୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ କେସିଙ୍ଗା ସିଟିଜେନ ପକ୍ଷରୁ ପ୍ରସ୍ତୁତି ବୈଠକ

Aug 04, 2026 - 21:48
0 119
୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ କେସିଙ୍ଗା ସିଟିଜେନ ପକ୍ଷରୁ ପ୍ରସ୍ତୁତି ବୈଠକ

କେସିଙ୍ଗା, ୪ ଅଗଷ୍ଟ (ଷ୍ଟାର

ନ୍ୟୁଜ ଓଡ଼ିଶା):ଆସନ୍ତା ଅଗଷ୍ଟ ୧୫ରେ ଦେଶର ୮୦ତମ ସ୍ୱାଧୀନତା ଦିବସକୁ ଗୌରବମୟ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବା ଲକ୍ଷ୍ୟରେ କେସିଙ୍ଗା ସିଟିଜେନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ବିଭିନ୍ନ ସରକାରୀ ବିଭାଗ,ଆଇନ ଯିବି, ରାଜନୈତିକ, ସ୍କୁଲ,ବେସରକାରୀ ସଂସ୍ଥା (NGO), ଗଣମାଧ୍ୟମ ପ୍ରତିନିଧି, ସାମାଜିକ ସଂଗଠନ ଏବଂ ବିଶିଷ୍ଟ ନାଗରିକମାନେ ଯୋଗଦେଇଥିଲେ।
ବୈଠକରେ ସ୍ୱାଧୀନତା ଦିବସକୁ କେବଳ ଏକ ଜାତୀୟ ପର୍ବ ଭାବରେ ନୁହେଁ, ବରଂ ଦେଶପ୍ରେମ, ସାମାଜିକ ଏକତା ଓ ନାଗରିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରଚାର କରିବାର ଏକ ସୁଯୋଗ ଭାବେ ପାଳନ କରିବା ଉପରେ ଆଲୋଚନା ହୋଇଥିଲା। ଜାତୀୟ ପତାକା ଉତ୍ତୋଳନ, ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି, ସାଂସ୍କୃତିକ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ଦେଶାତ୍ମବୋଧକ ପ୍ରତିଯୋଗିତା, ସ୍ୱଚ୍ଛତା ସଚେତନତା, ବୃକ୍ଷରୋପଣ ଏବଂ ସମାଜସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଥିଲା।
ଅଧ୍ୟକ୍ଷ ନୃପରାଜ ଯାଦବ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ,କାଉ ନଶୀଳର,ଗଣମାଧ୍ୟମ ଓ ସହରବାସୀଙ୍କୁ ଏକାଠି ହୋଇ ଜାତୀୟ ପର୍ବକୁ ସଫଳ କରିବାକୁ ଆହ୍ୱାନ ଜଣାଇଥିଲେ। ସମସ୍ତଙ୍କ ସକ୍ରିୟ ସହଯୋଗରେ କେସିଙ୍ଗାରେ ଚଳିତ ବର୍ଷର ସ୍ୱାଧୀନତା ଦିବସକୁ ସ୍ମରଣୀୟ ଭାବେ ପାଳନ କରିବା ପାଇଁ ବୈଠକରେ ସର୍ବସମ୍ମତି ପ୍ରକାଶ ପାଇଥିଲା।
ବୈଠକ ଶେଷରେ ବିଭିନ୍ନ କମିଟି ଗଠନ, କାର୍ଯ୍ୟ ବଣ୍ଟନ ଓ ସମନ୍ୱୟ ମାଧ୍ୟମରେ ସମସ୍ତ ପ୍ରସ୍ତୁତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସମସ୍ତ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ପହଞ୍ଚାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User