ମଦବିକ୍ରିକୁ ବିରୋଧ କରି ଭାଟି ଉପରେ ଗ୍ରାମବାସୀଙ୍କ ଚଢ଼ାଉ ।

Sep 04, 2025 - 12:50
Updated: 12 months ago
0 131
ମଦବିକ୍ରିକୁ ବିରୋଧ କରି ଭାଟି ଉପରେ ଗ୍ରାମବାସୀଙ୍କ ଚଢ଼ାଉ ।

ଝରିଗାଁ,୪l୯ (ଷ୍ଟାର ନିୟୁଜ ଓଡିଶା): ଗ୍ରାମରେ ମଦବିକ୍ରିକୁ ବିରୋଧ କରି ଗ୍ରାମରେ ଥିବା ବେଆଇନ ଦେଶୀ ମଦଭାଟି ଓ ମଦ ରାନ୍ଧୁଥିବା ଘରେ ଘରେ ପଶି ମଦହାଣ୍ଡି ଗୁଡିକୁ ଗ୍ରାମବାସୀ ମିଶି ଭାଙ୍ଗିଥିଲେ, ଏବଂ ମଦ ବିକ୍ରୀ ଏବଂ ମଦ ନ ପିଇବା ପାଇଁ ଗାଁ ରେ ବୁଲି ସଚେତନ କରିଥିଲେ. | ଖବର ଅନୁସାରେ ଗ୍ରାମରେ ବେଆଇନ ଭାବେ ତିନି ତିନି ଟି ମଦଭାଟି ରହିଥିବା ବେଳେ ଏହାକୁ ଦୀର୍ଘ ଦିନ ହେବ ଗ୍ରାମବାସୀ ବିରୋଧ କରିଆସୁଥିଲେ, କିନ୍ତୁ କେହି ହେଲେ ଗାଁ ଲୋକଙ୍କ କଥାକୁ ଖାତିର ନ କରି ଅମାନିଆ ଭାବେ ବିକ୍ରି କରିଆସୁଥିଲେ, ଏବଂ ଏ ବାବଦରେ ପୋଲିସ ରେ ଟଙ୍କା ବାନ୍ଧୁଥିବା ନେଇଁ ମଦ ବେପାରୀ କହୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଫଳରେ ଗ୍ରାମର ବୟସ୍କ ବ୍ୟକ୍ତି ଓ ଯୁବକ ସବୁବେଳେ ମଦରେ ମାତାଲ ରହୁଛନ୍ତି |ଏପରିକି ସ୍କୁଲରେ ପାଠ ପଢୁଥିବା ପିଲା ମାନେ ମଧ୍ୟ ଏହି ମଦ ପ୍ରଭାବରେ ପଡି ନିଜ ନିଜ ଭବିଷ୍ୟତକୁ ଅନ୍ଧାର ଆଡକୁ ଠେଲି ଦେଉଛନ୍ତି |ଗ୍ରାମରେ କୌଣସି ଯାନିଯାତରା କିମ୍ବା ପାର୍ବପର୍ବାଣି ହେଲେ ତାହା ଶାନ୍ତି ଓ ଶୃଙ୍ଖଳିତ ଭାବେ ପାଳିତ ହୋଇ ପାରୁନି |ସବୁବେଳେ ଗ୍ରାମରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳୁଛି | ଘରେ ବାହାରେ କେବଳ ଅଶାନ୍ତି ଲାଗିରହିଛି, କିଏ ମଦ ବିକି ମାଲାମାଲ ହେଉଥିବା ବେଳେ ଅନେକ ପରିବାର ଉଜୁଡ଼ି ଯାଉଥିବା ଏବଂ ଅନେକଙ୍କ ଜୀବନ ଆକାରଣରେ ଚାଲିଯାଉଛି। କାହାର ସ୍ୱାମୀ ମଦ ପିଇ ଘରକୁ ଅଶାନ୍ତ କରୁଛି କାହାର ପୁଅ ମଦ ପିଇ ଜୀବନ ନଷ୍ଟ କରୁଛି, ଏଭଳି ପରିସ୍ଥିତିକୁ ଆୟତ୍ତ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ। ଗାଁ ରେ ମଦ ବନ୍ଦ ହେବ ଏଭଳି ଏକ ସଂକଳ୍ପ ନେଇଁ ଗ୍ରାମବାସୀ ଗ୍ରାମରେ ଏକ ବୈଠକ କରି ମଦ ବିକ୍ରି କରୁଥିବା ସ୍ଥାନରେ ଚଢ଼ାଉ କରିବାକୁ ନିଷ୍ପତି ନେଇଥିଲେ ଓ ତିନୋଟି ମଦଭାଟି ଭାଙ୍ଗିବା ସହ ଆଗାମୀ ଦିନରେ ମଦ ବିକ୍ରି ନ କରିବାକୁ ତାଗିଦ କରିଥିଲେ, କେବଳ ସେତିକି ନୁହେଁ ବାହାର ଗାଁ ରୁ ମଧ୍ୟ ମଦ ପିଇ ଗାଁ ଭିତରେ ପ୍ରବେଶ କୁ ନିଷେଧ କରାଯାଇଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User