ଲଦାପଦର ସିଏନଆଇ ଚର୍ଚ୍ଚରେ ଶୁଭ ଶୁକ୍ରବାର ପାଳିତ।

Apr 18, 2025 - 18:40
Updated: 1 year ago
0 65
ଲଦାପଦର ସିଏନଆଇ ଚର୍ଚ୍ଚରେ ଶୁଭ ଶୁକ୍ରବାର ପାଳିତ।

ଫିରିଙ୍ଗିଆ,୧୮l୪ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା଼ଗାଁ ଗ୍ରାମ ପଂଚାୟତ ଅଧୀନସ୍ଥ ଲଦାପଦର ଗ୍ରାମସ୍ଥିତ ସିଏନଆଇ ଚର୍ଚ୍ଚରେ ଗୁଡ଼ ଫ୍ରାଇଡେ ପର୍ବ ବେସ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଜଗତର ତ୍ରାଣକର୍ତା ଏକ ମାତ୍ର ଈଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତକୁ ପାପମୁକ୍ତ କରିବା ପାଇଁ ଏହିଦିନ କୃଶବିଦ୍ଧ ହୋଇଥିଲେ ଓ ପ୍ରାଣତ୍ୟାଗ କରିଥିଲେ । ଖ୍ରୀଷ୍ଟ ବିଶ୍ୱାସୀମାନେ ଏହି ଦିବସକୁ ପ୍ରଭୁ ଯୀଶୁଙ୍କର ବଳିଦାନ ଦିବସ ରୂପେ ପାଳନ କରିଥାନ୍ତି । ଆଜି ଲଦାପଦର ସ୍ଥିତ ସିଏନଆଇ ଚର୍ଚ୍ଚରେ ପଚାଶରୁ ଉର୍ଦ୍ଧ ବିଶ୍ୱାସୀ, ବିଶ୍ୱାସିନି, ଯାଜକ, ପାଳକ ଓ ଚର୍ଚ୍ଚର କର୍ମକର୍ତାମାନେ ଏକତ୍ରିତ ହୋଇ ଏହି ପର୍ବଟିକୁ ପାଳନ କରିଥିବା ଦେଖିବାକୁ ମିଳିଛି । ସମସ୍ତେ ଚର୍ଚ୍ଚରେ ପ୍ରବେଶ କରିବା ପରେ ଆତ୍ମୀୟ ପ୍ରାର୍ଥନା କରିଥିଲେ ।ପରେ ମଣ୍ଡଳୀର ମୁଖ୍ୟ ପାଳକ ଡିକନ ପ୍ରାର୍ଥନା କରିବା ଉତ୍ତାରେ ସମସ୍ତେ ଏକ ସ୍ୱରରେ ଗୁଡ଼ ଫ୍ରାଇଡେ ଗୀତ ଗାଇବା ସହିତ ଗୀତ ସଂହିତା ପାଠ କରିଥିଲେ ।ତତପରେ ପ୍ରଭୁଙ୍କର ଆରାଧନା ଓ ମୁଖ୍ୟ ଡିକନଙ୍କ ଦ୍ୱାରା ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ସମସ୍ତ ବିଶ୍ୱାସୀ ଓ ବିଶ୍ୱାସିନି ମାନଙ୍କୁ ବାଇବଲ ଶିକ୍ଷା ଦିଆଯିବା ପରେ ଦାନ ସଂଗ୍ରହ ଗୀତ ଗାୟନ କରି ଦାନ ସଂଗ୍ରହକ ରାଯାଇଥିଲା।ଟିକାବାଲି ପାଷ୍ଟରେଟର ଅବସରପ୍ରାପ୍ତ ପାଳକ ମନେଶ୍ୱର ନାୟକ ଯୀଶୁଙ୍କ ମୃତ୍ୟୁ ତଥା ଶୁଭ ଶୁକ୍ରବାର ବିଷୟରେ ବାଇବେଲରୁ ଶିକ୍ଷା ଦେଇଥିବା ବେଳେ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷଯାଏ ଉପାସନା ପରିଚାଳନା ମଣ୍ଡଳୀର ସମ୍ପାଦକ ରଂଜିତ ଦିଗାଲ କରିଥିଲେ । ଶେଷରେ ପାଳକ ମାନଙ୍କ ଦ୍ୱାରା ବାକ୍ୟଶିକ୍ଷା ଦିଆଯିବା ପରେ ସମସ୍ତେ ସାମୁହିକ ପ୍ରାର୍ଥନା କରି କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା ।ମଣ୍ଡଳୀ କର୍ମକର୍ତା ମାନଙ୍କ ମଧ୍ୟରେ ଉପ ସଭାପତି ଚଡିଆ ଦିଗାଲ,ମୁଖ୍ୟ ଡିକନ ରଘୁପତି ଦିଗାଲ, କଗେରି ଡିକନ ମଶା ଦିଗାଲ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲେଇ ଥିଲେ ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User