗ୍ରହ ଅଭାବ ଦୂର ହୋଇପାରିବ ଓ ଆବଶ୍ୟକ ସମୟରେ ବହୁମୂଲ୍ୟ ଜୀବନଟିଏ ବଞ୍ଚାଯାଇ ପାରିବ। ରକ୍ତଦାନ ମହତ ଦାନ । ଆଦିତ୍ୟ କ୍ଲବ ପକ୍ଷରୁ ଆୟୋଜିତ ଏହି ମହତ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ବଜାୟ ରହିବ ବୋଲି ଶ୍ରୀ ମେହେର ଆଶାବ୍ୟକ୍ତ କରିଥିଲେ। ଶ୍ରୀ ସଚ୍ଚିଦାନନ୍ଦ ମହାକୁଡ଼ ଙ୍କ ନେତୃତ୍ୱ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୋଟ 40 ରୁ ଉର୍ଦ୍ଧ୍ବ ସ୍ବେଷଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏଥିରେ ରକ୍ତଦାତା ଭାବରେ ଦୟାନିଧି ସାହୁ, ବିଶ୍ୱ ଭବାନୀ ବୁଦ୍ଧିଆ, ବିଜୟଲଷ୍ମୀ ବାରିକ, ସରୋଜ ବାରିକ, ସୁମନ ମହାକୁଡ଼, ଏସ.ଏନ. ସାହିଲ, ରଶ୍ମି ମହାକୁଡ଼, ସନ୍ତୋଷିନୀ ମହାକୁଡ଼, ସସ୍ମିତା ରଥ, ବିଜୟ ଖମାରି, ଶେଷଦେବ ମିଶ୍ର ପ୍ରମୁଖ ରକ୍ତଦାନ କରି ଏହି ରକ୍ତଦାନ ଶିବିର କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଉପସ୍ଥିତ ଥିଲେ। ଏହି ମହତ କାର୍ଯ୍ୟକ୍ରମ ରେ ରେଡ଼କ୍ରସ ତଥା ବ୍ଲଡ଼ ବ୍ୟାଙ୍କ ର ଟେକନିସିଏଁ ଅଜିତ ନାଏକ, ଗିରିଶ ଚନ୍ଦ୍ର , ସଂଜୀବ ମହାକୁଡ଼, କିଶୋର ଚନ୍ଦ୍ର ସାହୁ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଆଦିତ୍ୟ 24th ଫିଟ କ୍ଲବ ର ଏପରି ମହତ କାର୍ଯ୍ୟକ୍ରମ କୁ ସର୍ବସାଧାରଣ ରେ ଭୁୟସୀ ପ୍ରଂଶସା କରାଯାଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User