ଏବିଭିପି ପକ୍ଷରୁ ଅପରେସନ ସିନ୍ଦୁର କୁ ସ୍ୱାଗତ।

କଳାହାଣ୍ଡି ,୮l ୫(ଷ୍ଟାରନିଳଓଡିଶା ):ଏପ୍ରିଲ 22 ତାରିଖ ରେ କାଶ୍ମୀର ର ପହଲଗାମ ରେ ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପ ରେ ନିହତ ହୋଇଥିବା ସାଧାରଣ ନିରୀହ 26 ଜଣ ପର୍ଯ୍ୟଟକ ଙ୍କୁ ନେଇ ସାରା ଭାରତ ରେ ପ୍ରତିଶୋଧ ର ନିଆଁ ଜଳୁଥିବା ବେଳେ ଭାରତ ସରକାର ଙ୍କ ଦ୍ଵାରା ବିହିତ ପଦକ୍ଷେପ ଅପରେଶନ ସିନ୍ଦୂର ରକୁ କିଛି ମାତ୍ର ରେ ପ୍ରଶମିତ କରିଛି । ଏଠା ରେ ଉଲ୍ଲେଖ ଯୋଗ୍ୟ ଯେ ମୟ 7 ତାରିଖ ରାତ୍ର 1:4 ଟା ସମୟ ରେ ଭାରତ ସରକାର ଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଅନୁସାରେ ଭାରତୀୟ ସେନାରେ ପାକିସ୍ତାନ ଅନାର୍ଗତ 4 ଗୋଟି ଆତଙ୍କବାଦୀ ଶିବିର ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳ ରେ ଥିବା 5 ଗୋଟି ଆତଙ୍କବାଦ ଶିବିର କୁ ଆକାଶ ମାର୍ଗରୁ ବୋମା ବର୍ଷଣ କରି ଉଡାଇଦିଆଯାଇଛି। ସରକାର ଙ୍କ ର ଏହି ସୁଚିନ୍ତିତ ପଦକ୍ଷେପ ଏବଂ ଅପରେସନ ସିନ୍ଦୂର ନାମକୁ ନେଇ ଭାରତୀୟ ନାଗରିକ ଙ୍କ ମନରେ ଉଲ୍ଲାସ ର ତରଙ୍ଗ ପ୍ରଭାବିତ ହେବାର ଦେଖିବାକୁ ମିଳିଛି । କାହିଁକି ନା ଅପରେସନ ସିନ୍ଦୂର ନାମକ ତର୍ପାଜ୍ୟ ହେଲା ଭାରତୀୟ ନାରୀମାନେ ଙ୍କ କପାଳରୁ ସିନ୍ଦୂର ପୋଛି ହୋଇଯିବ ପ୍ରସଙ୍ଗ କୁ ନେଇ ଅଭଳିନମକରଣ ର ପ୍ରାସଙ୍ଗିକତା ଥାଇପାରେ ବୋଲି ବିଭିନ୍ନ ମହଲ ରେ ବର୍ତ୍ତମାନ ଆଲୋଚନା ପର୍ଯ୍ୟଲୋଚନ ଦେଖିବାକୁ ମିଳିଛି। ଏପରି ଏକ ପଦକ୍ଷେପ ଯୋଗୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭବାନୀପାଟଣା ନଗର ଉଲ୍ଲାସ ସମ୍ବର୍ଦ୍ଧନା ପାଳନ କରିବା ସହିତ ଏହାକୁ ଆନ୍ତରିକତା ସହିତ ସ୍ବାଗତ କରିଛି। ଏବିଭିପି ଭବାନୀପାଟଣା ସମସ୍ତ କାର୍ଯ୍ୟକର୍ତ୍ତା ଇତ୍ୟାଦି ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ସମ୍ମୁଖ ରେ ତ୍ରିରଙ୍ଗା ପତାକା ଉଡ଼ାଇ ଓ ସମସ୍ତ ଙ୍କ କପାଳ ରେ ସିନ୍ଦୂର ମାରି ଭାରତ ସରକାର ଙ୍କ ପଦକ୍ଷେପ କୁ ପୂର୍ଣ୍ଣ ସମର୍ଥନ ଜଣାଇଛି ।ଏବିଭିପି ର ବିଶ୍ୱବିଦ୍ୟାଳୟ ସଭାପତି ସତ୍ୟସ୍ଵରୂପ ସ୍ଵାଇଁ, ଉପସଭାପତି ଅସିତ ମହାନ୍ତି, ନଗର ସେବା ପ୍ରମୁଖ ଦେବାଶିଷ ପଟ୍ଟନାୟକ, ନଗର ସାମାଜିକ ଗଣମାଧ୍ୟମ ପ୍ରମୂଖ ହିତେଶ ସାହୁ,ହେମନ୍ତ ନାୟକ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
What's Your Reaction?






