ବେପରୁଆ ଗାଡି ଚାଳନା, ଶିଶୁ ସମେତ ଅନ୍ୟ ଜଣେ ମୃତ,୨ ଗୁରୁତର |

Jan 11, 2026 - 23:03
 0  24
ବେପରୁଆ ଗାଡି ଚାଳନା, ଶିଶୁ ସମେତ ଅନ୍ୟ ଜଣେ ମୃତ,୨ ଗୁରୁତର |

କଳାହାଣ୍ଡି ଜିଲ୍ଲା  ୧୧/୦୧  (ଷ୍ଟାର ନିୟୁଜ ଓଡିଶା )ଜୟପାଟଣା ରେ ପିକଅପ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ  ଜଣକର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ ଜୟପାଟଣା ରାଜକମ୍ପ୍ଲକ୍ସ ପିକଅପ ଗାଡି ଜୟପାଟଣା ରୁ ବାନେର ପଟ କୁ ଆସୁଥିବା ବେଳେ ପ୍ରଥମେ ସଦଗୁରୁ ପେଟ୍ରୋଲ ଟ୍ୟାଙ୍କ ନିକଟରେ ଜଣେ ଶିକ୍ଷକ ଙ୍କୁ ଧକ୍କା ଦେଇ ପୁନର୍ବାର ଗୀତାଭବନ ନିକଟରେ ସିନ୍ଦକାଗୁଡା ରୁ ବଡ କର୍ଲାକୋଟ ନୁଆଁପଡା କୁ ଯାଉଥିବା ଗୋଟିଏ ମୋଟରସାଇକେଲ କୁ ଧକ୍କା ଦେଇଥିଲା।ଏଥିରେ ସିନ୍ଦକାଗୁଡା ଗାଁର ରଞ୍ଜନପ୍ରଭା ମାଝୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଦିଅର କୁମର ମାଝୀ ଓ ୨ ବର୍ଷ ର ଶିଶୁ ବରୁଣ ମାଝୀ ଙ୍କ ମୃତ୍ୟୁ ହୋଇଛି। ଆହତ ମାନଙ୍କୁ ଜୟପାଟଣା ହସ୍ପିଟାଲରେ ରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି।ପୋଲିସ ଗାଡି କୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ cv ଆରମ୍ଭ କରିଛି।ମୃତକର  ପରିବାର କୁ କ୍ଷତିପୂରଣ ଦାବି ହୋଇଛି |

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋ

ର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR