ରକ୍ତ ଅଭାବରୁ ୩ ବର୍ଷର ଶିଶୁର ମୃତ୍ୟୁ ଅଭିଯୋଗ, ଧର୍ମଗଡ଼ ହସ୍ପିଟାଲ ସାମ୍ନାରେ ରାସ୍ତା ଅବରୋଧ

Jun 22, 2026 - 15:49
 0  4
ରକ୍ତ ଅଭାବରୁ ୩ ବର୍ଷର ଶିଶୁର ମୃତ୍ୟୁ ଅଭିଯୋଗ, ଧର୍ମଗଡ଼ ହସ୍ପିଟାଲ ସାମ୍ନାରେ ରାସ୍ତା ଅବରୋଧ

ଧର୍ମଗଡ଼ : ୨୧l୬ ( ଷ୍ଟାର ନ୍ୟୁଜ୍ ଓଡ଼ିଶା)

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଛତାଗହିରା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଟିକଚନ ଦୁର୍ଗାଙ୍କ ୩ ବର୍ଷର ପୁଅ ପ୍ରିୟାଂଶୁ ଦୁର୍ଗାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଆଜି ସକାଳେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତୁରନ୍ତ ରକ୍ତର ଆବଶ୍ୟକତା ପଡ଼ିଥିଲେ ମଧ୍ୟ ହସ୍ପିଟାଲର ରକ୍ତ ଭଣ୍ଡାର ସପ୍ତାହେକ ଧରି ବନ୍ଦ ଥିବାରୁ ରକ୍ତ ମିଳିନଥିବା ଅଭିଯୋଗ ହୋଇଛି।
ପରେ ଶିଶୁଟିକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଠିକ୍ ସମୟରେ ରକ୍ତ ଯୋଗାଣ ହୋଇନଥିବାରୁ ଶିଶୁଟିର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।
ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକମାନେ ଭବାନୀପାଟଣା–ରାୟପୁର ଜାତୀୟ ରାଜପଥ ଏବଂ ଧର୍ମଗଡ଼ ହସ୍ପିଟାଲ ସାମ୍ନାରେ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR